ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ମଂଚାସୀନ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଲିପିକା ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗର ଅଧିକାରୀମାନଙ୍କୁ ସ୍ବାଗତ ଜଣାଇବା ସହ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ସମନ୍ଵୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ…
Read MoreCategory: ନୟାଗଡ଼ ବ୍ଲକ
“ପରମ୍ପରା”ର ରଜଉତ୍ସବ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ଚଳିତ ବର୍ଷର ରଜଉତ୍ସବ ମହାସମାରୋହରେ ପାଳିତ କରିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଶିତୁପ୍ରକାଶ ରଥ ଓ ମଦନ ମୋହନ କ୍ଷେତୀ ଯୋଗଦେଇଥିଲେ। ଅତିଥିମାନେ ରଜଉତ୍ସବର ମହନୀୟତା ସଂପର୍କରେ ଆଲଚନା କରି ଏହା କିପରି ଆମର ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁଗାରୀମାମୟ କରିଛି ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।ଏକ ରାଜ୍ୟସ୍ତରୀୟ କବିତା ପାଠୋସ୍ଛଵର ଆୟୋଜନ ହୋଇଥିଲା ଏବଂ ଏହାକୁ ହରପ୍ରିୟା ଦ୍ବିବେଦୀ ସଂଯୋଯନା କରିଥିଲେ। ପରିଷଦର ସଭାପତି ଡ଼. ସୁକାନ୍ତି ମହାନ୍ତିଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିବାବେଳେ ସମ୍ପାଦକ ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।
Read Moreରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଯୁବ ଉନ୍ନୟନ ସଂସ୍ଥାର ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ‘Dreaming behind the shadow ‘ ଓ ‘ A handbook on human right to water & sanitation in India’ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ଼ୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଉକ୍ତ ପୁସ୍ତକ ଦ୍ବୟ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପଥ ପ୍ରଦର୍ଶକ ହୋଇପାରିବ ବୋଲି ପ୍ରକାଶକ ଆଶା ବ୍ୟକ୍ତ କରିଛନ୍ତି। ଉକ୍ତ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସହିତ ମୈତ୍ରୀ ସଂଗଠନର ପ୍ରଦୀପ କୁମାର ସାହୁ, ଜଳ ଓ ପରିମଳ ବିଭାଗର ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ଇଂ ବିପିନ ବିହାରୀ ପଣ୍ଡା, ବିନାୟକପୁରର ଜଳ ଓ ପରିମଳ ସମ୍ପର୍କିତ ପରାମର୍ଶ…
Read Moreସମର୍ପଣ ବୃଦ୍ଧାଶ୍ରମରେ ନିଆରା ବାହାଘର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ, ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସତ୍ଯ ରଂଜନ ଦାସଙ୍କ ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦେଇ ବରକନ୍ଯାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶୈଳବାଳା ଦାସ, ରୋଟାରିଆନ୍ ରାଧେଶ୍ଯାମ ମୋହତା, ସମାଜସେବୀ ଅରୁଣ କୁମାର ମହାନ୍ତି, ସମର୍ପଣ ସଂପାଦକ ଶ୍ରୀଧର…
