ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାଞ୍ଚଟି ମୁଖ୍ୟମନ୍ତ୍ରୀ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା, ଶିକ୍ଷାୟତନ, ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଇତି ମଧ୍ୟରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆ ସରିଥିବା ବେଳେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସଵ ଆଜି ନୟାଗଡ଼ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିଲା l ମାନ୍ୟବର ବିଧାୟକ ନୟାଗଡ଼ ଡ. ଅରୁଣ କୁମାର୍ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ସ୍ଵଧା ଦେବ୍ ସିଂ,ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ କରାଯାଇଥିଲା l ନୟାଗଡ଼ ବ୍ଲକର ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ଭାବରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ, ବ୍ଲକର ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବରେ ପ୍ରଧାନଶିକ୍ଷିକା ଝୁମୁରୀ ସାହୁ, ବ୍ଲକର ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି, ଶ୍ରେଷ୍ଠ ଛାତ୍ରୀ ଭାବରେ ଗାୟତ୍ରୀ ପରିଡ଼ା ଓ ଛାତ୍ରଛାତ୍ରୀ ନେତୃତ୍ୱ ଦକ୍ଷତାରେ ଓମ୍ ପ୍ରକାଶ ପ୍ରଧାନ ଏବଂ ଗୀତାଞ୍ଜଳି ଲେଙ୍କାଙ୍କୁ ଭବ୍ୟ ସମାରୋହରେ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥଲେ l ବିଦ୍ୟାଳୟର ଅଭୂତପୂର୍ବ ସଫଳତାକୁ ନେଇ ସର୍ବସାଧାରଣରେ ଖୁସିର ଲହରି ଖେଳିଯାଇଛି l ବିଭିନ୍ନ ମହଲରୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କୁ ଅଭିନନ୍ଦନ ସୁଅ ଛୁଟିଛି l

Related posts