ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ ବ୍ୟକ୍ତ କରିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ରାଜ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆମେ କଣ କରିବା ଓ କଣ ନ କରିବା ତାହା ଉପରେ ଆଲୋଚନା କରିଥିଲେ । ଏହାପରେ ଡା. ଖାନ୍ ଅଂଶୁଘାତରୁ କିପରି ରକ୍ଷା ପାଇବା, ଏଥି ନିମନ୍ତେ ଆମେ କିପରି ପ୍ରସ୍ତୁତ ରହିବା ସହିତ ଯଦି କିଛି ଅଘଟଣ ହେଲା ସେଥିରେ ସରକାରଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ଶ୍ରୀ ରଥ ସତର୍କ ଆପ୍ ସହ ବିଭିନ୍ନ ବିଭାଗର ଅଧ୍ୟାକାରୀମାନଙ୍କର କର୍ତବ୍ୟ ଓ ଦାୟିତ୍ଵ ବୋଧ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପଶୁପକ୍ଷୀମାନେ ଗ୍ରୀଷ୍ମ ପ୍ରବାହ ସମୟରେ କିପରି ରକ୍ଷା ପାଇବେ ତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହ ସମୟରେ ପଶୁପକ୍ଷୀମାନେ ଜଳ ପାନ ନିମନ୍ତେ ଜଳକୁଣ୍ଡର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇ ସଭା ସାଙ୍ଗ କରାଯାଇଥିଲା ।

Related posts