ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ମାର୍ଚ୍ଚ ୧ରୁ ୦୭ଯାଏଁ ରାଜ୍ୟସ୍ତରୀୟ ନାଟ୍ୟମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା’ ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତିକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଭୁବନେଶ୍ବର, ବାରିପଦା,ସମ୍ବଲପୁର, କଟକ ଏବଂ ଅନୁଗୁଳୁ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ…

Read More

ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତଦେହ ଠାବ, ୬ ଗିରଫ, ଦାନ୍ତ ଜବତ

ନୟାଗଡ,(ନୟାଗଡ଼ ଦର୍ପଣ): ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣାର ଆଜି ପର୍ଦାଫାସ କରିଛନ୍ତି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ। ଏହି ଘଟଣାରେ ୬ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଦୁଇଟି ହାତୀ ଦାନ୍ତକୁ ଜବତ କରିଛି ବନ ବିଭାଗ । ଉକ୍ତ ଘଟଣା ବେଳେ ବନ କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି ନୟାଗଡ଼ ଡିଏଫଓ। ୧୫ଦିନ ତଳୁ ହାତୀକୁ ମରାଯାଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ କିପରି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଡିଏଫଓ ସ୍ବୀକାର କରିବା ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଗତ ୨୫ତାରିଖ ଦିନ ଦନ୍ତା ହାତୀର ଗଳିତ ମୃତଦେହ ଠାବ…

Read More

ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନୟାଗଡ଼ ସହରସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହାସମାରୋହରେ ପତାକା ଉତୋଳନ କରାଯାଇଥିଲା। ଏହି ଅବସରରେ ଭାରତର ଗୌରବମୟ ମହାପୁରୁଷ ମାନଙ୍କର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କର ଅଭିଭାଷଣ ଏବଂ ଭାରତ ମାତାର ଜୟଗାନରେ ଉତ୍ସବ ମୁଖରିତ ହୋଇ ଉଠିଛି । ଉକ୍ତ ସମାରୋହରେ ନୂତନ ଯୁବ କଳାକାର ଶ୍ରୀଯୁକ୍ତ କେଦାର ଚନ୍ଦ୍ର ନାୟକ, ନିର୍ଦ୍ଦେଶକ ଦେବାଶିଶ ମିଶ୍ର, ଅଧ୍ୟକ୍ଷ ସୌମ୍ୟରଞ୍ଜନ ପରିଡା, ମନୋଜ ମହାପାତ୍ର, ଦେବାଶିଷ ମିଶ୍ର ଉପସ୍ଥିତ ରହି ଅନୁଷ୍ଠାନର ସଂସ୍କୃତ ଶିକ୍ଷକ ଦିଲ୍ଲୀପ କୁମାର ବରାଡ ପତାକା ଉତୋଳନ କରିଥିଲେ।

Read More

ପଠାଣି ସାମନ୍ତ ଶିଶୁ ଶିକ୍ଷାମନ୍ଦିର ବାର୍ଷିକ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଠାଣି ସାମନ୍ତ ଶିଶୁ ଶିକ୍ଷାମନ୍ଦିର (ଦୁରୁଦୁରାଠାରେ) ବାର୍ଷିକ ଉତ୍ସବ ଏବଂ ପୁରଷ୍କାର ବିତରଣ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । କୃତି ଛାତ୍ରଛାତ୍ରୀ ମାନଙ୍କ କଳା, ସଂସ୍କୃତି, ଶିକ୍ଷା ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକଙ୍କ ଗହଣରେ ପୁରଷ୍କାର ପ୍ରଦାନ କରାଯାଇଛି ମୁଖ୍ୟ ଅତିଥି ଭାବରେ ନୟାଗଡ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନ ମହାପାତ୍ର (ଚାହାଳି) ଅବସରପ୍ରାପ୍ତ (ବି.ଇ.ଓ) ପ୍ରତାପ କିଶୋର ପଟନାୟକ, ଦୁର୍ଯ୍ୟୋଧନ ସାମନ୍ତରାୟ (ଦଶପଲ୍ଲା), ପ୍ରଦୀପ କୁମାର ପଟନାୟକ (କଳାହାଣ୍ଡି) ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନର ପ୍ରଯୋଜିକା ଶୁଶ୍ରୀ ତନୁଜା ମିଶ୍ର ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ୍ କରିଥିଲେ ।

Read More

ଭଏସ୍ ଅଫ୍ ନୟାଗଡ଼ର ଅନ୍ତିମ ପର୍ଯ୍ୟାୟରେ ଆଠ ଜଣ ଯୁବ କଣ୍ଠଶିଳ୍ପୀ

ଜାନୁଆରୀ ୨୮ରେ ଅନୁଷ୍ଠିତ ହେବ ଫାଇନାଲ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କ୍ଳବ ଆନୁକୁଲ୍ୟରେ ଚାଲିଥିବା ଭଏସ୍ ଅଫ୍ ନୟାଗଡ଼, ସିଜିନ୍ ୪ ର ଆଜି ଥିଲା ସେମିଫାଇନାଲ। ଜିଲ୍ଲାର ବିଭିନ୍ନ ବ୍ଳକରୁ ଚୟନ ହୋଇଥିବା ୧୭ ଜଣ ଯୁବ କଣ୍ଠଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଅନ୍ତିମ ପର୍ଯ୍ୟାୟକୁ ବର୍ଷାରାଣୀ ନାୟକ, ଦେବୀ ପ୍ରସାଦ ନନ୍ଦ, କିର୍ତ୍ତୀକା ମଣ୍ଡଳ, ଶୁଭସ୍ମିତା ବେହେରା, ଆଶୁତୋଷ ବେହେରା, ମିଲନ କୁମାର ସ୍ୱାଇଁ, ବିଶ୍ୱଜିତ ନାୟକ, ନୟନିକା ପଟ୍ଟନାୟକ ପ୍ରମୁଖ ୮ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୟାଗଡ଼ କ୍ଳବର ସଂପାଦକ ମିହିର ରଂଜନ ନାୟକ ପାରମ୍ପରିକ ଭାବେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ସଂଯୋଜନା କରିଥିଲେ କ୍ଲବର ସଦସ୍ୟ ଅରୁଣ ମହାନ୍ତି, ଅବିନାଶ ସାହୁ , ପ୍ରସନ୍ନ କୁମାର ବସନ୍ତିଆ, ବାସୁଦେବ ସାହୁ ଓ ଶରତ ଚନ୍ଦ୍ର ଆଚାର୍ଯ୍ୟ। ଆଜିର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ପତାକା ଉତ୍ତୋଳନ କଲେ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସାଧାରଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେବାବ୍ରତୀ ଗୁରୁଜୀ ଗୁରୁମା ମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ବିଦ୍ଯାଳୟ ମାଟ୍ରିକ ପରୀକ୍ଷା ସହିତ ବିଭିନ୍ନ ବୃତ୍ତି ପରୀକ୍ଷା ଗୁଡିକରେ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ସ୍ଥାନ ହାସଲ କରୁଥିବାରୁ ଗୁରୁଜୀ ଗୁରୁମା ମାନଙ୍କୁ ସାଧୁବାଦ ଜଣାଇ ଥିଲେ।ବିଦ୍ଯାଳୟର ସଂପାଦକ ଶ୍ରୀଧର…

Read More

ସମର୍ପଣ (ବୃଦ୍ଧାଶ୍ରମ)ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ। ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମ୍ରୁତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଅବଦୁଲ ଆରିଫ୍ ଖାନ୍, ଭାସ୍କର ଚନ୍ଦ୍ର ସାହୁ ଓ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ସମେତ ବହୁ ସଦସ୍ଯ ଉପସ୍ଥିତ ଥିଲେ।

Read More

ରୋଟାରୀ କ୍ଳବ୍ ରେ ପାଳିତ ହେଲା ୭୫ତମ ଗଣତନ୍ତ୍ର ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମ୍ରୁତି ଚାରଣ କରିବା ସହିତ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣୟନ ଅବଦାନ ବିଷୟରେ ବକ୍ତବ୍ଯ ରଖିଥିଲେ । ମହାପୁରୁଷ ମାନଙ୍କର ଦାନ ପାଇଁ ଆଜି ଆମେ ଗର୍ବିତ। ଯେଉଁ ମାନଙ୍କର ତ୍ଯାଗ ଓ ବଳିଦାନ ରେ ଆଜି ଆମେ ସ୍ବାଧୀନ ସେହି ମାନଙ୍କୁ ମନେ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୦ଟା ୩୦ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ…

Read More

ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର,ଳ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ଚରଣ ସାହୁ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମହୋଦୟ ଭାରତବର୍ଷ ର ନାମକରଣ ର ଯଥାର୍ଥତା, ଗୁରୁ ପରମ୍ପରା ରେ ବଶିଷ୍ଠ ଙ୍କର ଭୂମିକା ତଥା ସମ୍ପ୍ରତି ଆଦର୍ଶ ଜାତୀୟତା ବୋଧରେ ଉଦବୁଦ୍ଧ ଛାତ୍ରଛାତ୍ରୀ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ଉତ୍ତମ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ କହିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା…

Read More

ଜାତୀୟ ଟାଏକୋଣ୍ଡୋରେ ନୟାଗଡକୁ ପୂମସି ଇଭେଣ୍ଟରେ ଗୋଟିଏ ସ୍ଵର୍ଣ ଓ ଗୋଟିଏ ରୌପ୍ୟ ପଦକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ଜାନୁଆରୀ 19 ରୁ 21 ତାରିଖରେ ରାଜସ୍ତାନ ରାଜ୍ୟର ସବାଇ ମାଧପୁର ଠାରେ 40ତମ ଜୁନିଅର ଓ 39ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ଓ 13ତମ ଜୁନିଅର ଓ 12ତମ ସିନିଅର ପୂମସି ପ୍ରତିଯୋଗିତା ହୋଇଯାଇଛି। ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ନୟାଗଡ ଜିଲ୍ଲାରୁ ଜଣେ ପ୍ରତିଯୋଗୀ ଏମ. ରିତିକ ରଞ୍ଜନ ମହାପାତ୍ର ଓଡିଶା ଟିମରେ ସ୍ଥାନ ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସିନିଅର ପୂମସି ଫ୍ରି ଷ୍ଟାଇଲରେ ଓ ନୂଆ ପୂମସି ଇଭେଣ୍ଟ ରେ ଏମ. ରିତିକ ରଞ୍ଜନ ମହାପାତ୍ର ଉଭୟ ଇଭେଣ୍ଟ ରେ ଦୁଇଟି ସ୍ଵର୍ଣ ପଦକ ଓ ରୌପ୍ୟ ପଡକ ଜିତିଥିଲେ ଯାହା ନୟାଗଡ ଜିଲ୍ଲାରେ ଅଫିସିଆଲ…

Read More