ନୟାଗଡ଼, (ନୟାଗଡ଼ ଦର୍ପଣ): ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନୟାଗଡ଼ ସହରସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହାସମାରୋହରେ ପତାକା ଉତୋଳନ କରାଯାଇଥିଲା। ଏହି ଅବସରରେ ଭାରତର ଗୌରବମୟ ମହାପୁରୁଷ ମାନଙ୍କର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କର ଅଭିଭାଷଣ ଏବଂ ଭାରତ ମାତାର ଜୟଗାନରେ ଉତ୍ସବ ମୁଖରିତ ହୋଇ ଉଠିଛି । ଉକ୍ତ ସମାରୋହରେ ନୂତନ ଯୁବ କଳାକାର ଶ୍ରୀଯୁକ୍ତ କେଦାର ଚନ୍ଦ୍ର ନାୟକ, ନିର୍ଦ୍ଦେଶକ ଦେବାଶିଶ ମିଶ୍ର, ଅଧ୍ୟକ୍ଷ ସୌମ୍ୟରଞ୍ଜନ ପରିଡା, ମନୋଜ ମହାପାତ୍ର, ଦେବାଶିଷ ମିଶ୍ର ଉପସ୍ଥିତ ରହି ଅନୁଷ୍ଠାନର ସଂସ୍କୃତ ଶିକ୍ଷକ ଦିଲ୍ଲୀପ କୁମାର ବରାଡ ପତାକା ଉତୋଳନ କରିଥିଲେ।
ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ
