ରୋଟାରୀ କ୍ଳବ୍ ରେ ପାଳିତ ହେଲା ୭୫ତମ ଗଣତନ୍ତ୍ର ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମ୍ରୁତି ଚାରଣ କରିବା ସହିତ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣୟନ ଅବଦାନ ବିଷୟରେ ବକ୍ତବ୍ଯ ରଖିଥିଲେ । ମହାପୁରୁଷ ମାନଙ୍କର ଦାନ ପାଇଁ ଆଜି ଆମେ ଗର୍ବିତ। ଯେଉଁ ମାନଙ୍କର ତ୍ଯାଗ ଓ ବଳିଦାନ ରେ ଆଜି ଆମେ ସ୍ବାଧୀନ ସେହି ମାନଙ୍କୁ ମନେ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୦ଟା ୩୦ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ଯ ଅତିଥି ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଓ ତହସିଲଦାର ରାଜେଶ କେଶରୀ ସ୍ବାଇଁ ଉପସ୍ଥିତ ଥିଲେ। ଶିବିର ରୁ ମୋଟ ୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କ୍ଳବର ସଂପାଦକ ଶ୍ରୀଧର ସାହୁ କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲାବେଳେ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ। ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ମନୋରଂଜନ ପ୍ରଧାନ, ଜି ରଶ୍ମିରାଜ, ପ୍ରସନ୍ନ କୁମାର ବସନ୍ତିଆ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରବୀର କୁମାର ପ୍ରୁଷ୍ଟି, ଅବିନାଶ ସାହୁ, ବାସୁଦେବ ସାହୁ, ମଦନ ମୋହନ ମହାପାତ୍ର, ଲକ୍ଷ୍ମୀନାରାୟଣ ରଥ ସମେତ ବହୁ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts