ଓଡ଼ଗାଁ: କରୋନା କବଳରୁ ବିଶ୍ଵବାସୀ ରକ୍ଷା ପାଇବା ପାଇଁ ଏବଂ ଓଡ଼ଗାଁ ବ୍ଳକର କିଛି ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ ଲାଭ ନିମିତ୍ତ ଆଜି ଓଡ଼ଗାଁ ବ୍ଳକର ବିଭିନ୍ନ ସଂଘର କର୍ମକର୍ତ୍ତା ତଥା ନୟାଗଡ଼ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଭକ୍ତ ରଞ୍ଜନ ମିଶ୍ର, ସମନ୍ୱୟ ସଂଘର ଆବାହକ ମନୋଜ କୁମାର ନାୟକ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସଚ୍ଚିଦାନନ୍ଦ ଦାସ, ସହ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷକ ମୋହନ ସାହୁ, ରବୀନ୍ଦ୍ର କୁମାର ଘଡେଇ, ନାରାୟଣ ଡାକୁଆ, ସୁରେନ୍ଦ୍ର ନାଥ ଷଡଙ୍ଗୀ, ଗୋପାଳ ମାଝୀ, ରାଜ ସିଁ ବେହେରା, ବସନ୍ତ କୁମାର ବିଶୋଇ, ମହାଦେବ ମାଝି, ପବିତ୍ର ମୋହନ ସାହୁ, କିଶୋର…
Read MoreBlog
ନୟାଗଡ଼ ଇତିହାସ
ପୂର୍ବତନ ନୟାଗଡ଼ ଦେଶୀୟ ରାଜ୍ୟ ଓଡ଼ିଶା ଗଡ଼ଜାତ ମଧ୍ୟରେ ଅନ୍ତର୍ଭୁକ୍ତ ।ଭାରତ ଇଂରେଜମାନଙ୍କର ଅଧିନ ହେବା ପରେ ଏହି ରାଜ୍ୟ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା । ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାର ଅଂଶ ଅଟେ । ନୟାଗଡ଼ ରାଜ୍ୟ ସ୍ଥାପନ ପୂର୍ବର ରାଜନୈତିକ ପରିସ୍ଥିତି ନୟାଗଡ଼ ରାଜ୍ୟ ରେବା ରାଜବଂଶର ସୂର୍ଯ୍ୟମଣିଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହେବା ପୂର୍ବରୁ ଏହି ଅଞ୍ଚଳ ମୂଖ୍ୟତଃ ବାଙ୍କୀ, ରଣପୁର, ବୌଦ୍ଧ, ଘୁମୁସର ରାଜ୍ୟର ଅଂଶ ଥିଲା । ଅଧିକ ଭାଗ ରଣପୁର ରାଜ୍ୟ ଅଧିନରେ ରହିଥିଲା । ଏହା ବ୍ୟତୀତ ଇଟାମାଟି ଠାରୁ ଦିଘିରି ଅଞ୍ଚଳ ଯାଏଁ ଓଡ଼ିଶା ରାଜାଙ୍କର ଅଧିନସ୍ଥ ରହିଥିଲା । ମହିପୂର, ବାହାଡ଼ାଝୋଲା, ନୂଆଗାଁ ଇତ୍ୟାଦି ମାଳ ଅଞ୍ଚଳରେ ସ୍ଥାନୀୟ ଦଳପତି ବା ଗଡ଼ତିଆମାନେ ଶାସନ କରୁଥିଲେ । ସେମାନଙ୍କ ଉପରେ…
Read Moreନୟାଗଡ଼ର ଭୌଗଳିକସ୍ଥିତି
ନୟାଗଡ଼ ସହର ଏକଦା ନୟାଗଡ଼ ଗଡ଼ଜାତ ରାଜ୍ୟର ରାଜଧାନୀ ରହିଥିଲା । ଏହି ରାଜ୍ୟ ୧୯ଂ-୫୩’ ଓ ୨୦ଂ-୨୦’ଉତ୍ତର ଅକ୍ଷାଂଶ ଓ ୮୪ଂ-୪୮’ ଓ ୮୫ଂ-୧୫’ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ନୟାଗଡ଼ ରାଜ୍ୟର ଉତ୍ତର ପଶ୍ଚିମ ଅଞ୍ଚଳରେ ସାପୁଆ – ମୁଣ୍ଡା ଓ ହାତିମୁଣ୍ଡା ପର୍ବତମାଳା ଅବସ୍ଥିତ । ପଶ୍ଚିମ ଭାଗରେ ଶୂଳିଆ ପର୍ବତ ବହୁ ଅଞ୍ଚଳ ବ୍ୟାପି ରହିଅଛି । ପୂର୍ବ ଅଞ୍ଚଳରେ ଶୁକରମଲ୍ଲ ପର୍ବତ ବିଦ୍ୟମାନ । ନୟାଗଡ଼ ସହର ସମୁଦ୍ର କୂଳରୁ ପ୍ରାୟ ୪୫ ମାଇଲ ଦୂରରେ ଅବସ୍ଥିତ । ମାତ୍ର ପ୍ରାଚୀର ସଦୃଶ ପର୍ବତମାଳା ରହି ସାମୁଦ୍ରିକ ବାୟୁ ପ୍ରଭାବରେ ବାଧା ଦେଉଛି । ନୟାଗଡ଼ ରାଜ୍ୟର ଉଚ୍ଚତମ ପର୍ବତ ଶୁଳିଆର ଶିଖର ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ରହିଅଛି । ଶୁକରମଲ୍ଲ ପର୍ବତର ଶିଖର ୧୪୩୨ ଫୁଟ…
