ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ମାନୀତ ଅତିଥି ଭାବେ ଚାହାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଉକ୍ତ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚେତନାର ବିକାଶ ଅପରିହାର୍ଯ୍ୟ ବୋଲି ମତ ରଖିଥିଲେ ଓ ପ୍ରତ୍ୟେକ ଶିଶୁ ଅନ୍ୱେଷଣ ମାର୍ଗରେ ନୂତନ ଉଦ୍ଭାବନ ସହ ଦେଶର ପ୍ରଗତିରେ ନିଜକୁ ନିୟୋଜିତ କରିବା ଉଚିତ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ରଖିଥିଲେ। ଏହି ମେଳାରେ ନିର୍ଣ୍ଣାୟକ ଭାବେ ଦୀପକ କୁମାର ମହାରଣା (ଗଣିଆ ହାଇସ୍କୁଲ), ଅନୁସୂୟା ମିଶ୍ର(ଏନ.ଏ. ସି. ହାଇସ୍କୁଲ), ଯୋଗେନ୍ଦ୍ର ନାଥ ନାୟକ(ନବଘନପୁର ହାଇସ୍କୁଲ), ଶରତ ଚନ୍ଦ୍ର ବେହେରା(ମାଛିପଡା ହାଇସ୍କୁଲ), ନିରଞ୍ଜନ ଦାସ(ଚାହାଳି ହାଇସ୍କୁଲ), ପ୍ରହଲ୍ଲାଦ ଶାନ୍ତ (ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ), ଯୁଗଳ କିଶୋର ଡାକୁଆ (ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଡେମନ୍ସଟ୍ରେଟର, ବୋଲଗଡ଼ କଲେଜ), ଚିତ୍ତରଞ୍ଜନ ଭୂୟାଁ(ପଦାର୍ଥ ବିଜ୍ଞାନ ଅଧ୍ୟାପକ ଇନ୍ସପେୟାର କଲେଜ) ପ୍ରଫୁଲ୍ଲ କୁମାର ମହାପାତ୍ର(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ), ରାଜକିଶୋର ସାହୁ (ମୂର୍ତ୍ତି କଳା ନିର୍ଣ୍ଣାୟକ) ଭାବେ ଯୋଗଦେଇ ଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ମୂର୍ତ୍ତିକଳାରେ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଯୋଗଦେଇଥିଲେ। ଅନ୍ୟାନ୍ୟ ବିଭାଗରେ ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପରିଚାଳନା ସମିତିର ସମସ୍ତ ସଦସ୍ୟ, ସମସ୍ତ ଗୁରୁଜୀ ଗୁରୁମା, ସେବକସେବୀକା ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Related posts