ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୃଷ୍ଟିର ପ୍ରତିଟି ଜୀବନ ମୂଲ୍ୟବାନ l ମୂଲ୍ୟବାନ ଜୀବନ ବେଳେବେଳେ ଅକାରଣରେ ଅସାବଧାନତା ଯୋଗୁଁ ଦୁର୍ଘଟଣାରେ ଚାଲିଯାଏ l ଆମ ଭାରତରେ ବାର୍ଷିକ ହାରାହାରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି l ସଡ଼କ ଦୁର୍ଘଟଣା କାରଣରୁ ସମଗ୍ର ବିଶ୍ୱର ସର୍ବାଧିକ 11% ମୃତ୍ୟୁ ଆମ ଦେଶ ଭାରତରେ ହୋଇଥାଏ l ଏତେ ସଂଖ୍ୟାରେ ମୃତ୍ୟୁର କାରଣ ହେଲା ସଡ଼କ ସୁରକ୍ଷା ନିୟମକୁ ଠିକସେ ପାଳନ ନକରିବା l ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ତଥା ନିରାପଦ ଯାତ୍ରା ଉପରେ ଏକ ଆଲୋଚନା ଚକ୍ର ତଥା ସଚେତନତା କାର୍ଯ୍ୟକ୍ରମ ଆଜି ଅପରାହ୍ଣରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l

ଏହି ଆଲୋଚନା ଚକ୍ରରେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ଜ୍ୟୋତିର୍ମୟୀ ରାଉତ, ରଶ୍ମିରଂଜିତା ବେହେରା ପ୍ରମୁଖ ପିଲାମାନଙ୍କୁ ସଡ଼କ ସୁରକ୍ଷା ତଥା ନିରାପଦ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ନାୟକ ଜିତେନ୍ଦ୍ର ଗୁରୁ ସଂଯୋଜନା କରିଥିଲେ l ପ୍ରାରମ୍ଭରେ ସହକାରୀ ଶିକ୍ଷକ ସଲିମ ଇବ୍ରାହିମ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ଉପରେ କୁଇଜ ପ୍ରତିଯୋଗିତାକୁ ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ମୂଲ୍ୟାୟନ କରିବା ସହିତ ପିଲାଙ୍କୁ ଉତ୍ସାହିତକରି ରାସ୍ତାରେ ଯାତାୟାତର ନିୟମାବଳୀ ପଠନକରି ଶୁଣାଇଥିଲେ ଥିଲେ l ଶେଷରେ ସହକାରୀ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Related posts