ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ, ଭୁବନେଶ୍ବରରେ ଶୁଭେଚ୍ଛା ସଭା

ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଶ୍ରୀ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସୌଭାଗ୍ୟ କେବଳ ନୟାଗଡ଼,…

Read More

ବୄକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ,
ନୄତ୍ୟ ପ୍ରଦର୍ଶନ ଓ ରୋଡ୍ ଶୋ ମାଧ୍ୟମରେ ନିଆରା ସଚେତନତା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍କକ୍ ଅନ୍ତର୍ଗତ କୋମଣ୍ଡ କ୍ଲଷ୍ଟର ଅଧୀନରେ ଥିବା ଭଗବତୀପ୍ରସାଦ ଉ.ପ୍ରା.ବିଦ୍ୟାଳୟ ପରିସରରେ ଏକ ବୄକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୮ ଘଟିକାରେ ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲା।ଓଡ଼ଗାଁ ବନବିଭାଗ ତରଫରୁ ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ ନଡ଼ିଆ ବାଡେଇ ଧୂପ ଦୀପ ବନ୍ଦାପନା କରି ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିବା ପରେ ବନକର୍ମଚାରୀ ମିନତି ପାଲଟାସିଂହ,ସୌମ୍ୟରଞ୍ଜନ ଦଳେଇ ଆଦିଙ୍କ ସହ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ, ନିଲମ୍ ପ୍ରିୟଦର୍ଶିନୀ, ଶିକ୍ଷକ ତ୍ରିଲୋଚନ ମହାଙ୍କୁଡ଼,ସମାଜସେବୀ ବସନ୍ତ କୁମାର ଆଲଟିଆ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଅନ୍ୟସଦସ୍ୟଗଣ ବିଦ୍ୟାଳୟ ପରିସର, ରାସ୍ତାକଡ଼ ଏବଂ ବିଦ୍ୟାଳୟ ଖେଳପଡିଆ ପାର୍ଶ୍ଵରେ ବୄକ୍ଷରୋପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷକ ପ୍ରକୄତିବନ୍ଧୁ…

Read More

ଗଞ୍ଜେଇ ସନ୍ଦେହରେ କୋରିଅର ଗାଡିକୁ ପିଛା ଘଟଣାରେ ଚାରି ଡକାୟତଙ୍କୁ ଗିରଫ କରିଛି ଗଣିଆ ପୋଲିସ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ ବୁଧବାର ଦିନ ଗଞ୍ଜେଇ ସନ୍ଦେହରେ ଏକ ଟାଟା ଏସି ଗାଡିକୁ ପିଛା କରିବା ସହିତ ଧକ୍କା ମାରିବା ଓ ଡ୍ରାଇଭର ଠାରୁ 2000 ଟଙ୍କା ଛଡେଇ ନେବା ସହିତ ଧମକ ଚମକ ଦେଇଥିଲେ l ହେଲେ ଡ୍ରାଇଭରର ଉପସ୍ଥିତ ବୁଦ୍ଧିପାଇଁ ଗଣିଆ ଥାନାରେ ଟାଟା ଏସି ଗାଡିକୁ ଭର୍ତ୍ତି କରିଦେଇଥିଲା l ପରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ବିଭିନ୍ନ ସ୍ଥାନରେ ଛାନ ଭିନ ଜାରି ରଖିଥିଲେ l ବିଶେଷ ସୂତ୍ରରୁ ଖବର ପାଇଁ ଶୁକ୍ରବାର ଦିନ ମଧ୍ୟଖଣ୍ଡ ଗ୍ରାମରେ ଚଢ଼ାଉ କରି ଏହି ଗ୍ୟାଙ୍ଗର ଚାରି ଜଣଙ୍କୁ ଗ୍ରାମରୁ ଉଠେଇ ଆଣିଥିଲେ l ଗଣିଆ ଥାନାକୁ…

Read More

ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀତ ଅତିଥି ଭାବେ ଚାହାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଉକ୍ତ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚେତନାର ବିକାଶ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ ଓ ପ୍ରତ୍ୟେକ ଶିଶୁ ଅନ୍ୱେଷଣ ମାର୍ଗରେ ନୂତନ ଉଦ୍ଭାବନ ସହ ଦେଶର ପ୍ରଗତିରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ରଖିଥିଲେ। ଏହି ମେଳାରେ ନିର୍ଣ୍ଣାୟକ ଭାବେ ଦୀପକ କୁମାର ମହାରଣା (ଗଣିଆ ହାଇସ୍କୁଲ), ଅନୁସୂୟା ମିଶ୍ର(ଏନ.ଏ. ସି. ହାଇସ୍କୁଲ), ଯୋଗେନ୍ଦ୍ର ନାଥ ନାୟକ(ନବଘନପୁର ହାଇସ୍କୁଲ), ଶରତ ଚନ୍ଦ୍ର ବେହେରା(ମାଛିପଡା ହାଇସ୍କୁଲ), ନିରଞ୍ଜନ ଦାସ(ଚାହାଳି ହାଇସ୍କୁଲ), ପ୍ରହଲ୍ଲାଦ ଶାନ୍ତ (ଅବସରପ୍ରାପ୍ତ ବିଜ୍ଞାନ…

Read More

ଚାରା ବଣ୍ଟନ, ସବୁଜ ବିପ୍ଲବ ଓ ଜନସଚେତନତା ପଦଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଇଟାମାଟିର ୪ଥ ବାର୍ଷିକ ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ ହୋଇଯାଇଛି l ଡାଳିମ୍ବ, ଅଁଳା, ପିଜୁଳି, ପେସ୍ତା, ବେଲ, ଶାଗୁଆନ ଆଦି ଦୁଇହଜାର ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ବିନୋଦିନୀ ମହାନ୍ତି, ଦୈନିକ ଖବର କାଗଜ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ , ଧରିତ୍ରୀ ଜିଲ୍ଲା ପ୍ରତିନିଧି ଲୋକନାଥ ଦାସ, ଓଡ଼ିଶା ଖବର ଜିଲ୍ଲା ପ୍ରତିନିଧି ଦୀପକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡ଼ଃ. ରଙ୍ଗନାଥ ବେହେରା ସମାଜସେବୀ ପ୍ରଦୀପ କୁମାର ସାହୁ, ଧିରେନ କୁମାର ଦାସ, ବସନ୍ତ କୁମାର କର, ବିମଳ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଉମେଶ ପଟ୍ଟନାୟକ,…

Read More

ପାଠ୍ୟ ପୁସ୍ତକ ସଂଶୋଧନ କର୍ମଶାଳାରେ ନୟାଗଡ଼ରୁ ୬ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଇଂରାଜୀ ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟ ଚଳିତ ମାସ ୨୪ ତାରିଖରୁ ୨୮ ତାରିଖ ୫ ଦିନପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପାଠ୍ୟପୁସ୍ତକ ସଂଶୋଧନ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାରୁ ୬ଜଣ ଶିକ୍ଷକ ଯୋଗଦାନ କରି ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କ୍ରମରେ ଜିଲ୍ଲାରୁ ବରିଷ୍ଠ ଶିକ୍ଷକ ଦୁର୍ଗାକାନ୍ତ ଆଚାର୍ଯ୍ୟ,ପ୍ରଶାନ୍ତ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ସୁଜାତା ଦେବୀ ଏବଂ ବଲାଲ ପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦାନ କରି ତୃତୀୟରୁ ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରେ ରହିଥିବା ତୃଟି ଗୁଡ଼ିକୁ ସଂଶୋଧନ କରିଥିଲେ । ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ଦ୍ଦେଶିକା ସୁମିତା ଦାସଙ୍କ…

Read More

କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟରେ ବନମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ପ୍ରଭାସିନି ନନ୍ଦଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଅବସରରେ ସମାଜସେବୀ ଦାମୋଦର ସାହୁଙ୍କ ସହ ବିଦ୍ୟାଳୟର ସକ୍ରିୟ ସଭ୍ୟ ବନମାଳୀ ମିଶ୍ର, ବିଦ୍ୟାଧର ଆଚାର୍ଯ୍ୟ, ଖେଡ଼ପଡା ବିଟ ହାଉସର ବନପାଳ ସୁମିତ୍ରା ମିଶ୍ର ଯୋଗଦେଇ ‘ଗଛଟିଏ ମଣିଷ ଟିଏ’ ଉକ୍ତି ରଖି ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନ ବାର୍ତ୍ତା ଦେଇଥିଲେ l ସୁନ୍ଦର ଗଛ ଟିଏ ଯତ୍ନରେ ଲଗାଇବା ପାଇଁ ଆହ୍ୱାନ କରିବା ସହିତ ସବୁ କାମପଛ ଆଗ ଗଛ ଉକ୍ତିଟି ପ୍ରତିପାଦିତ କରି ସଚେତନବାର୍ତ୍ତା ବାଣ୍ଟିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ…

