ସମର୍ପଣ ବୃଦ୍ଧାଶ୍ରମରେ ନିଆରା ବାହାଘର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ, ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସତ୍ଯ ରଂଜନ ଦାସଙ୍କ ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦେଇ ବରକନ୍ଯାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶୈଳବାଳା ଦାସ, ରୋଟାରିଆନ୍ ରାଧେଶ୍ଯାମ ମୋହତା, ସମାଜସେବୀ ଅରୁଣ କୁମାର ମହାନ୍ତି, ସମର୍ପଣ ସଂପାଦକ ଶ୍ରୀଧର ସାହୁ, ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ସମାଜସେବୀ ସହଯୋଗ କରିଥିଲେ । ସୂଚନା ଥାଉକି, ଯାହାର କେହି ନାହିଁ ତା’ପାଇଁ ସ୍ଵୟଂ ଭଗବାନ ଅଛନ୍ତି । ତାର ଜ୍ବଳନ୍ତ ଉଦାହରଣ ହେଉଛି ଆଜିର ଆଦର୍ଶ ବିବାହ ଉତ୍ସବ । ୧ମାସର ହୋଇଥିବା ବେଳେ ଏହି କନ୍ଯା ସନ୍ତାନଟିକୁ ରାସ୍ତା କଡରୁ ପାଇ ରଣପୁର ବାଳାଶ୍ରମରେ ଲାଳନ ପାଳନ କରି ବଡ କରାଯାଇଥିଲା। ତା’ପରେ ସିଲେଇ ଶିଖି ଝିଅଟି ସ୍ବାବଲମ୍ବୀ ହେବାପରେ ଆଜି ହେଲା ବାହାଘର। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। କନ୍ଯା ସନ୍ତାନ ଟିଏ ସ୍ରୁଷ୍ଟିର ସମ୍ଭାର ବୋଲି ଅନ୍ୟମାନଙ୍କୁ ପ୍ରେରିତ କରିବ।

Related posts