ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷାରୁତୁ ପାଇଁ ଖଣି ବିଭାଗ ନିୟମ ଅନୁସାରେ ନୟାଗଡ ଜିଲ୍ଲାର ସମସ୍ତ ସୈରାତ ବାଲିଘାଟ ବନ୍ଦ ରଖିବା, ବାଲିଘାଟ ନିଲାମଧାରୀ ମାନେ ମେସିନରୀ ଏବଂ କର୍ମଚାରୀ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖଣି ଅଧିକାରୀ ପତ୍ରସଂଖ୍ୟା ୧୯୮୩/୦୮. ୦୭. ୨୦୨୫ଦ୍ୱାରା ସମସ୍ତ ବାଲିଘାଟ ନୀଲାମଧାରୀଙ୍କ ଲଘୁଖଣିଜ ବାଲି ଉତ୍ତୋଳଳ ପ୍ରକ୍ରିୟା ନିଲମ୍ବନ ଆଦେଶ କେବଳ ନାମକୁ ମାତ୍ର ଜାରିଜରାଯାଇଛି କିନ୍ତୁ ବାସ୍ତବରେ ଖଣି ଅଧିକାରୀ, ଖଣ୍ଡପଡା ଏସ୍ଡ଼ିପିଓ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି। ନୟାଗଡ ସହରକୁ ଆସୁଥିବା ବାଲି ଟ୍ରିପ ପ୍ରତି ୨୦ହଜାର ଟଙ୍କା ନିଆଯାଉଛି। ପ୍ରତ୍ୟେକ ବାଲି ଟ୍ରିପ ପିଛା ଦୁଇରୁ ତିନି ହଜାର ଟଙ୍କା ବେଆଇନ ଆଦାୟ କରାଯାଇ ଚୋରା ବାଲି ଚାଲାଣକୁ ପୋଲିସ ଖଣିବିଭାଗ ପ୍ରଶାସନ ଆଖି ବୁଜିଦେଇଛି।

ବର୍ଷାଋତୁ ସମୟରେ ବାଲିଘାଟ ଲିଜ ନିଲମ୍ବନ ସମୟରେ ବାଲି ଉତ୍ତୋଳନ ମାଇନିଙ୍ଗ ଅପେରସନ ଚାଲିଲେ ସମ୍ପୃକ୍ତ ବାଲିଘାଟ ଲିଜ ବିରୁଦ୍ଧରେ ମାମଲା ହେବା ସହ ଲିଜ ବାତିଲ କରାଯିବ ବୋଲି ଖଣି ଅଧିକାରୀଙ୍କ ପତ୍ରରେ ଉଲ୍ଲେଖ ରହିଥିବା ସତ୍ୱେ ଗତକାଲି ୨୫ଜୁଲାଇ ରାତିରେ ସିଧାମୂଳା ବାଲିଘାଟରୁ ମେସିନ ଦ୍ୱାରା ବାଲି ଉତ୍ତୋଳନ ଏବଂ ଟିପର ହାଇୱା ଦ୍ୱାରା ବାଲି ଚାଲାଣ ହେଉଥିବା ଲାଇଭ ଭିଡିଓ ଫୋଟୋ ଦେଇ ଆଜି ନୟାଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଖଣି ବିଭାଗ, ନୟାଗଡ ଜିଲ୍ଲପାଳ ଏବଂ ନୟାଗଡ ଏସପିଙ୍କୁ ମାଇନିଙ୍ଗ ଅପେରସନ ପ୍ରମାଣ ଦେଇ ଟୁଇଟ କରି ସମ୍ପୃକ୍ତ ସିଧାମୂଳା ବାଲିଘାଟ ତଥା ଅନ୍ୟ ପ୍ରମୁଖ ବାଲିଘାଟ ନୀଲା ମଧାରୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି।
ବାଲିଘାଟ ବନ୍ଦ ପାଇଁ ସ୍ୱତନ୍ତ୍ର ନିର୍ଦ୍ଧେଶନାମା ବଳବତ୍ତର ଥିବାବେଳେ ପ୍ରତ୍ୟେକ ରାତିରେ ଶହଶହ ବାଲି ଲୋଡ଼ ହାଇୱା ବାଣପୁର ଛକ, କଣ୍ଟିଲୋ, ଭାପୁର ଦେଇ ଭୁବନେଶ୍ୱର ଏବଂ ଖଣ୍ଡପଡା ରାସ୍ତାରେ ନୟାଗଡ ଆସୁଥିବା ଖଣ୍ଡପଡା ଏସ୍ଡ଼ିପିଓ ନୟାଗଡ ଖଣି ଅଧିକାରୀ ଜାଣି ପାରୁନାହାଁନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ଦାଶ ଜିଲ୍ଲାପାଳ ମହାଶୟଙ୍କୁ ପ୍ରଶ୍ନ କରିଛନ୍ତି। ବର୍ଷାଋତୁ ସମୟରେ ଯଦି ବାଲି ଚୋରାଚାଲାଣ କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏବଂ ଏସପି ଟାସ୍କଫୋର୍ସ ଗଠନ କରି ବନ୍ଦ କରିବେ ନାହିଁ ତେବେ ନୟାଗଡ ଜିଲ୍ଲାର ଲଘୁଖଣିଜ ସମ୍ପାଦ ସୁରକ୍ଷା ନୟାଗଡ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ଖଣି ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇ ମାନବ ଅଧିକାର କମିଶନଙ୍କ ଅଦାଲତରେ ଲିଖିତ ଅଭିଯୋଗ ଦାଏର କରାଯିବ ବୋଲି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସବାର୍ତ୍ତା ମାଧମରେ ଜଣାଇଛନ୍ତି।