କାଜୁ ପଦା ପାଇଁ ବାଘୁଆ ବିସ୍ଥାପିତମାନେ ଅଣ୍ଟା ଭିଡିଲେ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କାଜୁ ପଦା ପାଇଁ ବାଘୁଆ ବିସ୍ଥାପିତମାନେ ଅଣ୍ଟା ଭିଡିଲେ। ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ବୁଢାବୁଢିଆଣୀ ବିସ୍ଥାପିତଙ୍କ ସହିତ ବାଘୁଆ ଜଳଭଣ୍ଡାରର ବିସ୍ଥାପିତ ଆଦିବାସୀ ପ୍ରଜାମାନେ କାଜୁ ଜମିର ଅଧିକାର ପାଇଁ ଏକାଠି ହୋଇଛନ୍ତି। ଜୁନ 11ତାରିଖରେ ଶାଳୁଆପଲି ଗ୍ରାମରେ ମଞ୍ଚର ପ୍ରମୁଖ କର୍ମକର୍ତାଙ୍କ ସହିତ ଜୟମଙ୍ଗଳପ୍ରସାଦ, ତୁଲୁବି, ଟିଙ୍କପଡିଆ, ଦୁରୁଦା, ନୁଆସାହି ପ୍ରଭୃତି ବିସ୍ଥାପିତ ମୌଜାର ଆଦିବାସୀ ପ୍ରଜାମାନେ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା କରି କୌଣସିମତେ ଆସନ୍ତାକୁ ବାହାର ନିଲାମଧାରୀଙ୍କୁ ଆଦିବାସୀ ଗ୍ରାମ ସଂଲଗ୍ନ କାଜୁ ପଦାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଶପଥ କରିଛନ୍ତି। ବରିଷ୍ଠ ବାମପନ୍ଥୀ ନେତା ତଥା ଏହି ଆନ୍ଦୋଳନର ମୁଖ୍ୟ ବିଶ୍ଵନାଥ ମହାପାତ୍ର ଏହି ସଭାରେ ଯୋଗଦେଇ କ୍ଷୋଭପ୍ରକାଶ କରିଥିଲେ କି ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ମାଫିଆ ମୁନାଫାଖୋର ବେପାରୀମାନେ ଆଦିବାସୀଙ୍କ ପ୍ରାକୃତିକ ଅଧିକାର ଅପହରଣ କରିବାକୁ ବସିଛନ୍ତି ଏବଂ ଓଡିଶା ବନ ଉନ୍ନୟନ ନିଗମ ବେଆଇନ ଭାବରେ ସେମାନଙ୍କୁ ମଦତ ଦେଉଛି! ଭୁବନେଶ୍ୱରରେ ବସି ତୁଲୁବି ଓ ଓସ୍ତିଆ ମାଳର ଜମିକୁ ନିଲାମ କରାଯାଇଛି! ଏହାର ପ୍ରତିବାଦରେ ବିଧାୟକ, ସାଂସଦ, ଆଦିବାସୀ କଲ୍ୟାଣ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ, ଏସପିଙ୍କୁ ସ୍ମାରକପତ୍ର ଦିଆଯିବ। ପରେ ପରେ ବଡ଼ ଧରଣର ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷକ ସଭାର ନେତା ପବିତ୍ର ଇନ୍ଦ୍ରଜିତ, ଆଦିବାସୀ ନେତା ଭଗବାନ ପ୍ରଧାନ, ଦୁତିକୃଷ୍ଣ ପ୍ରଧାନ, ଜଗବନ୍ଧୁ ଜାନି, ଭ୍ରମର ଜାନି, କମସନ ପ୍ରଧାନ, ଲମ୍ବୋଦର ଜାନି ପ୍ରମୁଖ ଆଦିବାସୀ ଅଧିକାର ସଂଗ୍ରାମକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ !

Related posts