ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଥମ ସାହିତ୍ୟ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି…

Read More

ଶିଖରପୁରରେ ସି.ପି.ଆଇ.ଏମର କର୍ମୀ ସମ୍ମିଳନୀ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସି.ପି.ଆଇ.ଏମ୍ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିବାକୁ ଶପଥ ନିଆଯାଇଛି। ପାର୍ଟିର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସୁରେଶ ପାଣିଗ୍ରାହୀ ଓ ଦୁଷ୍ମନ୍ତ ଦାସ କେନ୍ଦ୍ର ବିଜେପି ସରକାରର ଦରବୃଦ୍ଧି ନୀତି,ଘରୋଇକରଣ ନୀତି, ଗଣତନ୍ତ୍ର ଆଉ ସାମ୍ବିଧାନିକ ବିଧିବ୍ୟବସ୍ଥା ବିରୋଧୀ ଏକଛତ୍ରବାଦ ନୀତି ବିରୁଦ୍ଧରେ ବ୍ୟାପକ ଆଲୋଚନା ରଖିଥିଲେ। ଜିଲ୍ଲାର ଅନ୍ୟତମ ନେତୃତ୍ବ କମ୍ରେଡ୍ ଶରତଚନ୍ଦ୍ର ବେହେରା, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ…

Read More

ମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ନେଇ ନୟାଗଡ଼ରେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ନୟାଗଡ଼ର ଲେଖକଙ୍କ ଭିତରେ ସହଭାବ (fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହାଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥର ଜିଲ୍ଲାର…

Read More

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ନୟାଗଡ଼ଠାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍‌ଘାଟନ କରିଛନ୍ତି । ଏହି ଉପଲକ୍ଷେ ନୟାଗଡ଼ ଇନ୍‌ଡୋର ଷ୍ଟାଡିୟମ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ଅର୍ଚ୍ଚନା ଦାସ, କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଡ. ସାହୁ କ୍ରୀଡ଼ାର ବିକାଶ ନିମନ୍ତେ ଏହି ବହୁମୁଖୀ ଷ୍ଟାଡିୟମ ଅନେକ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।…

Read More

ନୟାଗଡ଼ରେ କୃଷକ କଳାଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ହରିଆଣା ପୋଲିସ୍ ର ଗୁଳି ମାଡ଼ରେ ସହୀଦ ହୋଇଥିବା ଯୁବ କୃଷକ ନେତା‌ ଶୁଭ କରନ୍ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ନୟାଗଡ଼ ଜିଲ୍ଲା ସଦରମହକୁମା ଠାରେ କିଷାନ ମୋର୍ଚ୍ଚା ପକ୍ଷରୁ କଳାଦିବସ ପାଳନ କରାଯାଇଛି। ଚାଷୀ ଫସଲର ଲାଭଜନକ ଦର ପାଇଁ ସ୍ଵାମୀନାଥନ୍ କମିସନଙ୍କ ସୁପାରିଶ ଲାଗୁ କରିବା, ସର୍ବନିମ୍ନ ଦର ଆଇନ ସୁନିଶ୍ଚିତ କରିବା, ଚାଷୀକୁ ରୂଣମୁକ୍ତ କରିବା ପାଇଁ ଋଣଛାଡ଼ କରିବା, ବିଦ୍ୟୁତ ଘରୋଇକରଣ ବନ୍ଦ କରିବା ପ୍ରଭୃତି ଦାବିରେ ଚାଲିଥିବା ଆନ୍ଦୋଳନକୁ ଦବେଇଦେବା ପାଇଁ କେନ୍ଦ୍ର ବିଜେପି ସରକାର ଯେଉଁ ଦମନମୂଳକ ଆକ୍ରମଣ କରିଚାଲିଛି, ତାହା ଇଂରେଜ ଅତ୍ୟାଚାରକୁ ବଳେଇ ଯାଇଛି ବୋଲି ସଂଗଠନର ନେତା ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସଂଗଠନର…

