ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର (ପଠାଣି ସାମନ୍ତ)ଙ୍କ ଜନ୍ମ ଜୟନ୍ତୀ ସମ୍ପର୍କିତ ବ୍ୟତିକ୍ରମକୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଓଡିଶା ସାହିତ୍ୟ ଏକାଡେମିକୁ ଅବଗତ କରିବା ନିମନ୍ତେ ଆଜି ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଗଲା।

ପ୍ରକାଶଥାଉକି ବ୍ୟକ୍ତିଗତ ଭାବରେ ସାମନ୍ତ ଚନ୍ଦ୍ରଶେଖର ସଂସ୍କୃତିକ ଅନୁଷ୍ଠାନ ନୟାଗଡ ର ସଭାପତି ପ୍ରମୋଦ ପଟନାୟକ, ସମ୍ପାଦକ ଲଷ୍ମୀଧର ମହାପାତ୍ର ଓ ଗବେଷକ ଡ଼ଃ ବିଜୟ କୁମାର ଚୌଧୁରୀ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିଚାର ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ଡ଼ଃ ସାହୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ।

Related posts