ବିଜେଡି ଯୁବ ସଭାପତି ରମେଶ ସାହୁ(ବାଙ୍କ)ଙ୍କ ସ୍ମୃତିରେ କାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡ଼ିର ତୁଙ୍ଗନେତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ବିଜେଡି ଯୁବ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସହ କ୍ୟାଣ୍ଡେଲ ଶୋଭାଯାତ୍ରା l କେବଳ ବିଜେଡି ନୁହେଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ର ନେତାମାନେ ଶୋକବ୍ୟକ୍ତ କରିଛନ୍ତି ସ୍ବର୍ଗତ ରମେଶଙ୍କ ପାଇଁ l କାରଣ ରମେଶ ଥିଲେ ସମସ୍ତଙ୍କର ପ୍ରିୟ ମଣିଷ l କେବଳ ଗୋଟିଏ ଦଳ ଭିତରେ ସୀମିତ ନ ଥିଲା ତାଙ୍କର ବ୍ୟକ୍ତିତ୍ୱ l ସମସ୍ତଙ୍କୁ ଆପଣାର କଲାଭଳି ମଣିଷଟି ଆଜି ସମୟର ସ୍ରୋତ ଭିତରେ ନିରବୀ ଯାଇଛି ସତ ହେଲେ ତାଙ୍କର ଅମ୍ଲାନ ସ୍ମୃତି ଆଜି ବି ଗୁଞ୍ଜରିତ ହେଉଛି l ରମେଶଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେରେ ଯେମିତି ଖେଳି ଯାଇଛି ଶୋକର ଛାୟା l ଯିଏ ଏଖବର ପାଇଛି ସିଏ ମନେ ପକାଇବାକୁ ବାଧ୍ୟ ହୋଇଛି ମିଷ୍ଟଭାଷି ରମେଶଙ୍କ ଅମାୟିକ ସ୍ଵଭାବକୁ l ଖୁବ କମ ଲୋକଙ୍କୁ ଏଭଳି ସମ୍ମାନ ଦିଆଯାଏ l ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟଖ୍ୟା ନିରୁପମା ଖଟେଇ, ବ୍ଳକ ସଭାପତି ଅଜିତ ପ୍ରସାଦ ସାହୁ, ଯୁବ ବିଜେଡି ବ୍ଳକ ସଭାପତି ଦୁର୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଅମୁଲ୍ୟ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଅଗ୍ରୱାଲ, ଖିରୋଦ ମହାପାତ୍ର, ସରୋଜ ରଣସିଂ, ସୁବାଷ କହଁର, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ବହୁଛାତ୍ର, ଯୁବ ନେତା,ସାମିଲ ହୋଇଥିଛନ୍ତି ଏହି ଶ୍ରଦ୍ଧାଞ୍ଜଳି ସଭାରେ l

Related posts