ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କଳା ପରିଷଦ ଓ ମଦର ଆବାସିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ପ୍ରଭାସିନି ନନ୍ଦଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଅବସରରେ ସମାଜସେବୀ ଦାମୋଦର ସାହୁଙ୍କ ସହ ବିଦ୍ୟାଳୟର ସକ୍ରିୟ ସଭ୍ୟ ବନମାଳୀ ମିଶ୍ର, ବିଦ୍ୟାଧର ଆଚାର୍ଯ୍ୟ, ଖେଡ଼ପଡା ବିଟ ହାଉସର ବନପାଳ ସୁମିତ୍ରା ମିଶ୍ର ଯୋଗଦେଇ ‘ଗଛଟିଏ ମଣିଷ ଟିଏ’ ଉକ୍ତି ରଖି ଛାତ୍ରଛାତ୍ରୀଙ୍କ ନିକଟରେ ସଚେତନ ବାର୍ତ୍ତା ଦେଇଥିଲେ l ସୁନ୍ଦର ଗଛ ଟିଏ ଯତ୍ନରେ ଲଗାଇବା ପାଇଁ ଆହ୍ୱାନ କରିବା ସହିତ ସବୁ କାମପଛ ଆଗ ଗଛ ଉକ୍ତିଟି ପ୍ରତିପାଦିତ କରି ସଚେତନବାର୍ତ୍ତା ବାଣ୍ଟିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ପରିଶେଷରେ ଅନୁଷ୍ଠାନର ମୁଖ୍ୟ ପ୍ରଭାସିନୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l
