ନୟାଗଡ଼ରେ ବିଶ୍ୱ ଶିଶୁଶ୍ରମିକ ବିରୋଧୀ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ” ପାଳିତ ହୋଇଛି। ପ୍ରାଧିକାରଣ କର୍ମଚାରି ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପାଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ। ଜୁନ ମାସ ତମାମ ଶିଶୁ ଶ୍ରମିକ ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ତର୍ଜମା କରାଯାଇଥିଲା। ଉପସ୍ଥିତ ସମସ୍ତେ ଶିଶୁ ଶ୍ରମିକ ବିରୋଧ ପାଇଁ ପ୍ରତିଜ୍ଞା ମାଧ୍ୟମରେ ପ୍ରତିବଧିତା ପ୍ରକାଶ କରିଥିଲେ, ସୁଜାତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Related posts