ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଯୁବ ଉନ୍ନୟନ ସଂସ୍ଥାର ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ‘Dreaming behind the shadow ‘ ଓ ‘ A handbook on human right to water & sanitation in India’ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ଼ୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଉକ୍ତ ପୁସ୍ତକ ଦ୍ବୟ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପଥ ପ୍ରଦର୍ଶକ ହୋଇପାରିବ ବୋଲି ପ୍ରକାଶକ ଆଶା ବ୍ୟକ୍ତ କରିଛନ୍ତି। ଉକ୍ତ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶକ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସହିତ ମୈତ୍ରୀ ସଂଗଠନର ପ୍ରଦୀପ କୁମାର ସାହୁ, ଜଳ ଓ ପରିମଳ ବିଭାଗର ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ଇଂ ବିପିନ ବିହାରୀ ପଣ୍ଡା, ବିନାୟକପୁରର ଜଳ ଓ ପରିମଳ ସମ୍ପର୍କିତ ପରାମର୍ଶ ଦାତା ଗୌରୀ ମିଶ୍ର ଓ ସୁରେଖା ମିଶ୍ର ଉପସ୍ଥିତ ଥିଲେ। ରାଜ୍ୟପାଳ ପୁସ୍ତକ ଦୁଇଟିର ଲୋକପ୍ରିୟତା ବଢିବ ବୋଲି ମତାମତ ଦେଇଥିଲେ।

Related posts