Read Moreଭୁମଣ୍ଡଳୀକରଣ ଓ ଉଦାରୀକରଣ ସମୟରେ ଅନୁବାଦକାର୍ଯ୍ୟ ବ୍ୟାପକ ହେଉଅଛି
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଥମେ ଅନୁବାଦ ଏକ ସୀମିତ ସୀମାରେଖା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ବିଶେଷଭାବେ କେବଳ ପୌରାଣିକ, ଧାର୍ମିକ ଓ ସାହିତ୍ୟିକ କ୍ଷେତ୍ରଥିଲା ଏହାର ପୃଷ୍ଠଭୂମି। କିନ୍ତୁ ଆଧୁନିକ ସମୟରେ ଏହାର କ୍ଷେତ୍ର ବେଶ୍ ବ୍ୟାପକ ହୋଇପାରିଛି। ଭୁମଣ୍ଡଳୀକରଣ ଓ ଉଦାରୀକରଣ ଯୋଗୁଁ ଅନୁବାଦ କାର୍ଯ୍ୟ ବ୍ୟାପକ ହେବାସହ ବିଭିନ୍ନ କ୍ଷେତ୍ରରେ ନିଜର ନିଜ ମହତ୍ତ୍ୱ ପ୍ରତିପାଦିତ କରିପାରିଛି। ଏଥିପାଇଁ ଅନୁବାଦର ପ୍ରାସଙ୍ଗିକତା ବୃଦ୍ଧି ପାଇବା ସହ ଚିକିତ୍ସା, ବାଣିଜ୍ୟ – ବେପାର,ବିଜ୍ଞାନ, ଉଦ୍ୟୋଗ ଆଦି କ୍ଷେତ୍ରରେ ମଧ୍ୟ ଅନୁବାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଅଛି। ବର୍ତ୍ତମାନ ସମୟରେ ଅନୁବାଦକୁ ଆଧାର କରି ଯୁବାବର୍ଗ ଜୀବିକା ଉପାର୍ଜନ କରିପାରୁଛନ୍ତି ତେଣୁ ଛାତ୍ରଛାତ୍ରୀ ଓ ଯୁବକମାନେ ଏ ଦିଗରେ ଆଗ୍ରହ ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ବିଭିନ୍ନ ଭାରତୀୟ ଭାଷାର ବିଶିଷ୍ଟ ଅନୁବାଦକମାନେ ମତବ୍ୟକ୍ତ କରିଛନ୍ତି। ଭାରତୀୟ ଅନୁବାଦ…
Read Moreକ୍ରମାଗତ ଭାବେ ବିଳମ୍ବିତ ରାତିରେ ଫେରୁଛି ପୁରୀ ଟ୍ରେନ, ଯାତ୍ରୀ ହନ୍ତସନ୍ତ, ନୟାଗଡ଼ ନାଗରିକ ମଞ୍ଚର ଉଦବେଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପୁରୀରୁ ନୂଆଗାଁ ରୋଡ଼ ଅଭିମୁଖେ ବାହାରୁ ଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ କିଛିଦିନ ହେଲା କ୍ରମାଗତ ଭାବେ ନୟାଗଡ଼ ଟାଉନ ଏବଂ ନୂଆଗାଁ ରୋଡ଼ରେ ବିଳମ୍ବିତ ରାତ୍ରରେ ପହଞ୍ଚୁଛି। ଫଳରେ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ଯାଉଥିବା ଶହ ଶହ ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ଘରକୁ ଫେରିବା ପାଇଁ ବହୁ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସକାଳ ୬.୪୫ରେ ନୂଆଗାଁରୁ ପୁରୀ ଅଭିମୁଖେ ଟ୍ରେନ ନଂ-୦୮୪୨୪ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ବାହାରି ପୁରୀରେ ସାଢ଼େ ୧୦ଟା ସୁଦ୍ଧା ପହଞ୍ଚିଥାଏ। ପୁନଶ୍ଚ ଏହି ଟ୍ରେନ ନଂ-୦୮୪୨୩ ସନ୍ଧ୍ୟା ୬ଟାରେ ପୁରୀରୁ ବାହାରି ସାଢ଼େ ୯ଟା ସୁଦ୍ଧା ନୂଆଗାଁରେ ପହଞ୍ଚି ଥାଏ। ଏହା ଦ୍ଵାରା ନୟାଗଡ଼, ନୂଆଗାଁ, ଦଶପଲ୍ଲା, ବାଣୀଗୋଛା, ମହିପୁର ଆଦି ସ୍ଥାନର ହଜାର ହଜାର ଯାତ୍ରୀ…
