ନୟାଗଡ଼/ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ତହସିଲ ଜଙ୍କିଆ ପଞ୍ଚାୟତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁ,୬୫ ବର୍ଷ ଅତ୍ୟଧିକ ଋଣଗ୍ରସ୍ତ ହୋଇ ତାଙ୍କ ଚାଷ ଜମି ପାଖରେ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଖବର ଗଣମାଧ୍ୟମ ରୁ ଆସିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଘୋର ଉଦବେଗ ପ୍ରକାଶ କରି ତତ୍କାଳ ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କରି ୭ ନଭେମ୍ବର ମଙ୍ଗଳବାର ଅପରାହ୍ନ ରେ ମୃତ ଚାଷୀ ଗୋବିନ୍ଦଙ୍କ ଶୋକାକୁଳ ପରିବାର ବର୍ଗଙ୍କୁ ଭେଟି ମୃତ୍ୟୁ ର କାରଣ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଆଠ ଜଣିଆ କମିଟି ରେ ପିସିସି ଉପସଭାପତି ତଥା ନୟାଗଡ ଜିଲ୍ଲା ପ୍ରଭାରୀ ବିଭୁତି ଭୂଷଣ ମିଶ୍ରଙ୍କୁ ଏହି କମିଟି ର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ କିସାନ ସେଲ ଅଧ୍ୟକ୍ଷ୍ୟ…
Read MoreCategory: ନୟାଗଡ଼ ବ୍ଲକ
ରଣପୁର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ
ବିଜୁ ଜନତା ଦଳର ବିଶାଳ ବାଇକ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ନୟାଗଡ଼ କଇଥଗାଡ଼ିଆଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଖୁଣ୍ଟୁବନ୍ଧ, ଜେମାଦେଇପୁରପାଟଣା ଓ କାଳିକାପ୍ରସାଦ ପଞ୍ଚାୟତ ସମେତ ନୟାଗଡ଼ ପୈାର ପରିଷଦ ଏବଂ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରୁ ହଜାର ହଜାର କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର ସ୍ୱଚ୍ଛ ଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଉଥିବା ଜନହିତକର କାର୍ଯ୍ୟକୁ ଗୁରୁତ୍ୱ ଦେଇ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର,…
Read Moreନୟାଗଡ଼ ପାଟୁଳିସାହି ରାସ୍ତା ଉନ୍ନତୀକରଣ ପାଇଁ ଶିଳାନ୍ୟାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ନୟାଗଡ଼ ପାଟୁଳିସାହି ରାସ୍ତା ଉନ୍ନତୀକରଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦ କୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ ହେବାକୁ ଥିବା ଏହି ରାସ୍ତା ବିକାଶର ପ୍ରତୀକ ହେବ ବୋଲି କୁହାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଭିନ୍ନ ସ୍ଥାନରେ ଏହି ରାସ୍ତା ଶିଳାନ୍ୟାସ ଫଳକକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ ନାଗମୁଣ୍ଡୁଳୀଠାରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ସାହୁ ବିଗତ ଦିନର ସ୍ମୃତିକୁ ମନେ ପକାଇ ନୟାଗଡ଼ ବିକାଶରେ ରାସ୍ତାଘାଟ ଉନ୍ନତୀ କରଣ ମୁଖ୍ୟ ମାଧ୍ୟମ ପାଲଟିଥିବା କହିଛନ୍ତି । ନୟାଗଡ଼ ବିଜିପୁରଠାରୁ ଓଡ଼ଗାଁ ବ୍ଲକ ଲୁଣି ପର୍ଯ୍ୟନ୍ତ ଯେକୈାଣସି ଗାଁକୁ ଯିବାରେ ଏବେ ସମସ୍ୟା ନାହିଁ ବୋଲି କହିଛନ୍ତି ।…
