ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ଜାନୁଆରୀ 19 ରୁ 21 ତାରିଖରେ ରାଜସ୍ତାନ ରାଜ୍ୟର ସବାଇ ମାଧପୁର ଠାରେ 40ତମ ଜୁନିଅର ଓ 39ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ଓ 13ତମ ଜୁନିଅର ଓ 12ତମ ସିନିଅର ପୂମସି ପ୍ରତିଯୋଗିତା ହୋଇଯାଇଛି। ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ନୟାଗଡ ଜିଲ୍ଲାରୁ ଜଣେ ପ୍ରତିଯୋଗୀ ଏମ. ରିତିକ ରଞ୍ଜନ ମହାପାତ୍ର ଓଡିଶା ଟିମରେ ସ୍ଥାନ ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସିନିଅର ପୂମସି ଫ୍ରି ଷ୍ଟାଇଲରେ ଓ ନୂଆ ପୂମସି ଇଭେଣ୍ଟ ରେ ଏମ. ରିତିକ ରଞ୍ଜନ ମହାପାତ୍ର ଉଭୟ ଇଭେଣ୍ଟ ରେ ଦୁଇଟି ସ୍ଵର୍ଣ ପଦକ ଓ ରୌପ୍ୟ ପଡକ ଜିତିଥିଲେ ଯାହା ନୟାଗଡ ଜିଲ୍ଲାରେ ଅଫିସିଆଲ ଜାତୀୟ ପ୍ରତିଯୋଗିତା ରେ ପ୍ରଥମ ଖେଳାଳି ରୂପେ ସୁନାମ ଅର୍ଜନ କରିଛନ୍ତି। ଜିଲ୍ଲା ସଙ୍ଘର ସଭାପତି ଅଜୟ କୁମାର ସାହୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...