Read Moreଆଦିବାସୀ ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ଅଧିକାର ମଞ୍ଚ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚର କର୍ମକର୍ତାମାନେ କାଜୁ ଜମିକୁ ବେଆଇନ ନିଲାମ ପ୍ରତିବାଦରେ ଭୁବନେଶ୍ୱରଠାରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆନ୍ଦୋଳନର ପ୍ରମୁଖ ନେତା ବିଶ୍ୱନାଥମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ନକୁଳ ପ୍ରଧାନ, ଭଗବାନ ପ୍ରଧାନ, ଜଗବନ୍ଧୁ ଜାନି, ଭ୍ରମର ଜାନି, ଦୁତିକୃଷ୍ଣ ପ୍ରଧାନ, କମସନ ପ୍ରଧାନ, ପ୍ରକାଶ ଜାନି ମନ୍ତ୍ରୀଙ୍କ ବାସଭବନରେ ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବନ ଉନ୍ନୟନ ନିଗମ କିଭଳି ଶୋଷଣ ପାଇଁ ରାସ୍ତା ଖୋଲୁଛି, ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ମନ୍ତ୍ରୀ ନିଶ୍ଚିତଭାବେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି! ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ପ୍ରତିନିଧିମାନେ ଭେଟି ସମସ୍ୟା ଉପରେ ଆଲୋଚନା କରଛନ୍ତି ଏବଂ ବିଧାୟକ ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିଗମର…
Read Moreନୟାଗଡ଼ରେ ବିଶ୍ୱ ଶିଶୁଶ୍ରମିକ ବିରୋଧୀ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ” ପାଳିତ ହୋଇଛି। ପ୍ରାଧିକାରଣ କର୍ମଚାରି ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପାଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ। ଜୁନ ମାସ…
Read Moreକାଜୁ ପଦା ପାଇଁ ବାଘୁଆ ବିସ୍ଥାପିତମାନେ ଅଣ୍ଟା ଭିଡିଲେ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): କାଜୁ ପଦା ପାଇଁ ବାଘୁଆ ବିସ୍ଥାପିତମାନେ ଅଣ୍ଟା ଭିଡିଲେ। ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ବୁଢାବୁଢିଆଣୀ ବିସ୍ଥାପିତଙ୍କ ସହିତ ବାଘୁଆ ଜଳଭଣ୍ଡାରର ବିସ୍ଥାପିତ ଆଦିବାସୀ ପ୍ରଜାମାନେ କାଜୁ ଜମିର ଅଧିକାର ପାଇଁ ଏକାଠି ହୋଇଛନ୍ତି। ଜୁନ 11ତାରିଖରେ ଶାଳୁଆପଲି ଗ୍ରାମରେ ମଞ୍ଚର ପ୍ରମୁଖ କର୍ମକର୍ତାଙ୍କ ସହିତ ଜୟମଙ୍ଗଳପ୍ରସାଦ, ତୁଲୁବି, ଟିଙ୍କପଡିଆ, ଦୁରୁଦା, ନୁଆସାହି ପ୍ରଭୃତି ବିସ୍ଥାପିତ ମୌଜାର ଆଦିବାସୀ ପ୍ରଜାମାନେ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା କରି କୌଣସିମତେ ଆସନ୍ତାକୁ ବାହାର ନିଲାମଧାରୀଙ୍କୁ ଆଦିବାସୀ ଗ୍ରାମ ସଂଲଗ୍ନ କାଜୁ ପଦାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଶପଥ କରିଛନ୍ତି। ବରିଷ୍ଠ ବାମପନ୍ଥୀ ନେତା ତଥା ଏହି ଆନ୍ଦୋଳନର ମୁଖ୍ୟ ବିଶ୍ଵନାଥ ମହାପାତ୍ର ଏହି ସଭାରେ ଯୋଗଦେଇ କ୍ଷୋଭପ୍ରକାଶ କରିଥିଲେ କି ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ମାଫିଆ ମୁନାଫାଖୋର ବେପାରୀମାନେ ଆଦିବାସୀଙ୍କ ପ୍ରାକୃତିକ…
Read Moreନୟାଗଡ଼ ବ୍ଳକ ବାଲୁଗାଁରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଅରୁଣଙ୍କ ମନ୍ତ୍ର
ମହିଳା ଆଗକୁ ଆସିଲେ କେବଳ ପ୍ରଗତୀ ଓ ବିକାଶ ସୁନିଶ୍ଚିତ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ୟ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ…
Read More