ବୄକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ,
ନୄତ୍ୟ ପ୍ରଦର୍ଶନ ଓ ରୋଡ୍ ଶୋ ମାଧ୍ୟମରେ ନିଆରା ସଚେତନତା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍କକ୍ ଅନ୍ତର୍ଗତ କୋମଣ୍ଡ କ୍ଲଷ୍ଟର ଅଧୀନରେ ଥିବା ଭଗବତୀପ୍ରସାଦ ଉ.ପ୍ରା.ବିଦ୍ୟାଳୟ ପରିସରରେ ଏକ ବୄକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୮ ଘଟିକାରେ ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲା।ଓଡ଼ଗାଁ ବନବିଭାଗ ତରଫରୁ ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ ନଡ଼ିଆ ବାଡେଇ ଧୂପ ଦୀପ ବନ୍ଦାପନା କରି ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିବା ପରେ ବନକର୍ମଚାରୀ ମିନତି ପାଲଟାସିଂହ,ସୌମ୍ୟରଞ୍ଜନ ଦଳେଇ ଆଦିଙ୍କ ସହ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ, ନିଲମ୍ ପ୍ରିୟଦର୍ଶିନୀ, ଶିକ୍ଷକ ତ୍ରିଲୋଚନ ମହାଙ୍କୁଡ଼,ସମାଜସେବୀ ବସନ୍ତ କୁମାର ଆଲଟିଆ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଅନ୍ୟସଦସ୍ୟଗଣ ବିଦ୍ୟାଳୟ ପରିସର, ରାସ୍ତାକଡ଼ ଏବଂ ବିଦ୍ୟାଳୟ ଖେଳପଡିଆ ପାର୍ଶ୍ଵରେ ବୄକ୍ଷରୋପଣ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଶିକ୍ଷକ ପ୍ରକୄତିବନ୍ଧୁ ରଞ୍ଜନ କୁମାର ଦାଶ, ଶିକ୍ଷକ ତଥା ପ୍ରକୃତିପ୍ରେମୀ କବି ଯଶୋବନ୍ତ ପଟ୍ଟନାୟକ ଏବଂ ସିଆରସିସି ଲଳିତ ମୋହନ ମିଶ୍ର ପ୍ରମୁଖ ଗ୍ରାମ ମଧ୍ୟରେ ବୄକ୍ଷରୋପଣ, ଏହାର ଯତ୍ନ ଓ ସୁରକ୍ଷା ତଥା ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ବୄକ୍ଷର ଭୂମିକା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ପଥପ୍ରାନ୍ତ ନାଟକ ଓ ନୄତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା।ବଉଳ, କୄଷ୍ଣଚୂଡା, ଅଅଁଳା, ଗଙ୍ଗଶିଉଳୀ, କଇଥ, ଡାଳିମ୍ବ, ଜାମୁ ଆଦି ୧୫୦ରୁ ଉର୍ଦ୍ଧ୍ବ ଚାରା ଲଗାଇବାରେ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ସହଯୋଗ କରିଥିଲେ।

Related posts