Read Moreନୟାଗଡ଼ ପୁରାଣ
ହରିଷ ଗୀତିକଳ୍ପ ଆମ ସମୟର ଓଡ଼ିଆ ଗୀତିକବିତା ପରିମଣ୍ଡଳରେ ଜଣେ ଅନନ୍ୟ ପ୍ରତିଭା। ଛନ୍ଦ ଓ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ, ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ। ନିଜର ସୃଜନାତ୍ମକ ସମୃଦ୍ଧ ସୃଷ୍ଟି ପାଇଁ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ। ଓଡ଼ିଶାର ସମସ୍ତ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ହରିଶ୍ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତସବୁ କ୍ୟାସେଟ, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରିପାରିଛି।“ନୟାଗଡ଼ ପୁରାଣ (ରଳବ ଖଣ୍ଡ)” ହରିଶ୍ ଗୀତିକଳ୍ପଙ୍କ ଏକ ଅଭିନବ ପ୍ରୟାସ। ପୁରାଣ କିମ୍ବଦନ୍ତୀ, ଲୋକକଥା ପରମ୍ପରା ତଥା ଐତିହାସିକ ତଥ୍ୟ…
Read Moreଅମ୍ଳାନ ସ୍ୱାକ୍ଷର
ହରିଶ ପ୍ରଧାନ(ଗୀତିକଳ୍ପ) ଓଡ଼ିଆ ସାହିତ୍ୟ ଜଗତରେ ଜଣେ ଜଣାଶୁଣା ଲେଖକ ଓ କବି । ଛନ୍ଦ ଲାବଣ୍ୟ ସହ ପ୍ରାକୃତିକ ଓ ନୈସର୍ଗିକ ଶୋଭାରାଜି, ମାନବୀୟ ସମ୍ବେଦନ,ଦାର୍ଶନିକ ଦୃଷ୍ଟିଭଙ୍ଗୀ ତଥା ପ୍ରୀତିମୟତା ତାଙ୍କ ରଚନାର ବୈଶିଷ୍ଟ୍ୟ । ନିଜର ସୃଜନଶୀଳତା ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ମନୋନୀତ ହୋଇ ମହାମହିମ ରାଜ୍ୟପାଳଙ୍କ ଦ୍ୱାରାପୁରସ୍କୃତ ଓ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବା ସହ ଅନେକ ସାରସ୍ୱତ ଅନୁଷ୍ଠାନରୁ ବହୁ ଉପାଧିରେ ସେ ବିଭୂଷିତ । ଓଡ଼ିଶାର ସମସ୍ତ ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ କଣ୍ଠରେହରିଶ ପ୍ରଧାନ (ଗୀତିକଳ୍ପ)ଙ୍କ ଗୀତ ସବୁ କ୍ୟାସେଟ୍, ଦୂରଦର୍ଶନ ଓ ଆକାଶବାଣୀରେ ପ୍ରସାରିତ ହୋଇ ଯଥେଷ୍ଟ ଆଦୃତି ଲାଭ କରି ।ରିଛି । ତାଙ୍କଦ୍ୱାରା ରଚିତ ‘ନୟାଗଡ଼ପୁରାଣ’, ‘ନୟାଗଡ଼ ଜ୍ଞାନ’, ‘ଜଗାର କରୁଣା’ ଓ ‘ଭୂତ ସହିତ ରାତିଏ’ ଆଦି ପୁସ୍ତକ ବେଶ୍ ଆଦୃତ ହୋଇପାରିଛି ପାଠକମାନଙ୍କ ମଧ୍ୟରେ…
Read Moreବନ୍ଦ କବାଟ
