ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଗତ ବୁଧବାର ଦିନ ଗଞ୍ଜେଇ ସନ୍ଦେହରେ ଏକ ଟାଟା ଏସି ଗାଡିକୁ ପିଛା କରିବା ସହିତ ଧକ୍କା ମାରିବା ଓ ଡ୍ରାଇଭର ଠାରୁ 2000 ଟଙ୍କା ଛଡେଇ ନେବା ସହିତ ଧମକ ଚମକ ଦେଇଥିଲେ l ହେଲେ ଡ୍ରାଇଭରର ଉପସ୍ଥିତ ବୁଦ୍ଧିପାଇଁ ଗଣିଆ ଥାନାରେ ଟାଟା ଏସି ଗାଡିକୁ ଭର୍ତ୍ତି କରିଦେଇଥିଲା l ପରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ବିଭିନ୍ନ ସ୍ଥାନରେ ଛାନ ଭିନ ଜାରି ରଖିଥିଲେ l ବିଶେଷ ସୂତ୍ରରୁ ଖବର ପାଇଁ ଶୁକ୍ରବାର ଦିନ ମଧ୍ୟଖଣ୍ଡ ଗ୍ରାମରେ ଚଢ଼ାଉ କରି ଏହି ଗ୍ୟାଙ୍ଗର ଚାରି ଜଣଙ୍କୁ ଗ୍ରାମରୁ ଉଠେଇ ଆଣିଥିଲେ l ଗଣିଆ ଥାନାକୁ ଆଣି ଅଧିକ ପଚରା ଉଚରା ଜାରି ରଖିଥିଲା ପୋଲିସ l ଗିରଫ ହୋଇଥିବା ଡକାୟତ ହେଲେ ମଧ୍ୟଖଣ୍ଡ ଗ୍ରାମର ଅମୀୟ ମହାରଣା, ପ୍ରମୋଦ କୁମାର ସାହୁ, ବାବୁନି ବାରିକି, ରାକେଶ କୁମାର ପରିଡା l ସେମାନଙ୍କ ଠାରୁ ଏକ ହୁଣ୍ଡାଇ ଭର୍ଣ୍ଣା କାର ଓ ଇଣ୍ଡିଗୋ କାର ସହିତ ଗୋଟିଏ ଷ୍ଟିଲ ରଡ଼, ଗୋଟିଏ ଆଇରଣ ରଡ଼, ଗୋଟିଏ କାତି, 4ଟି ମୋବାଇଲ ଫୋନ ଓ 4700 ଟଙ୍କା ଜବତ କରିଛି ଗଣିଆ ପୋଲିସ l ଏଥିରେ ଏକ ବଡ଼ ଗ୍ୟାଙ୍ଗ କାମ କରୁଥିବା ପୋଲିସକୁ ସୁରାଗ ମିଳିଥିଲାl ଯାହାକୁ ନେଇ ଆଇଜି ଓ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶକ୍ରମେ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଓ ଖଣ୍ଡପଡା ଏସ୍ଡ଼ିପିଓ ପ୍ରଭାତ କୁମାର ମଲ୍ଲିକ ମଧ୍ୟଖଣ୍ଡ ଗ୍ରାମରେ ଚଢ଼ାଉକାରୀ ଅଧିକ ତଦନ୍ତ କରିବା ସହିତ ଏଥିରେ ଆଉ କିଏ କିଏ ସମ୍ପକ୍ତ ଅଛନ୍ତି ତାଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ଏକ ଟିମ ଗଠନ କରାଯାଇଛି l ତେବେ ଶନିବାର ଦିନ 84/23ରେ ଏକ ମାମଲା ରୁଜୁ କରି ଦଶପଲ୍ଲା କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିବା ଗଣିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡା କହିଛନ୍ତି l
ଗଞ୍ଜେଇ ସନ୍ଦେହରେ କୋରିଅର ଗାଡିକୁ ପିଛା ଘଟଣାରେ ଚାରି ଡକାୟତଙ୍କୁ ଗିରଫ କରିଛି ଗଣିଆ ପୋଲିସ
