ନୟାଗଡର ପ୍ରମୁଖ ସାହିତ୍ୟ ଅନୁଷ୍ଠାନମାନେ ପାଳିଲେ ବିଶ୍ଵ ମାତୃଭାଷା ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ୟୁନେସ୍କୋ ଦ୍ୱାରା ନିର୍ଦ୍ଧାରିତ ଫେବୃଆରୀ ଏକୋଇଶି ବିଶ୍ଵ ମାତୃଭାଷା ଦିବସକୁ ନୟାଗଡ଼ର ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନ ପାଳନ କରିଛନ୍ତି। କବି ନିର୍ମଳ ଶୁରଦେଓଙ୍କ ସଭାପତିତ୍ବରେ ନୟାଗଡ଼ ପୁରୁଣା ସହର ସ୍ଥିତ ଖାଙ୍କୀମଠରେ ଆୟୋଜିତ ମାତୃଭାଷା ଦିବସରେ ବହୂଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁକବି ତଥା ଅଭିନେତା ଦେବେନ୍ଦ୍ର ପରମଗୁରୁ ଯୋଗଦେଇ ମାତୃଭାଷାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। କବୟିତ୍ରୀ ସୂକ୍ଷ୍ମଣୀ ଆନନ୍ଦ ହିନ୍ଦୀରେ, ନୀଳିମା ନନ୍ଦ ସଂସ୍କୃତରେ, କବି ସରୋଜ ସାହୁ ଇଂରାଜୀ ଓ ଶେଖ୍ ଅବଦୁଲ୍ ଖାଲିକ୍ ଉର୍ଦ୍ଦୁ ଭାଷାରେ କବିତା ପାଠ କରିବା ସହିତ ଭାଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥଲେ। ଅନ୍ୟମାନଙ୍କ ଭିତରେ ଗୋପୀନାଥ ସେଠୀ, ଗୋପୀନାଥ ପରିଡ଼ା, ହରପ୍ରିୟା ଦ୍ବିବେଦୀ, ପ୍ରତାପ ସାହୁ ଓ ଝିଲିମିଲି ସାହୁ ପ୍ରମୁଖ ଓଡିଆ ଭାଷାରେ କବିତା ପାଠ କରିଥଲେ। ପରିଶେଷରେ ମୈତ୍ରୀ ଯୁବ ସଂସଦର ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ସଦାନନ୍ଦ ସାହିତ୍ୟ ପରିଷଦ, ସୃଜନିକା, ମା ‘ ଫାଉଣ୍ଡେସନ, ମୈତ୍ରୀ ଓ ଆର୍ଟ ପଏଣ୍ଟ ପ୍ରମୁଖ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନମାନେ ଆଜିର ଦିବସକୁ ପାଳନ କରିବାରେ ସହଯୋଗ କରିଥଲେ।

Related posts