ଖଣ୍ଡପଡାରୋଡସ୍ଥ ନିରୋଗ କ୍ଳିନିକ୍ ରେ ଅଲଟ୍ରା ସାଉଣ୍ଡ ଉଦଘାଟନ କଲେ ବିଧାୟକ।

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡାରୋଡସ୍ଥ ‘ନିରୋଗ’ କ୍ଳିନିକରେ ଅଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ମାତ୍ର ଦୁଇଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ଥିବାରୁ ରୋଗୀମାନେ ବହୁ ହଇରାଣ ହରକତ ହେଉଥିଲେ। ଆବଶ୍ଯକ ସ୍ଥଳେ ଭୁବନେଶ୍ୱର ଯାଉଥିଲେ। ଏହି ଅସୁବିଧାକୁ ଦୂର କରିବା ପାଇଁ ନିରୋଗ କ୍ଳିନିକର ଅଲଟ୍ରା ସାଉଣ୍ଡ ନିଶ୍ଚିତଭାବେ ରୋଗୀମାନଙ୍କୁ ସାହାଯ୍ୟ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ନିରୋଗ କ୍ଳିନିକରେ ଅତ୍ୟାଧୁନିକ ମେଶିନ ସାହାଯ୍ୟରେ ପାଥୋଲୋଜି, ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି ବୋଲି ଏହି କ୍ଳିନିକ୍ ର ପ୍ରୋପ୍ରାଇଟର ସନ୍ତୋଷ କୁମାର ନାୟକ ଓ ସାନଭାଇ ଡାକ୍ତର ମନୋଜ କୁମାର ନାୟକ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ Radiology ଡାକ୍ତର ଉପସ୍ଥିତ ରହି ୧୫ ଜଣ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରିଥିବା ବେଳେ ସମାଜସେବୀ ଶ୍ରୀକାନ୍ତ କୁମାର ଖଟେଇ, ରାଧେଶ୍ଯାମ ମହୋତା, ଶ୍ରୀଧର ସାହୁ, ଧୀରେନ୍ଦ୍ର ପଟ୍ଟନାୟକଙ୍କ ସହିତ ଅନନ୍ୟା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Related posts