ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଜ଼ିଲ୍ଲା ଶିଶୁସୁରକ୍ଷା ଅଧକାରୀ ସିବିୟନ ପ୍ରଧାନଙ୍କ ନେତୃତ୍ବରେ ୧୦୯୮ ଟୋଲ ଫ୍ରି ନମ୍ବର ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଇଲ୍ଡ ହେଲ୍ପ ଲାଇନର କାଉନସିଲର୍ ଚନ୍ଦ୍ରଶେଖର ବେହେରା, କେଶ ୱାର୍କର ଗୌରବ ରାଉତ ଯୋଗଦେଇ ୧୦୯୮ ଟୋଲ ଫ୍ରି ନମ୍ବରର କାର୍ଯ୍ୟକାରିତା, ଶିଶୁମାନଙ୍କ ପୃଷ୍ଠପୋଷକତା ଓ ଆଇନର କାର୍ଯ୍ୟକାରିତା ବାଲ୍ୟ ବିବାହ, ଶିଶୁଚାଳନ, ଶିଶୁ ଶ୍ରମିକ, ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ ବିଷୟରେ ଆଲୋକପାତ କରିଥିଲେ।
ସୋଲପଟା ବିଦ୍ୟାଳୟର ୧୦୦ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଭିଡ଼ିଓ ପରିବେଷଣ କରା ଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଲ୍ୟ ବିବାହ ନକରିବା ନିମନ୍ତେ ଏକ ବାଲ୍ୟ ବିବାହ ଶପଥ ପାଠ କରାଯାଇଥିଲା। ସୋଲପଟା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା କୁମାରୀ ମହାପାତ୍ର, ଶିକ୍ଷକ ସନ୍ତୋଷ କୁମାର ନନ୍ଦ ପ୍ରମୁଖ ଏହି ଶିଶୁସୁରକ୍ଷା କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ।

Related posts