ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଇଟାମାଟିର ୪ଥ ବାର୍ଷିକ ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ବଡ଼ ପଣ୍ଡୁସର ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ ହୋଇଯାଇଛି l ଡାଳିମ୍ବ, ଅଁଳା, ପିଜୁଳି, ପେସ୍ତା, ବେଲ, ଶାଗୁଆନ ଆଦି ଦୁଇହଜାର ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ବିନୋଦିନୀ ମହାନ୍ତି, ଦୈନିକ ଖବର କାଗଜ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ , ଧରିତ୍ରୀ ଜିଲ୍ଲା ପ୍ରତିନିଧି ଲୋକନାଥ ଦାସ, ଓଡ଼ିଶା ଖବର ଜିଲ୍ଲା ପ୍ରତିନିଧି ଦୀପକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡ଼ଃ. ରଙ୍ଗନାଥ ବେହେରା ସମାଜସେବୀ ପ୍ରଦୀପ କୁମାର ସାହୁ, ଧିରେନ କୁମାର ଦାସ, ବସନ୍ତ କୁମାର କର, ବିମଳ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, ଉମେଶ ପଟ୍ଟନାୟକ, ପ୍ରମୋଦ ନାୟକ, ଅମିତା ପ୍ରଧାନଙ୍କ ସହଯୋଗରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ପ୍ରଥମେ ଉଗ୍ରେଶର ଶିବ ମନ୍ଦିର ବେଢ଼ାରେ ବୃକ୍ଷ ରୋପଣ କରାଯାଇଥିଲା ଏବଂ ସାହି ସାହି ବୁଲି ଲୋକଙ୍କୁ ବୃକ୍ଷର ଉପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ଚାରା ବଣ୍ଟନ କାର୍ଯ୍ୟ ସଫଳ ହୋଇଥିବାରୁ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଚାରା ବଣ୍ଟନ, ସବୁଜ ବିପ୍ଲବ ଓ ଜନସଚେତନତା ପଦଯାତ୍ରା
