ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକାର ଶିଶୁ ଶିବିର ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ପରିଚାଳନା ସମିତି ସଭାପତି ସର୍ବେଶ୍ୱର ପଟନାୟକ, ବର୍ତ୍ତମାନର ସଭାପତି କେଶବ ଚନ୍ଦ୍ର ରାଉତରାୟ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଗୋଦାବରୀଶ ମିଶ୍ର, ପୂର୍ବତନ ସଂକୁଳ ପ୍ରମୂଖ ତଥା ରଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଙ୍ଗନାଥ ବେହେରା ଯୋଗଦେଇ ଶିଶୁମାନଙ୍କୁ ଶିଶୁଦିବସର ମହତ୍ୱ ନେହେରୁଙ୍କ ଜୀବନୀ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ଉତ୍ସଵରେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ୟାଳୟ ପାଠାଗାରକୁ କିଛି ପୁସ୍ତକ ସମର୍ପଣ କରିଥିଲେ। ଏହାପରେ ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଦସ୍ୟା ସସ୍ମିତା…
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟିରେ ‘ବିଜୁ ମହତାବ’ ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଜୁ ମହତାବ ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି। ଶିଶୁଙ୍କୁ ଉଚିତ ସମ୍ମାନ ଦେବା, ଭଲ ପାଇବା ଓ ଶିଶୁଙ୍କର ଭବିଷ୍ୟତ ଶକ୍ତି କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ କରାଯାଇଛି । ପ୍ରତ୍ୟେକ ଶିଶୁଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ଆଜି ବାମନ ଅବକାଶ ହାଇସ୍କୁଲ ଠାରେ ଶିଶୁ ଦିବସ ୨୦୨୨ ପାଳନ କରାଯାଇଥିଲା । ଏଥିରେ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟଅତିଥିଭାବେ ସାଓରମଲ୍ଲ ଅଗ୍ରୱାଲ, ସମ୍ମାନିତ ଅତିଥିଭାବେ ଅଶୋକ କୁମାରନାୟକ, ସମିତି ସଭ୍ୟା ଗୋଲାପ ସେଠୀ, ଶ୍ରବଣ କୁମାର ରାମ ଯୋଗଦେଇଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଚ୍ଚିତା ନନ୍ଦ ସାଥୁଆ, କୃପାସିନ୍ଧୁ ପ୍ରଧାନ,କ୍ରିଷ୍ଣା କୁମାର ଅଗ୍ରୱାଲ, ଦିଲ୍ଲୀପ…
Read Moreଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ତରଫରୁ ରାଜ୍ଯସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ର ସାଂସ୍କୃତିକ ଅଙ୍ଗ ହେଉଛି ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ। ଏହି ପ୍ରତିଷ୍ଠାନ ତରଫରୁ ଓଡିଶାର ୩୦ ଟି ଜିଲ୍ଲା ରେ ରାଜ୍ଯ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଶାଖା ତରଫରୁ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ବର୍ଗ ଓ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ବର୍ଗ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟରୁ କନିଷ୍ଠ ବର୍ଗରେ ୧୦୨ ଜଣ ଓ ବରିଷ୍ଠ ବର୍ଗ ରେ ୧୦୮ ଜଣ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ” ଶିଶୁ ହସିଲେ ଦୁନିଆ ହସେ” କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଖଣ୍ଡପଡାରୋଡସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ” ଶିଶୁ ହସିଲେ ଦୁନିଆ ହସେ ” କାର୍ଯ୍ୟକ୍ରମ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସର୍ବପ୍ରଥମେ ଆଜି ଦିବସର ମାହାତ୍ମ୍ଯ ଓ କାହିଁକି ଆମେ ଶିଶୁ ଦିବସ ପାଳନ କରୁଛୁ ସହିତ ଶିଶୁଟିଏ ହସିଲେ ଦୁନିଆ ହସେ ବୋଲି ସଂପାଦକ ଶ୍ରୀଯୁକ୍ତ ସାହୁ ଉଦବୋଧନ ଦେଇଥିଲେ। ତାପରେ ଛାତ୍ରଛାତ୍ରୀ ମାନେ ଶିଶୁ ଦିବସ ବିଷୟରେ ଭାଷଣ ପରଷିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ୫୦୦ ଶିଶୁ ସମବେତ ହୋଇଥିଲା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଶରେ ବେଶ ହୋଇ କୌତୁକିଆ ପୋଷାକ ଓ ଏକକ ଅଭିନୟ ଆଦି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ଯାଳୟର…
Read Moreଇନର ହୁଇଲ କ୍ଲବ ଜିଲ୍ଲା ଅଧ୍ୟକ୍ଷାଙ୍କ ନୟାଗଡ଼ ପରିଦର୍ଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଇନର ହୁଇଲ କ୍ଲବ ଓଡ଼ିଶା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ଟି ଚିରଞ୍ଜିବୀ ନୟାଗଡ଼ ରୋଟାରୀ କ୍ଲବ ପରିସରରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ଲବର ସମସ୍ତ କାଗଜ ପତ୍ର ତଦାରଖ କରିବା ସହିତ କ୍ଲବ କାମରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ କ୍ଲବର ସମସ୍ତ ସଦସ୍ୟା ମାନଙ୍କର ସମାଜସେବା ପ୍ରତି ଥିବା ଆଗ୍ରହ ଓ ସଦିଚ୍ଛା କୁ ଭୁରି ଭୁରି ପ୍ରଶଂସା କରିଥିଲେ। ନୟାଗଡ ଇନର ହୁଇଲ କ୍ଲବର ଅଧ୍ୟକ୍ଷା ଡକ୍ଟର ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ପରିଚାଳିତ ହୋଇଥିବା ବେଳେ ୯ ଜଣ ନୂତନ ସଦସ୍ୟା କ୍ଲବ ରେ ଯୋଗ ଦେଲେ । ଡାକ୍ତର ବି଼ ସୁର୍ଯ୍ୟା ରାଓ, ଫାର୍ମାସିଷ୍ଟ ପ୍ରତିଭା ମିଶ୍ର ଓ ହୋମଗାର୍ଡ ସସ୍ମିତା ନାୟକ ଙ୍କୁ ଉତ୍ତମ ସେବା ପାଇଁ କ୍ଲବ ତରଫରୁ…
