ପିଆଜ ଦରବୃଦ୍ଦି ପାଇଁ ନବୀନ-ମୋଦି ଇସ୍ତଫା ଦାବୀ କଲା ମହିଳା କଂଗ୍ରେସ

ସରଣକୂଳ,(ନୟାଗଡ଼ ଦର୍ପଣ): ନିତ୍ୟ ବ୍ୟବହାର୍ଯ୍ୟ ପିଆଜର ମାତ୍ରାଧିକ ଦରବୃଦ୍ଦି ପାଇଁ ହାଣ୍ଡିଶାଳ ଉପରେ ଚଡକ ପକାଇଥିବା ବିଜେଡି ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶଙ୍କ ନେତୃତ୍ୱରେ ଶରଣକୂଳ ଲଡ଼ୁବାବା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ମହିଳାଙ୍କୁ କେଜି ପ୍ରତି ୩୦ ଟଙ୍କା ଦରରେ ପିଆଜ ବିକ୍ରି କରି ମହିଳାମାନେ ଅଭିନଵ ପ୍ରତିବାଦ କରାଯାଇଥିଲା। ୨୩ ବର୍ଷରେ ନବୀନ ସରକାର ରାଜ୍ୟରେ ପିଆଜ ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ନପାରିବା ଏବଂ ପିଆଜର ଅଭାବ ଦୂର କରାଇବାରେ ବିଫଳ ନବୀନ ମୋଦି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉ ଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ। ପିଆଜ ଦରବୃଦ୍ଦି ବିରୁଦ୍ଧରେ ବିକ୍ଷୋଭ ପାଇଁ ସାଧାରଣ ଖାଉଟି ମଧ୍ୟ ସମର୍ଥନ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଡିସିସି ମେଡ଼ିଆ ବିଭାଗ ସଂଯୋଜକ ବୃନ୍ଦାବନ ନାୟକ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ସେବାଦଳ ମୁଖ୍ୟବିମଳ ଦାଶ, ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଶଶୀରେଖା ମହାରଣା, ଦଳୀୟ କାର୍ଯ୍ୟକର୍ତା ରମେଶ ମହାପାତ୍ର, ଦୀନବନ୍ଧୁ ସାହୁ, ମହେଶ୍ୱର ମାର୍ଥା, ମିଟୁ ଦାଶ, ସଞ୍ଜୟ ମୁଦୁଲି, ଆନନ୍ଦ ପ୍ରଧାନ, ଅବକାଶ ପାଳ ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଯୋଗଦେଇ ବିଜେପି ବିଜେଡି ସରକାର ବିରୁଦ୍ଧରେ ନାରାବାଜି କରି ପିଆଜ ଦର କମାଇବା ପାଇଁ ଦାବୀ କରିଥିଲେ।

Related posts