ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଏଲଡର୍ସ ଭିଜନ ଆଣ୍ଡ ଆକ୍ସନ ଗ୍ରୁପ ତଥା ବରିଷ୍ଠ ନାଗରିକ ମଞ୍ଚ ନୟାଗଡ଼ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ସଭାପତି ଆଡଭୋକେଟ ପ୍ରତାପ କୁମାର ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ମଞ୍ଚର ମୁଖ୍ୟ ଉପଦେଷ୍ଟା ତଥା ନୟାଗଡ଼ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସ୍ୱୀକୃତ ବରିଷ୍ଠ ନାଗରିକମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ। ଉକ୍ତ ସାଧାରଣ ସଭାରେ ୩୬ଜଣ ବରିଷ୍ଠ ନାଗରିକ ତାଙ୍କର ପରିଚୟ ପତ୍ର ପାଇଥିବା ବେଳେ ସଭାପତି ଶ୍ରୀ ନନ୍ଦ ଏବଂ ତାଙ୍କର କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ୬୦ଜଣ ନୂତନ ସଭ୍ୟଙ୍କ ନାମ ପଞ୍ଜିକୃତ ହୋଇଥିଲା। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଗୋଦାବରୀଶ ସାହୁ, ମଞ୍ଚର ବୟସ୍କ ସଦସ୍ୟ ବିଶ୍ଵନାଥ ନାୟକ, ଭଗବତୀ ପ୍ରସାଦ ପଟ୍ଟନାୟକ, ନିଜର ସୁ-ବକ୍ତବ୍ୟ ପ୍ରଦାନ କରି ବରିଷ୍ଠ ନାଗରିକ ମଞ୍ଚର ଉର୍ନତି ପାଇଁ ଶୁଭ କାମନା କରିଥିଲେ। ମଞ୍ଚର ସମ୍ପାଦକ ଲୋକନାଥ ପାତ୍ର, ବାର୍ଷିକ ବିବରଣୀ ପାଠ କରିବା ସହ ଉପସଭାପତି ପଞ୍ଚାନନ ମହାନ୍ତି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସଭାପତି ଶ୍ରୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Related posts