ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କ ସର୍ବପ୍ରଥମେ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇବାକୁ ଯାଇ କହିଲେ ଯେ, ସମାଜରେ ଲିଙ୍ଗଗତ ସମାନତା ନିତାନ୍ତ ଜରୁରୀ । ଏହା ନ ରହିଲେ ଭବିଷ୍ୟତରେ ଆମ ସମାଜରେ ଶୃଙ୍ଖଳା ରହିବ ନାହିଁ । PNDT Actକୁ କଡ଼ାକଡ଼ି ଭାବରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ନାରୀ ବିନା ସମାଜରେ ସୃଷ୍ଟି ଅସମ୍ଭବ। ତେଣୁ ନାରୀମାନଙ୍କୁ ନଗଣ୍ୟ ମନେକରିବା ଅନୁଚିତ୍ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନା ସର୍ବପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାକୁ ଜିଲ୍ଲା ସଂଯୋଜିକା(ବାଲ୍ୟବିବାହ) ଇପସିତା ଅଗ୍ରଓାଲା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ,ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଉପେନ୍ଦ୍ରନାଥ ବଡ଼ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଶିକ୍ଷାବିତ୍ ପ୍ରିୟମ୍ବଦା ଦାସ, ଚାଇଲ୍ଡ ଲାଇନ ନିର୍ଦ୍ଦେଶିକା ଉଷା ପଟ୍ଟନାୟକ. ଜେଣ୍ଡର କୋଡିନେଟର ଶ୍ରାବଣୀ ନନ୍ଦ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବ୍ରହ୍ମୋତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଛୋଟ ଛୋଟ ବାଳିକାମାନେ ନାଟକ ଏବଂ ଏକକ ଅଭିନୟ ମାଧ୍ୟମରେ ବାଲ୍ୟ ବିବାହ ବିରୁଦ୍ଧରେ ସମାଜକୁ ସଚେତନ କରାଇଥିଲେ । ଶେଷରେ ଶ୍ରେଷ୍ଠ ସୁପରଭାଇଜର ଭାବରେ ଗିତାଂଜଳି ରାଉତରାୟ,ଶ୍ରେଷ୍ଠ ଅଙ୍ଗନବାଡ଼ି ଓାର୍କର ଭାବେ ସଙ୍ଗିତା ଦାସଙ୍କୁ ପୁରସ୍କୁତ କରାଯାଇ ପ୍ରତ୍ୟେକଙ୍କୁ ୫୦୦୦ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା ।

ସେହିପରି ମା ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦଶପଲ୍ଲା, ଜୟ ଜଗନ୍ନାଥମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓଡ଼ଗାଁ ଏବଂ ମା ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନୂଆଗାଁଙ୍କୁ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ ଭାବରେ ଚୟନ କରାଯାଇ ପ୍ରତ୍ୟେକଙ୍କୁ ୧୫୦୦୦ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା ।

