ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସାମ୍ପ୍ରତିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତାକୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିରୂପେ କୈଳାସ ଗାଣ୍ଡ ଓ ମୁଖ୍ୟବକ୍ତାରୂପେ ଗୋଦାବରୀଶ ମିଶ୍ର ଯୋଗ ଦେଇ ଆଧୁନିକ ସମାଜରେ ଓଡ଼ିଆ ଭାଷାର ଉପଯୋଗିତା, କାର୍ଯ୍ୟକାରିତା ଓ ବାସ୍ତବତା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିବା ସହ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।ଅଧ୍ୟକ୍ଷ ସାହୁ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଜନଜୀବନକୁ କେମିତି ପ୍ରଭାବିତ କରି ସମାଜରେ ସଂସ୍କାର ଆଣି ପାରିଛି ଏବଂ ନାରୀଶିକ୍ଷାର ବିକାଶରେ କିପରି ସହାୟକ ହୋଇ ପାରିଛି ସେ ସମ୍ପର୍କରେ ସମ୍ୟକ ବାର୍ତ୍ତା ରଖିଥିଲେ। ଅଧ୍ୟାପକ ଚିତ୍ତରଞ୍ଜନ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅରୁପାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ଡ଼ ସଂଯୁକ୍ତା ଦାସ, ରୋଜାଲିନ ରଥ, ଡ଼ ରାଜଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ବ୍ରଜେଶ କୁମାର ବଡ଼ଜେନା, ମନୋଜ କୁମାର ସାହୁ, ସରୋଜ ରାଉତ ଓ ଜିତେନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ...