ସୋହମ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ଆନ୍ତର୍ଜାତିକ ମହିଳା ଦିବସ’ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, “ସୋହମ” ଅନୁଷ୍ଠାନ ଆନୁକୂଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ପ୍ରାରମ୍ଭରେ ସୋହମ ସଭାପତି ଡ଼ଃ କବିତା ମିଶ୍ର, ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ, ସଚିବ, ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ୨୦୨୪ ମସିହାର ମହିଳା ସମ୍ମାନର ତତ୍ଵ , ମହିଳାଙ୍କ ଉପରେ ଦୃଢ ଆସ୍ଥା, ତ୍ଵରାନୀତ ପ୍ରଗତି ( INVEST IN WOMEN; ACCELERATE PROGREES) ବାଖ୍ୟା କରିଥିଲେ।

ମହିଳାଙ୍କ ସୁରକ୍ଷା ଏବଂ ପ୍ରଗତୀ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆଇନଗତ ଦିଗକୁ ଉଦାହରଣ ମାଧ୍ୟମରେ ସୂଚାଇଥିଲେ । ଉପସ୍ଥିତ ଶତାଧିକ ମହିଳାଙ୍କ ମଧ୍ୟରୁ ଅନେକ ସେମାନଙ୍କର ସୁବିଧା ଅସୁବିଧାର ଦୃଷ୍ଟି ଆକର୍ଷଣ କରିଥିଲେ । ବରିଷ୍ଠ ଓକିଲ ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଶ୍ରୀ ବଳଭଦ୍ର ମହାନ୍ତି, ଶ୍ରୀ ମନୋଜ କୁମାର ନାୟକ ଏବଂ ପ୍ରାଧିକାରଣର ସଦସ୍ୟ ମହମ୍ମଦ ଓମର ମାଲ୍ଲିକ ନିଜନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରୀ ବିଦ୍ୟା ବିଜିତା ମହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ଶ୍ରୀ ଗଦାଧର ବିଶ୍ୱାଳ, ଶ୍ରୀ ଗଗନ ବିହାରୀ ନାୟକ, ଗ୍ରାମୀଣ ଆଇନ ସହାୟତା କର୍ମୀ ଶ୍ରୀ ପ୍ରମୋଦ କୁମାର ମହାନ୍ତି, ସୋହମ କର୍ମଚାରୀ ଅନଦୀ ଚରଣ ମହାନ୍ତି, ରବୀନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ରଥ, ରସ୍ମିତା ମିଶ୍ର କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ । ସୋହମ, ସମ୍ପାଦକ, ଶ୍ରୀ କାମାକ୍ଷ୍ୟା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Related posts