ନୟାଗଡ଼, (ନୟାଗଡ଼ ଦର୍ପଣ): ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି। ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି। ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ ବିଧାୟକ ଡ. ସାହୁ ଉଦଘାଟନ କରିଛନ୍ତି। ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ପୈାର ପରିଷଦ କାର୍ଯ୍ୟାଳୟ, ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖେଳପଡ଼ିଆ, ପୂର୍ତ୍ତ ବିଭାଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ମୁଖଶାଳା…
Read MoreCategory: ନୟାଗଡ଼ ବ୍ଲକ
ନାବାର୍ଡ ଓ ଗଣିଆ ଉନ୍ନୟନ କମିଟି ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଘଡୁଆଳସ୍ଥିତ ଗଣିଆ ଉନ୍ନୟନ କମିଟି ସଭାଗୃହରେ ନାବାର୍ଡ ସହାୟତାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନାବାର୍ଡ ଡିଡିଏମ ତୃପ୍ତି ତାପସୀ ଏବଂ ଘଡୁଆଳ ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ ଦ୍ୱାରା ମହିଳା ମାନଙ୍କର ଏକତା, ଦକ୍ଷତା, ସଂଗଠନ, ଆର୍ଥିକ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଥିବା କଥା କହିଥିଲେ। ଜ଼ିଲ୍ଲାରେ କନ୍ୟା ଭ୍ରୁଣ ହତ୍ୟା, ମହିଳା ଓ ଶିଶୁ ଚାଲାଣ, ବାଲ୍ୟ ବିବାହ ରୋକିବାରେ ସ୍ୱୟଂସହାୟକ ଗୋଷ୍ଠିର ମା’ମାନେ ଏକାଠି…
Read Moreଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ୪ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ ନୟାଗଡ଼ ମହାବିଦ୍ୟାଳୟର ଶିକ୍ଷକ କାହ୍ନୁ ଚରଣ ପଟ୍ଟନାୟକ, ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ପଟ୍ଟନାୟକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା। ଶିକ୍ଷକ ସମାଜ ପାଇଁ ପ୍ରାଣବଳି ଦେଇ ସହିଦ୍ ହୋଇଥିବା ଏହି ଶିକ୍ଷକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖକୁ…
Read Moreନୟାଗଡ଼ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୨, ୪୦, ୦୦୦ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୨ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୧ଟି ଏବଂ ବିବାହଜନିତ ୫ଟି ମାମଲା ଫଇସଲା କରାଯାଇଥିଲା। ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୮୩ ଜଣ ଋଣ ଗ୍ରହିତାଙ୍କଠାରୁ ୭୬,୧୩,୨୦୫ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା। ଅନ୍ଯାନ୍ଯ ଫୌଜଦାରୀ ୧୦୨ଟି ମାମଲା ଫଇସଲା…