Read Moreଓଡ଼ଗାଁ ବ୍ଳକ ଭାଡ଼ିକିଳାରେ ବିଜେପିର କର୍ମୀ ସମ୍ମିଳନୀ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ବିଜେପି ତରଫରୁ ଓଡଗାଁ ବ୍ଲକର ଭାଡ଼ିକିଳା ପଞ୍ଚାୟତର ଖେଳପଡିଆଠାରେ ଶନିବାର ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ରାଜ୍ୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଯୋଗଦେଇ କହିଥିଲେ ଯେ, ବିଜେପି ଦେଶର ଏକ ବୃହତ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ କେନ୍ଦ୍ରୀୟ ଯୋଜନା ଗରିବ ଲୋକଙ୍କ ହିତ ପାଇଁ ପ୍ରଣୟନ କରିଛନ୍ତି । ଆଗାମୀ ଦିନରେ ଏହା ଜାରି ରହିବ। ନୟାଗଡ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ତୃଣମୂଳସ୍ତରରେ ଅଧୂକ ସକ୍ରିୟ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡା, ପ୍ରଭାରୀ ଅମିୟ ଦାଶ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସନ୍ନ୍ୟାସୀ…
Read Moreଓଡ଼ଗାଁରେ ବିଜେଡ଼ିର ବିଶାଳ ପଦଯାତ୍ରାରେ ୧୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ । ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ନୟାଗଡ଼ ଜିଲ୍ଲାର ୩ ଜଣ ବିଧାୟକ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପଦଯାତ୍ରାରେ ସାମିଲ ହୋଇଛନ୍ତି । ରଘୁନାଥ ମନ୍ଦିରଠାରୁ ପଦଯାତ୍ରା ବାହାରି ହାଇସ୍କୁଲ ଖେଳପଡ଼ିଆଠାରେ ପହଞ୍ଚିଛି । ପଦଯାତ୍ରା ମହିଳା ସଶକ୍ତିକରଣର ନାରା ଦେଇଛି । ବହୁ ସଂଖ୍ୟାରେ ମହିଳା ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read Moreବିଭିନ୍ନ ବିଭାଗରେ ପ୍ରଫେସର ନଥିବା ଯୋଗୁଁ ୟୁଜିସି A’ଗ୍ରେଡ଼ ମାନ୍ୟତାରୁ ବାଦ ପଡିଲା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ଶ୍ରେଣୀ ଖୋଲାଯାଇ ନଥିବା ଏବଂ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ପାଇଁ ଅଭିଜ୍ଞ ପ୍ରଫେସର ନଥିବା ଯୋଗୁଁ ୬୭ବର୍ଷର ଏହି ପୁରୁଣା କଲେଜକୁ ୟୁଜିସିର ସମ୍ମାନ ଜନକ ଏ ଗ୍ରେଡ଼ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ନେଇ ପୁରାତନ ଛାତ୍ର ତଥା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଉଦବେଗ ପ୍ରକାଶ କରିଛନ୍ତି। ୟୁଜିସି ନାକ ଟିମ ପରିଦର୍ଶନ ପାଇଁ କଲେଜ କର୍ତୃପକ୍ଷ ଆଡମ୍ବରପୂର୍ଣ୍ଣ ବର୍ଣ୍ଣlଢ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ ୟୁଜିସି ଗାଇଡ଼ଲାଇନ ଅନୁସାରେ ନାକ ଟିମ ସଦସ୍ୟମାନେ କଲେଜର ବିଭିନ୍ନ ବିଭାଗକୁ ତନ୍ନତନ୍ନ କରି ଯାଞ୍ଚ କରି ୟୁଜିସି ଅନୁଦାନରେ କଲେଜ ଉନ୍ନତ ଭିତ୍ତିଭୂମି ଖେଳପଡିଆ ଥିଲାବେଳେ ଏଯାବତ ପ୍ରତ୍ୟେକ ବିଭାଗରେ ପିଜି ସ୍ନାତ୍ତକୋତ୍ତର ଶିକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ…
Read Moreଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ‘ସୃଜନ’ ଠାରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ବିଶାଳ ଆଇନ୍ ସଚେତନତା ଶିବିର ଏବଂ ଏହା ଉପରେ ଏକ ବୈଠକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିବାର ଅଦାଲତ ବିଚାରପତି ପ୍ରଦୀପ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଲିଲି ସେନାପତି, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ମଂଚରେ ଉପସ୍ଥିତ ରହି ଆଇନ୍ ସଚେତନତା ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ୍ ପ୍ରଜ୍ଞା ପାରମିତା ମହାପାତ୍ର, ବରିଷ୍ଠ ଦେୱାନୀ ଅଦାଲତ…
Read Moreନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୨୧ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୦୩ଗୋଟି ଅଭିଯୋଗର ଶୁଣାଣି କରାଯାଇ ସମୁଦାୟ ୩୮ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୩ଜଣ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୫ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି,ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ତହସିଲଦାର ନୟାଗଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୟାଗଡ଼, ଡେପୁଟୀ…
Read More