Read More

ଖଣ୍ଡପଡାରୋଡସ୍ଥ ନିରୋଗ କ୍ଳିନିକ୍ ରେ ଅଲଟ୍ରା ସାଉଣ୍ଡ ଉଦଘାଟନ କଲେ ବିଧାୟକ।

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡାରୋଡସ୍ଥ ‘ନିରୋଗ’ କ୍ଳିନିକରେ ଅଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ମାତ୍ର ଦୁଇଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ଥିବାରୁ ରୋଗୀମାନେ ବହୁ ହଇରାଣ ହରକତ ହେଉଥିଲେ। ଆବଶ୍ଯକ ସ୍ଥଳେ ଭୁବନେଶ୍ୱର ଯାଉଥିଲେ। ଏହି ଅସୁବିଧାକୁ ଦୂର କରିବା ପାଇଁ ନିରୋଗ କ୍ଳିନିକର ଅଲଟ୍ରା ସାଉଣ୍ଡ ନିଶ୍ଚିତଭାବେ ରୋଗୀମାନଙ୍କୁ ସାହାଯ୍ୟ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ନିରୋଗ କ୍ଳିନିକରେ ଅତ୍ୟାଧୁନିକ ମେଶିନ ସାହାଯ୍ୟରେ ପାଥୋଲୋଜି, ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି ବୋଲି ଏହି କ୍ଳିନିକ୍ ର ପ୍ରୋପ୍ରାଇଟର ସନ୍ତୋଷ କୁମାର ନାୟକ ଓ ସାନଭାଇ ଡାକ୍ତର ମନୋଜ କୁମାର ନାୟକ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ Radiology…

Read More

ଜିଲ୍ଲା ପାଠାଗାର ଉଦ୍ଘାଟନ ଉତ୍ସଵରେ ପାଠାଗାରକୁ ପୁସ୍ତକ ପ୍ରଦାନ କଲେ ସାହିତ୍ୟିକ ଲେଖକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପାଠାଗାରର ଉଦଘାଟନୀ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର୍ ସାହୁ ଫିତା କାଟି ପାଠାଗାର ଉଦଘାଟନ କରିଥଲେ। ପରେ ପରେ ଦକ୍ଷିଣକାଳୀ ପଡ଼ିଆରେ ଆୟୋଜିତ ସଭାରେ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବହି ଜୀବନର ବିଶ୍ବସ୍ତ ବନ୍ଧୁ, ସେ କେବେ ଧୋକା ଦିଏନା ବୋଲି ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ପରେ ପରେ ଜିଲ୍ଲା ଲେଖକ ପରିଷଦ ସମ୍ପାଦକଙ୍କ ଆହ୍ଵାନରେ ସତର ଜଣ କବି/କବୟିତ୍ରୀ ଓ ସାହିତ୍ୟିକ ଜିଲ୍ଲା ପାଠାଗାରକୁ ଆନେକ ବହି ପ୍ରଦାନ୍ କରିଥଲେ। ବହି ପ୍ରଦାନ୍ କରିଥିବା ବଦାନ୍ୟ ବ୍ୟକ୍ତି ଭିତରେ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର,…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାଞ୍ଚଟି ମୁଖ୍ୟମନ୍ତ୍ରୀ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା, ଶିକ୍ଷାୟତନ, ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଇତି ମଧ୍ୟରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆ ସରିଥିବା ବେଳେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସଵ ଆଜି ନୟାଗଡ଼ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିଲା l ମାନ୍ୟବର ବିଧାୟକ ନୟାଗଡ଼ ଡ. ଅରୁଣ କୁମାର୍ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ସ୍ଵଧା ଦେବ୍ ସିଂ,ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ କରାଯାଇଥିଲା l ନୟାଗଡ଼ ବ୍ଲକର ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ଭାବରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ, ବ୍ଲକର ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବରେ ପ୍ରଧାନଶିକ୍ଷିକା ଝୁମୁରୀ ସାହୁ, ବ୍ଲକର…

Read More

ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଭବେଶ କୁମାର ନାୟକ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତୀତ କ୍ଷତିପୂରଣ ଧାରା, ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ ସମସ୍ୟା ଉପରେ ଶିକ୍ଷାନବୀସମାନଙ୍କୁ ସଚେତନତା କରାଯାଇଥିଲା । ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଶ୍ଲେଷଣ କରିଥିଲେ । ବିଚାରପତି ଶ୍ରୀ ରାକେଶ କୁମାର ସାହୁ ସଡ଼କ ସୁରକ୍ଷା…

Read More