Read Moreସୋହମ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ଆନ୍ତର୍ଜାତିକ ମହିଳା ଦିବସ’ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, “ସୋହମ” ଅନୁଷ୍ଠାନ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ପ୍ରାରମ୍ଭରେ ସୋହମ ସଭାପତି ଡ଼ଃ କବିତା ମିଶ୍ର, ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ, ସଚିବ, ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ୨୦୨୪ ମସିହାର ମହିଳା ସମ୍ମାନର ତତ୍ଵ , ମହିଳାଙ୍କ ଉପରେ ଦୃଢ ଆସ୍ଥା, ତ୍ଵରାନୀତ ପ୍ରଗତି ( INVEST IN WOMEN; ACCELERATE PROGREES) ବାଖ୍ୟା କରିଥିଲେ। ମହିଳାଙ୍କ ସୁରକ୍ଷା ଏବଂ ପ୍ରଗତୀ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନଗତ ଦିଗକୁ ଉଦାହରଣ ମାଧ୍ୟମରେ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ ପ୍ରଦାନ ସହ ମଞ୍ଚସ୍ଥ ହେଲା ନାଟକ ‘ଶୁଖିଲା ସମୁଦ୍ର’
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ସାତଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ଓ ପାରିବାରିକ ସମସ୍ୟା ଭିତ୍ତିକ ନାଟକ ‘ଶୁଖିଲା ସମୁଦ୍ର’ । ଅଳ୍ପ ଦରମା ପାଉଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷଟିଏ ପରିବାର ଭରଣ ପୋଷଣ ପାଇଁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ପରିବାରର ପୁଅଝିଅ ବଡ଼ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି । ସେଇ ପୁଅଝିଅ ନିଜର ଗରୀବିକୁ ଉପହାସ କରି ତା’ ବିରୁଦ୍ଧରେ ପାରିବାରିକ ବିଦ୍ରୋହ ଆରମ୍ଭ କରିଛନ୍ତି । ଏପରି ପରିସ୍ଥିତିରେ ପରିବାର ମୁଖ୍ୟର ଅବସ୍ଥା କିପରି ସଙ୍ଗୀନ ହୋଇଛି ତାହାର ଏକ ବାସ୍ତବ ଚିତ୍ର ଉପସ୍ଥାପନ କରାଯାଇଥିଲା ଏହି ନାଟକ ମାଧ୍ୟମରେ ଯାହାକି ଦର୍ଶକ ମାନଙ୍କୁ କିଛି ସମୟ ପାଇଁ ଭାବ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳାର ୬ଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ’ମହାପାପ’
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଏକ ବାସ୍ତବଧର୍ମୀ ନାଟକ ‘ମହାପାପ’ । ରାଣୀ ଲକ୍ଷ୍ମୀବାଈ,ମଦର ଟେରେସା,ଇନ୍ଦିରା ଗାନ୍ଧୀ ପୁଣି ଆଜିର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ସମସ୍ତେ ନିଜ ନିଜ କ୍ଷେତ୍ରରେ ଖୁବ ପ୍ରତିଷ୍ଠିତ । ଏମାନେ ସମସ୍ତେ ଜନ୍ମ ହେବା ବେଳେ କନ୍ୟାଟିଏ ହୋଇ ଜନ୍ମ ହୋଇଥିଲେ । ଆଜି ସମୟରେ ବୋହୂଟିଏ ଗର୍ଭବତୀ ହେଲେ ପରିବାର ଲୋକେ ଠାକୁରଙ୍କ ପାଖରେ ପୁଅ ମନାସୀ ଘିଅ ଦୀପ ଜାଳୁଛନ୍ତି । ସ୍ୱାମୀ ସ୍ତ୍ରୀ ଲୁଚି ଲୁଚି ଯାଇ ନର୍ସିଂହୋମରେ ପରୀକ୍ଷା କରି କନ୍ୟା ଭୃଣ ଜାଣିଲା ପରେ ଭୃଣଟିକୁ ମା’ପେଟରୁ ନଷ୍ଟ କରି ଦେଉଛନ୍ତି ।ଫଳରେ ଝିଅ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସର୍ବଶ୍ରେଷ୍ଠ ବୋଲାଉଥିବା ମାନବ ଜାତି ଆଜି ଅସନ୍ତୁଳିତ ଅବସ୍ଥାରେ । କନ୍ୟା…
