ଗଣିଆ ବନାଞ୍ଚଳର କର୍ତବ୍ୟ ନିଷ୍ଠ ବନପାଳଙ୍କର ଆକସ୍ମିକ ମୃତ୍ୟୁ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବନାଂଚଳ କାର୍ଯ୍ୟାଳୟରେ ଦୀର୍ଘ ୧୫ବର୍ଷଧରି କାର୍ଯ୍ୟରତଥିବା ଜଣେ କର୍ତବ୍ୟ ନିଷ୍ଠ ବନପାଳଙ୍କର ଗତକାଲି ମଧ୍ୟରାତ୍ରୀରେ ଆକସ୍ମିକ ମୃତ୍ୟୁ ଘଟିଛି । ସୁଚନା ଥାଉକି ଦଶପଲା ବ୍ଳକ ତେଣ୍ଡାବାଡ଼ି ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୫) ଅଟନ୍ତି । ସେ ଗଣିଆ ବନାଂଚଳରେ ପ୍ରଥମେ ବନରକ୍ଷୀଭାବେ କାର୍ଯ୍ୟ କରୁଥିବାବେଳେ କାଳକ୍ରମେ ପଦୋନ୍ନତି ହୋଇ ବନପାଳ ଭାବେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ସେ ହୃଦରୋଗ, ଯକୃତ ଓ ଫୁସଫୁସ ରୋଗରେ ପିଡ଼ିତ ଥିଲେ । ଭୂବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁକୁ ନେଇ ଗଣିଆ ବନାଂଚଳ ତଥା ଗଣିଆ ବ୍ଳକରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଶବ ଗ୍ରାମରେ ପଂହଚିଲାପରେ ସନ୍ତୋଷଙ୍କ ମୃତ ଶରୀର ଦେଖିବାପାଇଁ ଲୋକାରଣ୍ୟ ହୋଇଥିବା ଦେଖିବାକୁ…

Read More

ମାତୃହନ୍ତା ପୁଅକୁ ବାନ୍ଧିଲା ଗଣିଆ ପୋଲିସ

ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ଥାନା କରଡାପଡା ପଞ୍ଚାୟତ କଳାଶିମିଳି ଗ୍ରାମରେ ଶନିବାର ଦିନ ବୃଦ୍ଧା ମାକୁ ମାରିଥିବା ମାତୃହନ୍ତା ପୁଅକୁ ରବିବାର ଦିନ ଅଦାଲତ ଚାଲାଣ କରିଛି ଗଣିଆ ପୋଲିସ । ସୁଚନଥାଉକି କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକିଙ୍କ ସ୍ତ୍ରୀ ସୁକାନ୍ତି ଦେଇ(୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରିକି ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ବାପା ଖଣ୍ଡପଡ଼ାକୁ କାମ କରିବା ପାଇଁ ଯାଇଥିବା ବେଳେ ପୁଅ ବିଭିନ୍ନ ସମୟରେ ମାକୁ ମାରଧର କରୁଥିଲା । ଏପରିକି ବିଭିନ୍ନ ସମୟରେ ଗ୍ରାମବାସୀ ମଧ୍ୟ ସମାଧାନ କରୁଥିଲେ । କିନ୍ତୁ ପୁଅ ସବୁବେଳେ ମଦ ପିଇ ମା ସହିତ ପାଟିତୁଣ୍ଡ କରୁଥିଲା । ଶୁକ୍ରବାର ଦିନ ମାଆକୁ ବାଡେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ସନ୍ଧ୍ୟା ବେଳେ ମାଆକୁ ଘରକୁ ଠେଲି ଠେଲି…

Read More

ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସନ୍ଧ୍ୟା ୬ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ ସ୍ଥିତ ମଣିଭଦ୍ରା ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହାଯଜ୍ଞ ଆସନ୍ତା ନଭେମ୍ବର ୨୩ତାରିଖ ଠାରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ୟାପି ଅନୁଷ୍ଠିତ ହେବ । ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହାଯଜ୍ଞକୁ କିପରି ସରସ ସୁନ୍ଦର ଓ ସୂଚାରୁରୂପେ ପାଳନ କରାଯିବ ସେଥି ନିମନ୍ତେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ବିଭାଗର ଅଧିକାରୀ ଓ ଓଁ ମା ସତ୍ୟ ଶାନ୍ତି ସେବାଶ୍ରମର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଆଗାମୀ ତା.୧୦.୧୧.୨୦୨୫ରିଖ ଦିବା ୧୧ଘଟିକା ସମୟରେ ପରବର୍ତ୍ତୀ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଣିଆ,…

Read More

ନୟାଗଡ଼ ଜିଲ୍ଲାର ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡାଙ୍କ ବିୟୋଗରେ ଶୋକସଭା

ଗଣିଆ,(ନୟାଗଡ଼ ଦର୍ପଣ): ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଧାରାବାହିକ, ଭଜନରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ ବରିଷ୍ଠ ଅଭିନେତା ସଚ୍ଚି ପଣ୍ଡା। ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇଥ‌ିବା ବ୍ୟକ୍ତି ଜଣକ ପ୍ରକୃତରେ ଜଣେ ଶାନ୍ତ, ସରଳ ହୃଦୟବାନ ମଣିଷ ରୂପେ ପରିଗଣିତ ଥିଲେ। ତାଙ୍କ ମୃତ୍ୟୁର ଗଣିଆରେ ଶୋକର ଛାୟା ଖେଳିଯାଇଛି। ଢୋଲମରା ବାସିନ୍ଦା ହୋଇଥିଲେ ମଧ୍ୟ ପାଠ ପଢା ଠାରୁ ଆରମ୍ଭ କରି କଳାକାର ଜୀବନ ସେ ଗଣିଆରେ ଅତିବାହିତ କରିଥିଲେ। ଗଣିଆର ପ୍ରତ୍ୟକ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡିତଥିଲେ। ତାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅଭିନେତା ଗିରିଶ କୁମାର ମିଶ୍ର, ଗଣିଆ କଳାକାର ସଂଘର ଉପସଭାପତି ବିଜୟ କୁମାର ବେହେରା,…

Read More

ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ  ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନର ଦ୍ବାରା  ତିନି ଦିନିଆ  ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର  ମୋଟ ୧୧୩ଟି ଅନୂସୁଚିତ ଜନଜାତି ବହୁଳ  ଗ୍ରାମର  ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି। ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ  ସଶକ୍ତ ହେବା ସହ  ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି  ବିକାଶ ବାହକ ହେବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ…

Read More

ସ୍ୱାସ୍ଥ୍ୟ, ସଚେତନତା ଶିବିର ଓ ଚଷମା ଓ ଚପଲ ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ  ବେଠିଆ ସାହି ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।  ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ…

Read More

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମେକେଶ ରାୟ ଏବଂ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଆସନ୍ତା ଜୁନ ୨୫ ତାରିଖ ସାରା ରାଜ୍ୟରେ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସକାଳ ୧୦ ଘଟିକା ସମୟରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ…

Read More

ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କ ‘ଅଲଭ୍ୟ’ ପୁସ୍ତକ ଉନ୍ମୋଚିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜ୍ଞାନ ପ୍ରକାଶର ନବମ ବାର୍ଷିକ ଉତ୍ସବ ଓ ନେସନାଲ୍ କନଫରେନ୍ସ-୨୦୨୫ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜ୍ଞାନ ପ୍ରକାଶ ପତ୍ରିକା ଉନ୍ମୋଚନ ସହ ଆଦର୍ଶ ଶିକ୍ଷକ, ଲେଖକ ଓ କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କର  ପ୍ରଥମ  କବିତା ସଂଙ୍କଳନ ଅଲଭ୍ୟ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ସମ୍ବର୍ଦ୍ଧନା ପର୍ବରେ ପ୍ରତାପ କୁମାର ପରିଡ଼ାଙ୍କୁ ଶିକ୍ଷା ଓ ସାହିତ୍ୟ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ବ୍ୟଙ୍ଗକବି ଜ୍ଞାନ ହୋତା ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଫେସର ଲକ୍ଷ୍ମୀଧର ବେହେରା, କୋଠଘର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ବାଇଁ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ।  ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ସମ୍ପାଦକ ଜ୍ଞାନଚାନ୍ଦ ଶତପଥୀ  ମଞ୍ଚ ପରିଚାଳନା  ଓ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଗଣିଆରେ “ନିପୁଣ ଓଡିଶା ମେଳା” ଅନୁଷ୍ଠିତ

ଗଣିଆ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିପୁଣ ଓଡିଶା ମେଳା” ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଣିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା, କିଶୋର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିହାରବାଳା ରାଉତ, ନିରୁପମା ମହାପାତ୍ର, ବିନୋଦିନୀ ପଣ୍ଡା ଆଦି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରଶିକ୍ଷଣ ଶିକ୍ଷା ଅନୁଷ୍ଠାନ, ରାଜସୁନାଖଳାର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ରବୀନ୍ଦ୍ର ନାଥ ରାଉତରାୟଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ…

Read More

ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ ଉଦଘାଟିତ ହୋଇଯାଇଛି । ଅପରାହ୍ନ ୨ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ୍ ହୋଇ କଳାକାର ମାନେ ନାମ ସଙ୍କୀର୍ତ୍ତନ, ଦୁଲୁ ଦୁଲି ବାଜାରେ ପଞ୍ଚୁପାଣ୍ଡବଙ୍କ ପୀଠରୁ ବାହାରି ନୂଆଗାଁ ବିରୁପାଖେଶ୍ଵର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତିମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ। ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ଦକ୍ଷ ନେତା ସୁରେଶ କୁମାର ରାଉତରାୟ ମଶାଲ ଶୋଭାଯାତ୍ରାରେ ଆସି ମହୋତ୍ସବ ପଡ଼ିଆରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହ ମହୋତ୍ସବକୁ ଉଦ୍ଘାଟନ କରିଥଲେ। ତତସହିତ ବୃତଙ୍ଗ ପ୍ରକଳ୍ପ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଧାୟକ…

Read More