ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଭବେଶ କୁମାର ନାୟକ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତୀତ କ୍ଷତିପୂରଣ ଧାରା, ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ ସମସ୍ୟା ଉପରେ ଶିକ୍ଷାନବୀସମାନଙ୍କୁ ସଚେତନତା କରାଯାଇଥିଲା । ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଶ୍ଲେଷଣ କରିଥିଲେ ।

ବିଚାରପତି ଶ୍ରୀ ରାକେଶ କୁମାର ସାହୁ ସଡ଼କ ସୁରକ୍ଷା ଅବଂ କ୍ଷତି ପୂରଣ ବ୍ୟବସ୍ଥାକୁ ବିଶଦ ତର୍ଜମା କରିଥିଲେ । ସମଗ୍ର ରାଜ୍ୟରୁ ପ୍ରଶିକ୍ଷଣ ନେଉଥିବା ୪୪୬ ଛାତ୍ର ଛାତ୍ରୀଙ୍କ ସହିତ ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ । ଶିକ୍ଷାନବିସମାନେ ପ୍ରଶ୍ନ ଉତ୍ତର ମାଧ୍ୟମରେ ନିଜର ସନ୍ଦେହ ଦୂରକରିଥିଲେ । ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ ଅମିୟ କୁମାର ପଟ୍ଟନାୟକ ଏବଂ ମହମ୍ମଦ ଓମର ମାଲ୍ଲିକ ନିଜନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ଶ୍ରୀ ଗଦାଧର ବିଶ୍ୱାଳ, ଶ୍ରୀ ରାଜେଶ କୁମାର ବାରିକ ଏବଂ ଗ୍ରାମୀଣ ଆଇନ ସହାୟତା କର୍ମୀ ଶ୍ରୀମତୀ ଲିପ୍ସା ଦାଶ ଏବଂ ଶ୍ରୀ ପ୍ରମୋଦ କୁମାର ମହାନ୍ତି କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ ।ପ୍ରଶିକ୍ଷଣ ବିଦ୍ୟାଳୟସ୍ଥ ସ୍ୱାସ୍ଥ୍ୟ ମୁଖ୍ୟ ଡ଼ଃ ଅଜିତ ନାଥ ବକ୍ତବ୍ୟ ମଧ୍ୟରେ ମାନବ ସେବା ଶ୍ରେଷ୍ଠ ବୋଲି ମତ ପ୍ରଦାନ କରିଥିଲେ । ଡି.ଏସ.ପି. ଶ୍ରୀ ରଜନୀକାନ୍ତ ମଲ୍ଲିକ ଏହିପରି ଏକ ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନବିସଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମତପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


Related posts