“ପରମ୍ପରା”ର ରଜଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ଚଳିତ ବର୍ଷର ରଜଉତ୍ସବ ମହାସମାରୋହରେ ପାଳିତ କରିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଶିତୁପ୍ରକାଶ ରଥ ଓ ମଦନ ମୋହନ କ୍ଷେତୀ ଯୋଗଦେଇଥିଲେ। ଅତିଥିମାନେ ରଜଉତ୍ସବର ମହନୀୟତା ସଂପର୍କରେ ଆଲଚନା କରି ଏହା କିପରି ଆମର ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ
ଗାରୀମାମୟ କରିଛି ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ ।ଏକ ରାଜ୍ୟସ୍ତରୀୟ କବିତା ପାଠୋସ୍ଛଵର ଆୟୋଜନ ହୋଇଥିଲା ଏବଂ ଏହାକୁ ହରପ୍ରିୟା ଦ୍ବିବେଦୀ ସଂଯୋଯନା କରିଥିଲେ। ପରିଷଦର ସଭାପତି ଡ଼. ସୁକାନ୍ତି ମହାନ୍ତିଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିବାବେଳେ ସମ୍ପାଦକ ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

Related posts