ନୟାଗଡ଼/ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ତହସିଲ ଜଙ୍କିଆ ପଞ୍ଚାୟତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁ,୬୫ ବର୍ଷ ଅତ୍ୟଧିକ ଋଣଗ୍ରସ୍ତ ହୋଇ ତାଙ୍କ ଚାଷ ଜମି ପାଖରେ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଖବର ଗଣମାଧ୍ୟମ ରୁ ଆସିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଘୋର ଉଦବେଗ ପ୍ରକାଶ କରି ତତ୍କାଳ ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ କରି ୭ ନଭେମ୍ବର ମଙ୍ଗଳବାର ଅପରାହ୍ନ ରେ ମୃତ ଚାଷୀ ଗୋବିନ୍ଦଙ୍କ ଶୋକାକୁଳ ପରିବାର ବର୍ଗଙ୍କୁ ଭେଟି ମୃତ୍ୟୁ ର କାରଣ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଆଠ ଜଣିଆ କମିଟି ରେ ପିସିସି ଉପସଭାପତି ତଥା ନୟାଗଡ ଜିଲ୍ଲା ପ୍ରଭାରୀ ବିଭୁତି ଭୂଷଣ ମିଶ୍ରଙ୍କୁ ଏହି କମିଟି ର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ କିସାନ ସେଲ ଅଧ୍ୟକ୍ଷ୍ୟ ଅମୀୟ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶ, ରାଷ୍ଟ୍ରୀୟ ଯୁବ ମଜଦୁର କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ ପିସିସି ସଭ୍ୟ ହୁସେନ ଖାନ ଏବଂ ମନୋଜ ସାହୁ ପ୍ରମୁଖ ଅଛନ୍ତି l ରାଜ୍ୟର ୩୫% ଚାଷଜମି କୁ ଜଳସେଚିତ କରାଇବା ପାଇଁ ବିଜେଡି ସରକାର ପ୍ରତିଶୃତି ପୂରଣ କରିବାରେ ବିଫଳ ପାଇଁ ଆଜି ଚାଷୀ ଆତ୍ମହତ୍ୟା କରୁଛନ୍ତି l ନୟାଗଡ ଜିଲ୍ଲାର ପ୍ରାୟ ୫୦ ଭାଗ ଚାଷ ଜମିରେ ଜଳାଭାବ ପାଇଁ ମରୁଡି ଦେଖାଦେଇଛି।
ରଣପୁର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ
ପିସିସି ତଥ୍ୟ ଅନୁଧ୍ୟାନକାରୀ ଟିମ ଗଠିତ
ମୃତକ ପରିବାରକୁ ଭେଟିବେ ଆସନ୍ତାକାଲି
