ଜିଲ୍ଲା ପାଠାଗାର ଉଦ୍ଘାଟନ ଉତ୍ସଵରେ ପାଠାଗାରକୁ ପୁସ୍ତକ ପ୍ରଦାନ କଲେ ସାହିତ୍ୟିକ ଲେଖକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପାଠାଗାରର ଉଦଘାଟନୀ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର୍ ସାହୁ ଫିତା କାଟି ପାଠାଗାର ଉଦଘାଟନ କରିଥଲେ। ପରେ ପରେ ଦକ୍ଷିଣକାଳୀ ପଡ଼ିଆରେ ଆୟୋଜିତ ସଭାରେ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବହି ଜୀବନର ବିଶ୍ବସ୍ତ ବନ୍ଧୁ, ସେ କେବେ ଧୋକା ଦିଏନା ବୋଲି ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ପରେ ପରେ ଜିଲ୍ଲା ଲେଖକ ପରିଷଦ ସମ୍ପାଦକଙ୍କ ଆହ୍ଵାନରେ ସତର ଜଣ କବି/କବୟିତ୍ରୀ ଓ ସାହିତ୍ୟିକ ଜିଲ୍ଲା ପାଠାଗାରକୁ ଆନେକ ବହି ପ୍ରଦାନ୍ କରିଥଲେ। ବହି ପ୍ରଦାନ୍ କରିଥିବା ବଦାନ୍ୟ ବ୍ୟକ୍ତି ଭିତରେ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବି ଗୋଦାବରୀଶ ମିଶ୍ର, ଡ. ସୁକାନ୍ତି ମହାନ୍ତି, ଶେଖ୍ ଅବଦୁଲ୍ ଖାଲିକ୍, ନୀଳିମା ନନ୍ଦ, ଦେବେନ୍ଦ୍ର ପରମଗୁରୁ, ଗୋପୀନାଥ ସେଠୀ, ଗୋପୀନାଥ ପରିଡ଼ା, ରାଜଲକ୍ଷ୍ମୀ ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ, ଉଷାରାଣୀ ମିଶ୍ର, ପ୍ରଭାସିନୀ ବରାଡ, କ୍ଷଣପ୍ରଭା କର, ସରୋଜ କୁମାର ସାହୁ, ଏମ୍. ଔରଙ୍ଗଜେଵ ଓ ହରପ୍ରିୟା ଦ୍ବିବେଦୀ ପ୍ରମୁଖ। ବରିଷ୍ଠ କବୟିତ୍ରୀ ଗୀତାଞ୍ଜଳି ମହାପାତ୍ର ପାଠାଗାରକୁ ବହି କିଣିବା ନିମନ୍ତେ ଦଶ ହଜାର ଟଙ୍କା ପୌର ଅଧ୍ୟକ୍ଷାଙ୍କୁ ଦାନ କରିଥଲେ। କବୟିତ୍ରୀ ବସିରନ ବିବି ଓ କବି ନିର୍ମଳ ଚନ୍ଦ୍ର ଶୁରଦେଓ ପ୍ରମୁଖ ବହି ପ୍ରଦାନ୍ କରିବାକୁ ଇଛା ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଡ. ବିଜୟ କୁମାର୍ ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ, ଗାଳ୍ପିକ ଆଶୁତୋଷ ମିଶ୍ର, କବୟିତ୍ରୀ ଝୁମୁରୀ ସାହୁ, କାଦମ୍ବିନୀ ମହାପାତ୍ର,ସୌଦାମିନୀ ସ୍ବାଇଁ, ଅଶୋକ କୁମାର୍ ନାୟକ ଓ ବ୍ୟଙ୍ଗକବି ପ୍ରତାପ ସାହୁ ଉପସ୍ଥିତ ଥିଲେ। ପରିଶେଷରେ ଶେଖ୍ ଅବଦୁଲ୍ ଖାଲିକ୍ ଧନ୍ୟବାଦ ଦେଇଥିଲେ।

Related posts