Read Moreନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଏଲଡର୍ସ ଭିଜନ ଆଣ୍ଡ ଆକ୍ସନ ଗ୍ରୁପ ତଥା ବରିଷ୍ଠ ନାଗରିକ ମଞ୍ଚ ନୟାଗଡ଼ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ସଭାପତି ଆଡଭୋକେଟ ପ୍ରତାପ କୁମାର ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ନୟାଗଡ଼ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସ୍ୱୀକୃତ ବରିଷ୍ଠ ନାଗରିକମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ। ଉକ୍ତ ସାଧାରଣ ସଭାରେ ୩୬ଜଣ ବରିଷ୍ଠ ନାଗରିକ ତାଙ୍କର ପରିଚୟ ପତ୍ର ପାଇଥିବା ବେଳେ ସଭାପତି ଶ୍ରୀ ନନ୍ଦ ଏବଂ ତାଙ୍କର କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ୬୦ଜଣ ନୂତନ ସଭ୍ୟଙ୍କ ନାମ ପଞ୍ଜିକୃତ ହୋଇଥିଲା। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା…
Read Moreରାଜ୍ୟସ୍ତରୀୟ ନାଟ୍ୟ ମେଳାର ପଞ୍ଚମ ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ବହୁ ପ୍ରତିକ୍ଷିତ ନାଟକ ‘ପତିିତପାବନ ବାନା ଆଉ କେତେ ବେଳକୁ’ । ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ଏହି ନାଟକ ମଧ୍ୟରେ। ଅବିଶ୍ୱାସ, ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍ଣ-କ୍ଷତାକ୍ତ। ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଗଜପତି ଦିବ୍ୟସିଂହ ଦେବ ହୁଅନ୍ତୁ-କିଛି ବି ପାର୍ଥକ୍ୟ ନାହିଁ । ଏକ ସାମାନ୍ୟ ଗୋଟିଏ ଫୁଲ ହାର କିପରି ଗଜପତି ମହାରାଜଙ୍କ ମନରେ ସନ୍ଦେହର ବିଷବୃକ୍ଷ ସୃଷ୍ଟି କରେ,ତାହାର ପ୍ରାମାଣିକ ରୂପ ନାଟକରେ ପ୍ରତିଫଳିତ ହୋଇଥିଲା । ନିଜ ସାନଭାଈ ସାନଦେଉଙ୍କ ସହିତ ମାତୃସମ ମହାରାଣୀଙ୍କ ପବିତ୍ର ସମ୍ପର୍କକୁ ସନ୍ଦେହ କରି ସନ୍ଦେହର ଡହଡହ ତାତିଲା ଝାଞ୍ଜିରେ ଛଟପଟ ଗଜପତିଙ୍କ ନିଷ୍ଠୁର…
Read Moreରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କଟାକୁ ବିରୋଧ କଲେ ପରିବେଶବିତ୍
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପିଟିଏସ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାଟି ସବୁବେଳେ ଜନଗହଳି ଲାଗି ରହୁଥିବାରୁ ପ୍ରଶାସନ ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଛି ପ୍ରକୃତିପ୍ରେମୀ ତଥା ପରିବେଶବିତ ଏହି ରାସ୍ତାର ଉଭୟ ପାର୍ଶ୍ଵର ଗଛ କଟାକୁ ବିରୋଧ କରୁଛନ୍ତି। ଯାହାଫଳରେ ରାସ୍ତାକାମ ଅଟକି ରହିବାର ସମ୍ଭାବନା ରହିଛି କିନ୍ତୁ ଏହା ଜାଣିରଖିବାକୁ ହେବ ଯେ, ଏହି ରାସ୍ତାର ଉଭୟ ପାର୍ଶ୍ଵରେ ବହୁତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ କଲୋନୀ ଗଢ଼ି ଉଠିଛି। ରାସ୍ତାଟି ଅଣ ଓସାରିଆ ଥିବାରୁ ହଜାର ହଜାର ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଠିକ ସମୟରେ ପହଞ୍ଚି ପାରୁନାହାଁନ୍ତି ତେଣୁ ଉକ୍ତ ରାସ୍ତାଟି ଅବିଳମ୍ବେ ପ୍ରଶସ୍ତ କରିବାର ଆବଶ୍ୟକ ରହିଛି। ଏହି ପରିପ୍ରେକ୍ଷୀରେ ପରିବେଶବିତମାନଙ୍କୁ ଅନୁରୋଧ ହଜାର ହଜାର ଛାତ୍ରଛାତ୍ରୀ ଓ ପଥଚାରୀଙ୍କ ସ୍ୱାର୍ଥକୁ…
Read More