Read More

ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିର ବୈଷୟିକ ଯୁଗରେ ମଣିଷର ସାମାଜିକ ଜୀବନ ଓ ସାମାଜିକ ଦାଇତ୍ବ ପ୍ରତି ଅବହେଳା ଦେଖାଦେଇଛି। ଏହି ବୈଷୟିକ ଜ୍ଞାନର ପରିସର ବାହାରେ ମଧ୍ୟ ଏକ ସୁନ୍ଦର ଦୁନିଆ ଅଛି; ଏହାକୁ କେହି ଆଉ ହୃଦୟଙ୍ଗମ କରିଲା ଭଳି ଜଣାପଡୁନାହିଁ । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତିକ୍ରମେ ଖେଡପଡା ସ୍ଥିତ ମିଲେନିୟମ ଶିକ୍ଷା ଅନୁଷ୍ଠାନରେ ପୋକସୋ ଏବଂ ବାଳ ଅପରାଧ ଆଇନ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ବିଭୁତି ଭୂଷଣ ପଟ୍ଟନାୟକ ଅତିଥି ସ୍ବାଗତ ସହିତ, ସଚେତନତାର ଆଭିମୁଖ୍ୟଦର୍ଶାଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗର ବିଚାରପତି ବିଶେଷ କୁମାର ସାହୁ ପୋକସୋ ଏବଂ ବାଳ ଅପରାଧ…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୃଷ୍ଟିର ପ୍ରତିଟି ଜୀବନ ମୂଲ୍ୟବାନ l ମୂଲ୍ୟବାନ ଜୀବନ ବେଳେବେଳେ ଅକାରଣରେ ଅସାବଧାନତା ଯୋଗୁଁ ଦୁର୍ଘଟଣାରେ ଚାଲିଯାଏ l ଆମ ଭାରତରେ ବାର୍ଷିକ ହାରାହାରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି l ସଡ଼କ ଦୁର୍ଘଟଣା କାରଣରୁ ସମଗ୍ର ବିଶ୍ୱର ସର୍ବାଧିକ 11% ମୃତ୍ୟୁ ଆମ ଦେଶ ଭାରତରେ ହୋଇଥାଏ l ଏତେ ସଂଖ୍ୟାରେ ମୃତ୍ୟୁର କାରଣ ହେଲା ସଡ଼କ ସୁରକ୍ଷା ନିୟମକୁ ଠିକସେ ପାଳନ ନକରିବା l ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ତଥା ନିରାପଦ ଯାତ୍ରା ଉପରେ ଏକ ଆଲୋଚନା ଚକ୍ର ତଥା ସଚେତନତା କାର୍ଯ୍ୟକ୍ରମ ଆଜି ଅପରାହ୍ଣରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରରେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ଜ୍ୟୋତିର୍ମୟୀ ରାଉତ, ରଶ୍ମିରଂଜିତା ବେହେରା…

Read More

ଭିଜିଲାନ୍ସ ହାତରେ ଗଣିଆ ଅତିରିକ୍ତ ତହସିଲଦାର

ନୟାଗଡ଼, (ନୟାଗଡ଼ ଦର୍ପଣ): ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲରେ ବର୍ତମାନ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଜି ସକାଳେ ବନମାଳିଙ୍କୁ ଗଣିଆ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ। ଗୋଟେ ବାଲି ବୋଝେଇ ହାଇୱା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କାରେ ଡିଲ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିବା ବେଳେ ବାକି ୩ ହଜାର ଟଙ୍କା ଆଜି ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ସହଯୋଗରେ ଧରା ପଡ଼ିଛନ୍ତି। ତାଙ୍କ ଠାରୁ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି l

Read More