Read Moreନୟାଗଡ଼ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା ଗ୍ରସ୍ତ। ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟି ପଡିଲା କାର। ଖୋର୍ଦ୍ଧା ଜିଲ୍ଲା କପାସିଆ ଠାରେ ଘଟିଛି ଏହି ଘଟଣା। ତେବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସାମାନ୍ୟ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଉପ ଜିଲ୍ଲାପାଳ। କାରର ବେଗ ସାଧାରଣ ଥିବା ବେଳେ ହଠାତ ଭାରସାମ୍ୟ ହରାଇଥିଲା କାର। ତେବେ କାରରେ ରହିଥିଲେ ଉପଜିଲ୍ଲାପାଳ। ଗାଡିଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ତେବେ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିବା ସୂଚନା ମିଳିଛି।
Read Moreପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ (୨୦.୧୦.୨୦୨୩) ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମୀକ୍ ମନ୍ତ୍ରଣାଳୟ ବିଭାଗକୁ ସେହି ଦିନ ପଠାଇଲେ ଏବଂ ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ। ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥୁଲା। କାହିଁକି ଭି.କେ. ପାଣ୍ଡିଆନଙ୍କ ଆବେଦନକୁ ୪୮ ଘଂଟା ମଧ୍ୟରେ କେନ୍ଦ୍ର କାର୍ମୀକ୍ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ। କେନ୍ଦ୍ର ସରକାର ଏହା ପୂର୍ବରୁ ଓଡ଼ିଶାର କୌଣସି ଆଇ.ଏସ୍. ଅଫିସରଙ୍କ ଘଟଣାରେ ଏଭଳି ତତ୍ପରତା ଦେଖାଇବାର ନଜିର ଅଛି କି…
Read Moreପିଆଜ ଦରବୃଦ୍ଦି ପାଇଁ ନବୀନ-ମୋଦି ଇସ୍ତଫା ଦାବୀ କଲା ମହିଳା କଂଗ୍ରେସ
ସରଣକୂଳ,(ନୟାଗଡ଼ ଦର୍ପଣ): ନିତ୍ୟ ବ୍ୟବହାର୍ଯ୍ୟ ପିଆଜର ମାତ୍ରାଧିକ ଦରବୃଦ୍ଦି ପାଇଁ ହାଣ୍ଡିଶାଳ ଉପରେ ଚଡକ ପକାଇଥିବା ବିଜେଡି ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶଙ୍କ ନେତୃତ୍ୱରେ ଶରଣକୂଳ ଲଡ଼ୁବାବା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ମହିଳାଙ୍କୁ କେଜି ପ୍ରତି ୩୦ ଟଙ୍କା ଦରରେ ପିଆଜ ବିକ୍ରି କରି ମହିଳାମାନେ ଅଭିନଵ ପ୍ରତିବାଦ କରାଯାଇଥିଲା। ୨୩ ବର୍ଷରେ ନବୀନ ସରକାର ରାଜ୍ୟରେ ପିଆଜ ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ନପାରିବା ଏବଂ ପିଆଜର ଅଭାବ ଦୂର କରାଇବାରେ ବିଫଳ ନବୀନ ମୋଦି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉ ଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ। ପିଆଜ ଦରବୃଦ୍ଦି ବିରୁଦ୍ଧରେ ବିକ୍ଷୋଭ ପାଇଁ ସାଧାରଣ ଖାଉଟି ମଧ୍ୟ ସମର୍ଥନ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଡିସିସି ମେଡ଼ିଆ ବିଭାଗ ସଂଯୋଜକ…
Read Moreବିଜେଡି ଯୁବ ସଭାପତି ରମେଶ ସାହୁ(ବାଙ୍କ)ଙ୍କ ସ୍ମୃତିରେ କାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡ଼ିର ତୁଙ୍ଗନେତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ବିଜେଡି ଯୁବ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା l କେବଳ ବିଜେଡି ନୁହେଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ର ନେତାମାନେ ଶୋକବ୍ୟକ୍ତ କରିଛନ୍ତି ସ୍ବର୍ଗତ ରମେଶଙ୍କ ପାଇଁ l କାରଣ ରମେଶ ଥିଲେ ସମସ୍ତଙ୍କର ପ୍ରିୟ ମଣିଷ l କେବଳ ଗୋଟିଏ ଦଳ ଭିତରେ ସୀମିତ ନ ଥିଲା ତାଙ୍କର ବ୍ୟକ୍ତିତ୍ୱ l ସମସ୍ତଙ୍କୁ ଆପଣାର କଲାଭଳି ମଣିଷଟି ଆଜି ସମୟର ସ୍ରୋତ ଭିତରେ ନିରବୀ ଯାଇଛି ସତ ହେଲେ ତାଙ୍କର ଅମ୍ଲାନ ସ୍ମୃତି ଆଜି ବି ଗୁଞ୍ଜରିତ ହେଉଛି l ରମେଶଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେରେ ଯେମିତି ଖେଳି ଯାଇଛି ଶୋକର ଛାୟା l ଯିଏ ଏଖବର ପାଇଛି ସିଏ ମନେ ପକାଇବାକୁ ବାଧ୍ୟ ହୋଇଛି ମିଷ୍ଟଭାଷି ରମେଶଙ୍କ ଅମାୟିକ…
Read Moreନୟାଗଡ଼ ଶ୍ରୀ ଶ୍ଯାମ୍ ସୋରୁମରେ ଭୟାବହ ଅଗ୍ନିକାଣ୍ଡ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ରୁ ଉର୍ଦ୍ଧ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିରେ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକ ସୂଚନା ଦେଇଛନ୍ତି। ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ, ନୂଆଗାଁ,…
Read Moreପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର
ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର (ପଠାଣି ସାମନ୍ତ)ଙ୍କ ଜନ୍ମ ଜୟନ୍ତୀ ସମ୍ପର୍କିତ ବ୍ୟତିକ୍ରମକୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଓଡିଶା ସାହିତ୍ୟ ଏକାଡେମିକୁ ଅବଗତ କରିବା ନିମନ୍ତେ ଆଜି ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଗଲା। ପ୍ରକାଶଥାଉକି ବ୍ୟକ୍ତିଗତ ଭାବରେ ସାମନ୍ତ ଚନ୍ଦ୍ରଶେଖର ସଂସ୍କୃତିକ ଅନୁଷ୍ଠାନ ନୟାଗଡ ର ସଭାପତି ପ୍ରମୋଦ ପଟନାୟକ, ସମ୍ପାଦକ ଲଷ୍ମୀଧର ମହାପାତ୍ର ଓ ଗବେଷକ ଡ଼ଃ ବିଜୟ କୁମାର ଚୌଧୁରୀ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିଚାର ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ଡ଼ଃ ସାହୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ।
Read Moreମୁକ୍ତିଲାଭ କଲା ‘ଶ୍ରୀ ସୃଜନ’ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’
ନୟାଗଡ଼, (ନୟାଗଡ଼ ଦର୍ପଣ): ଶାରଦୀୟ ଦୁର୍ଗା ପୂଜା ଅବସରରେ ‘ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’ ଅନୁଷ୍ଠାନର ସଭାପତି ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ମନୋଜ କୁମାର ମିଶ୍ର, ଶ୍ରୀକାନ୍ତ ଖଟେଇ, ଡ.ନିର୍ମଳ ଚନ୍ଦ୍ର ଶୂରଦେଓ, ଦାମୋଦର ସାହୁ, ନିରଞ୍ଜନ ମିଶ୍ର, ଧନେଶ୍ଵର ପ୍ରଧାନ, ଅଜୟ କୁମାର ସେଠୀ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ବିରଞ୍ଚି ବେହେରା, ସମସ୍ତ ସଦସ୍ୟ ସଦସ୍ୟା ଓ ଅନେକ ଭକ୍ତଙ୍କ ଗହଣରେ ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରିଛି। ଇଂ.ଲକ୍ଷ୍ମୀଧର ନାୟକ ଏହି ଗୀତଟି ରଚନା କରିଥିବା ବେଳେ ଏହାକୁ ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ ସଙ୍ଗୀତରେ ସଜାଇବା ସହ କଣ୍ଠଦାନ କରିଛନ୍ତି। ଉପସ୍ଥିତ ସମସ୍ତଙ୍କ ମତରେ ଗୀତଟି ବେଶ୍…
Read More