ଆଦିବାସୀ ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ଅଧିକାର ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚର କର୍ମକର୍ତାମାନେ କାଜୁ ଜମିକୁ ବେଆଇନ ନିଲାମ ପ୍ରତିବାଦରେ ଭୁବନେଶ୍ୱରଠାରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆନ୍ଦୋଳନର ପ୍ରମୁଖ ନେତା ବିଶ୍ୱନାଥମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ନକୁଳ ପ୍ରଧାନ, ଭଗବାନ ପ୍ରଧାନ, ଜଗବନ୍ଧୁ ଜାନି, ଭ୍ରମର ଜାନି, ଦୁତିକୃଷ୍ଣ ପ୍ରଧାନ, କମସନ ପ୍ରଧାନ, ପ୍ରକାଶ ଜାନି ମନ୍ତ୍ରୀଙ୍କ ବାସଭବନରେ ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବନ ଉନ୍ନୟନ ନିଗମ କିଭଳି ଶୋଷଣ ପାଇଁ ରାସ୍ତା ଖୋଲୁଛି, ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ମନ୍ତ୍ରୀ ନିଶ୍ଚିତଭାବେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି! ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ପ୍ରତିନିଧିମାନେ ଭେଟି ସମସ୍ୟା ଉପରେ ଆଲୋଚନା କରଛନ୍ତି ଏବଂ ବିଧାୟକ ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିଗମର ମନମାନି ବନ୍ଦ ପୂର୍ବକ ଲୋକଙ୍କ ହାତକୁ କାଜୁ ଅଧିକାର ଫେରାଇଦେବାକୁ ପତ୍ର ଲେଖିଛନ୍ତି।

Related posts