ରାଜ୍ୟସ୍ତରୀୟ ନାଟ୍ୟମେଳାର ୬ଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ’ମହାପାପ’

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଏକ ବାସ୍ତବଧର୍ମୀ ନାଟକ ‘ମହାପାପ’ । ରାଣୀ ଲକ୍ଷ୍ମୀବାଈ,ମଦର ଟେରେସା,ଇନ୍ଦିରା ଗାନ୍ଧୀ ପୁଣି ଆଜିର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ସମସ୍ତେ ନିଜ ନିଜ କ୍ଷେତ୍ରରେ ଖୁବ ପ୍ରତିଷ୍ଠିତ । ଏମାନେ ସମସ୍ତେ ଜନ୍ମ ହେବା ବେଳେ କନ୍ୟାଟିଏ ହୋଇ ଜନ୍ମ ହୋଇଥିଲେ । ଆଜି ସମୟରେ ବୋହୂଟିଏ ଗର୍ଭବତୀ ହେଲେ ପରିବାର ଲୋକେ ଠାକୁରଙ୍କ ପାଖରେ ପୁଅ ମନାସୀ ଘିଅ ଦୀପ ଜାଳୁଛନ୍ତି । ସ୍ୱାମୀ ସ୍ତ୍ରୀ ଲୁଚି ଲୁଚି ଯାଇ ନର୍ସିଂହୋମରେ ପରୀକ୍ଷା କରି କନ୍ୟା ଭୃଣ ଜାଣିଲା ପରେ ଭୃଣଟିକୁ ମା’ପେଟରୁ ନଷ୍ଟ କରି ଦେଉଛନ୍ତି ।ଫଳରେ ଝିଅ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସର୍ବଶ୍ରେଷ୍ଠ ବୋଲାଉଥିବା ମାନବ ଜାତି ଆଜି ଅସନ୍ତୁଳିତ ଅବସ୍ଥାରେ । କନ୍ୟା ଭୃଣକୁ ମାରି ଆଜି ମାନବ ସମାଜ ଯେଉଁ ପାପ କରୁଛି ସେଥିରେ କ’ଣ ସମସ୍ତେ ଭାଗୀଦାର ନୁହନ୍ତି । ଏପରି ଏକ କଥାବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘ମହାପାପ’।

ଥିଏଟର ମାରାଥନ, କଟକ ପକ୍ଷରୁ ପରିବେଷଣ କରାଯାଇଥିବା ଏହି ନାଟକକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ଉମେଶ ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ଷଷ୍ଠ ଦିବସ ନାଟ୍ୟମେଳାରେ ମୁଖ୍ୟ ଅତିଥିଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀଙ୍କ ସମେତ ନାଟ୍ୟଧାରା ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ପଠାଣି ସାମନ୍ତ ଅଡିଟୋରିୟମରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ଭରପୁର ଦର୍ଶକ ବେଶ ଉପଭୋଗ କରିଥିଲେ।

Related posts