ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ ବେଠିଆ ସାହି ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ଼ ଅରବିନ୍ଦ ଦାସ ଏବଂ ଡ଼ ବାଳକୃଷ୍ଣ ମହାରଣା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାର୍ମାସିଷ୍ଟ ବଂଶୀଧର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ର କର୍ମକର୍ତ୍ତା ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମକୁ ସାମ୍ବାଦିକ କମଳ ଲୋଚନ ଦଳେଇ, ସମୀର ବେହେରା, ବିଜୟନନ୍ଦ ପରିଡା, ସନ୍ତୋଷ ପ୍ରଧାନ, ପ୍ରତାପ କୁମାର ରାଉତ ଓ ବିଶ୍ୱରଂଜନ ସେଠୀ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ସଦସ୍ୟ ପରମେଶ୍ବର, ସୁନୀଲ, ଗୁଲସନ୍, ସୌମ୍ୟା, ବର୍ଷା, ରଶ୍ମି, ସ୍ମୃତିଶିଖା, କରନ, ଗାୟତ୍ରୀ, ସତ୍ୟ, ଅବିନାଶ, ଦେବାଶିଷ, ସିଲୁ, ରାଜେଶ,ଅନୁ, ଆଶୁତୋଷ, ଅଭିଲିପ୍ସା, ପ୍ରଶାନ୍ତ, ଆଦିତ୍ୟ, ଅଂଶୁମାନ, ଜ୍ଞାନ, ଜ୍ୟୋତି, ରଞ୍ଜନ, ଅଭିଜିତ, ସତ୍ୟବ୍ରତ, କାଳନ୍ଦୀ ଚରଣ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ସେବା କାର୍ଯ୍ୟକ୍ରମ ଆଗାମୀ ତିରିଶ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଚାଲିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।
