ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପିଟିଏସ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାଟି ସବୁବେଳେ ଜନଗହଳି ଲାଗି ରହୁଥିବାରୁ ପ୍ରଶାସନ ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଛି ପ୍ରକୃତିପ୍ରେମୀ ତଥା ପରିବେଶବିତ ଏହି ରାସ୍ତାର ଉଭୟ ପାର୍ଶ୍ଵର ଗଛ କଟାକୁ ବିରୋଧ କରୁଛନ୍ତି। ଯାହାଫଳରେ ରାସ୍ତାକାମ ଅଟକି ରହିବାର ସମ୍ଭାବନା ରହିଛି କିନ୍ତୁ ଏହା ଜାଣିରଖିବାକୁ ହେବ ଯେ, ଏହି ରାସ୍ତାର ଉଭୟ ପାର୍ଶ୍ଵରେ ବହୁତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ କଲୋନୀ ଗଢ଼ି ଉଠିଛି। ରାସ୍ତାଟି ଅଣ ଓସାରିଆ ଥିବାରୁ ହଜାର ହଜାର ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଠିକ ସମୟରେ ପହଞ୍ଚି ପାରୁନାହାଁନ୍ତି ତେଣୁ ଉକ୍ତ ରାସ୍ତାଟି ଅବିଳମ୍ବେ ପ୍ରଶସ୍ତ କରିବାର ଆବଶ୍ୟକ ରହିଛି। ଏହି ପରିପ୍ରେକ୍ଷୀରେ ପରିବେଶବିତମାନଙ୍କୁ ଅନୁରୋଧ ହଜାର ହଜାର ଛାତ୍ରଛାତ୍ରୀ ଓ ପଥଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ସହଯୋଗ କରନ୍ତୁ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...