ନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର,ଳ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ଚରଣ ସାହୁ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ମା ଶାରଦା ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମହୋଦୟ ଭାରତବର୍ଷ ର ନାମକରଣ ର ଯଥାର୍ଥତା, ଗୁରୁ ପରମ୍ପରା ରେ ବଶିଷ୍ଠ ଙ୍କର ଭୂମିକା ତଥା ସମ୍ପ୍ରତି ଆଦର୍ଶ ଜାତୀୟତା ବୋଧରେ ଉଦବୁଦ୍ଧ ଛାତ୍ରଛାତ୍ରୀ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ଉତ୍ତମ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ କହିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ବରିଷ୍ଠ ଅଚର୍ଯ୍ୟା ଶ୍ରୀମତୀ ଚାରୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଘୋଷ ସଞ୍ଚଳନ ସହିତ ଛାତ୍ରଛାତ୍ରୀ ମାନେ ପ୍ରଭାତଫେରି କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ ବିତରଣ କରାଯାଇଥିଲା। ପୁନଶ୍ଚ ଚଳିତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts