ନୟାଗଡ଼,(ନୟାଗଡ଼ ଦର୍ପଣ): ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଠାଣି ସାମନ୍ତ ଶିଶୁ ଶିକ୍ଷାମନ୍ଦିର (ଦୁରୁଦୁରାଠାରେ) ବାର୍ଷିକ ଉତ୍ସବ ଏବଂ ପୁରଷ୍କାର ବିତରଣ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । କୃତି ଛାତ୍ରଛାତ୍ରୀ ମାନଙ୍କ କଳା, ସଂସ୍କୃତି, ଶିକ୍ଷା ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକଙ୍କ ଗହଣରେ ପୁରଷ୍କାର ପ୍ରଦାନ କରାଯାଇଛି ମୁଖ୍ୟ ଅତିଥି ଭାବରେ ନୟାଗଡ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନ ମହାପାତ୍ର (ଚାହାଳି) ଅବସରପ୍ରାପ୍ତ (ବି.ଇ.ଓ) ପ୍ରତାପ କିଶୋର ପଟନାୟକ, ଦୁର୍ଯ୍ୟୋଧନ ସାମନ୍ତରାୟ (ଦଶପଲ୍ଲା), ପ୍ରଦୀପ କୁମାର ପଟନାୟକ (କଳାହାଣ୍ଡି) ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନର ପ୍ରଯୋଜିକା ଶୁଶ୍ରୀ ତନୁଜା ମିଶ୍ର ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ୍ କରିଥିଲେ ।
ପଠାଣି ସାମନ୍ତ ଶିଶୁ ଶିକ୍ଷାମନ୍ଦିର ବାର୍ଷିକ ଉତ୍ସବ ପାଳିତ