ରଚିତା ପରିଡାଙ୍କ ଲିଖିତ ଗଳ୍ପ ବନ୍ଦ କବାଟ : ଭସା ମେଘର ସବାରିରେ ବର୍ଷାରାଣୀ ତା’ କଳା ଓଢ଼ଣୀ ଫାଙ୍କରୁ ଚାହିଁ ମୁରୁକି ହସମାରୁଛି, ବିଜୁଳିର ରୋଷଣି ଆଉ ଘଡଘଡିର ଆତସବାଜିକୁ ଡରି ସୂର୍ଯ୍ୟ ବାଦଲ ଭିତରେ ଲୁଚିଯାଇଛି । ଦୂର ଦିଗ୍ବଳୟଟା ପୂରା ଅନ୍ଧାର ଦିଶୁଛି । ସନ୍ଧ୍ୟା ହେବା ପୂର୍ବରୁ କିଏ ଯେମିତି ଆକଶଟାକୁ କଳା ରଙ୍ଗରେ ରଙ୍ଗେଇ ଦେଇଛି ।ଝରକା ଫାଙ୍କରୁ ଏସବୁ ଦୃଶ୍ୟ ଦେଖିବାକୁ ତାକୁ ଭାରି ଭଲଲାଗୁଛି । ରିମ୍ଝିମ୍ ବର୍ଷା ତାଳରେ ନାଚିବାକୁ ତାକୁ ବି ଇଚ୍ଛା ହେଉଛି । ଥଣ୍ଡା ପବନଟାଏ ଝରକା ଦେଇ ଯେବେ ତା’ଦେହରେ ବାଜିଯାଉଛି ତାକୁ ଲାଗୁଛି ସେ ଯେମିତି ତାକୁ ହାତଠାରି ଡାକୁଛି । କିନ୍ତୁ ଏ ବନ୍ଦ କବାଟ ଖୋଲିଲେ ସିନା । ବାହାରକୁ ଯିବା ତା ପାଇଁ ସମ୍ପୂର୍ଣ୍ଣ…
Read Moreଘିକୁଆଁରୀର ଉପକାରିତା, ନିଶ୍ଚୟ ପଢନ୍ତୁ
ଆମ ଦେଶରେ ଘିକୁଆଁରୀର ବିଭିନ୍ନ ନାମ: ହିନ୍ଦୀ- କୁଜା, ସେବତୀ, ବଙ୍ଗଳା- ଗୋଲାପ, ସଂସ୍କୃତ – ଚାରୁକେଶର, ବୃତ୍ତ, ପୁଷ୍ପ, ତେଲୁଗୁ- ମେଣ୍ଡିଚେଟ୍ଟୁ ।ପ୍ରକୃତି ଆମକୁ ସମସ୍ତ ପ୍ରକାର ରୋଗର ନିରାକରଣ ନିମନ୍ତେ ଯୋଉ ବୃକ୍ଷଲତାଗୁଡିକ ଦେଇଛି ସେଥିମଧ୍ୟରୁ ଘିକୁଆଁରୀ ଅନ୍ୟତମ । ଏହି ଗଛ ଭାରତର ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଥାଏ । ଏହା ଏକ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ପତ୍ରଗୁଡିକ ଲମ୍ବ ଏବଂ ପତ୍ରଟି ମାଂସଳ ହୋଇଥରବାରୁ ତା’ଭିତରେ ଲାଲୁଆ ରସ ରହିଥାଏ । ଏହି ରସ ରୋଗ ନିରାକରଣରେ ସାହାର୍ଯ୍ୟ କରେ ଏହି ଗଛକୁ ଉଭିଦ ବିଜ୍ଞାନୀମାନେ “ଆଲୋଛୟୁରା” କହିଥାନ୍ତି । ସଂସ୍କୃତରେ ଘିକୁଆଁରୀକୁ ଘୃତକୁମାରୀ, ତରୁଣୀ, ସହା, ଗୃହକନ୍ୟା ବୋଲି କହନ୍ତି । ଏହା ପ୍ରଧାନତଃ ଆଫ୍ରିକା, ଭାରତ ଓ ଆରବରେ ଦେଖାଯାଇଥାଏ ।ଘିକୁଆଁରୀ ରସ ମଧୁର, ତିକ୍ତ ମଦଗନ୍ଧ…
Read Moreସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ମୂଲ୍ୟବାନ
ସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ଆମ ପାଇଁ ସୁବର୍ଣ୍ଣ ସମୟ । ସର୍ପାଘାତର ଦୁଇ ଘଣ୍ଟାପରେ ବିଷ ଶରୀର ନର୍ଭ ଟିସୁ ଓ ମସଲ ଟିସୁରେ ମିଶି ଯାଇଥାଏ । ବିଷ ନର୍ଭ ଟିସୁ ଓ ମସଲ ଟିସୁରେ ମିଶିଯିବା ପରେ ସାପ ବିଷକୁ ନଷ୍ଟ କରିବାକୁ ଉଦ୍ଦିଷ୍ଟ ମେଡିସିନ୍ ଆଉ କାମ କରିନଥାଏ । ତେଣୁ ସାପ କାମୁଡ଼ିବାର ଦୁଇ ଘଣ୍ଟା ଭିତରେ ଡାକ୍ତରଖାନାକୁ ଆଣିପାରିଲେ ରୋଗୀ ବଞ୍ଚିବା ସମ୍ଭବ । ମାତ୍ର ଲୋକ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ସୁବର୍ଣ୍ଣ ସମୟକୁ ଗୁଣିଆ ପାଖରେ ନଷ୍ଟ କରିଦେଉଛନ୍ତି । ଯେତେବେଳେ ଗୁଣିଆ ହାତଟେକି ଦେଉଛି, ସେତେବେଳେ ଡାକ୍ତରଖାନାକୁ ଆଣୁଛନ୍ତି । ସେତେବେଳେ ରୋଗୀକୁ ବଞ୍ଚାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । ତେଣୁ ସାପ କାମୁଡ଼ିବା କ୍ଷଣି ଡାକ୍ତରଖାନାରେ ରୋଗୀକୁ ଭର୍ତ୍ତି କରିବା ଜରୁରୀ ।…
Read Moreସୁଷମ ଖାଦ୍ୟ ମଣିଷର ଜୀବନ ବଦଳାଇପାରେ
ସକାଳ ୫ଟା ପୂର୍ବରୁ ଉଠନ୍ତୁ । ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ (ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି ଖାନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖାନ୍ତୁ) । ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି ଖାନ୍ତୁ । ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି ଖାନ୍ତୁ । ରାତ୍ରୀ ଭୋଜନରେ ଅଧା ପେଟ ଖାନ୍ତୁ । ସକାଳେ, ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣିପିଅନ୍ତୁ । ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ । ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ । ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ରାତିରେ ଶୋଇବା ସମୟରେ ପ୍ରଥମେ…
Read Moreଓଡ଼ଗାଁ ଶ୍ରୀଶ୍ରୀ ରଘୁନାଥଙ୍କ କ୍ଷେତ୍ର ଓଡ଼ିଶାର ଅନନ୍ୟ ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ
ଓଡ଼ଗାଁ: ଓଡଗାଁ ଶ୍ରୀରଘୁନାଥ ଜିଉ ଓଡିଶା ରାଜ୍ୟରେ ସ୍ୱର୍ଣ୍ଣକଳସ କ୍ଷେତ୍ର ରୁପେ ପରିଚିତ । ୩ଶହ ବର୍ଷର ରାମ, ଲକ୍ଷ୍ମଣ ଓ ସୀତାଙ୍କ ଦାରୁ ବିଗ୍ରହ କୌଣସି ନବକଳେବର ହୋଇନଥିବା ବେଳେ ଶାନ୍ତ କାନ୍ତ କମନୀୟ ସୈାମ୍ୟ ଏବଂ ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ମୂର୍ତ୍ତି ସନ୍ଦର୍ଶନରେ ଅଟକିଯାଏ ଭକ୍ତର ନୟନ ଜୁଗଳ । ମନରେ ଯାଗ୍ରତ ହୁଏ ଭକ୍ତିଭାବ । ଏବଂ ତାପରେ ଭକ୍ତ ସମ୍ପୁର୍ଣ୍ଣ ସମର୍ପିତ କରିଦିଏ ତାର ସମସ୍ତ ସତାକୁ ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ।ଦକ୍ଷୀଣ ପାଶ୍ୱର୍ରେ ଗୟଳସିଂ ଏବଂ ଉତ୍ତର ପାଶ୍ୱର୍ରେ ଶୁଳିଆ ପାହାଡର ସବୁଜ ବଳୟ ମଧ୍ୟସ୍ଥ ଏକ ଉପତ୍ୟକାର ଭ୍ରମ ସୃଷ୍ଟି କରୁଥିବା ଓଡଗ୍ରାମ ଶ୍ରୀ ରଘୁନାଥ ଜିଉଙ୍କୁ କୋଳରେ ଧରି ସବୁ ବେଳେ କର୍ମ ପ୍ରବଣ ରହିଥାଏ । ୧୨ଦିନରେ୧୩ପରବ ବର୍ଷସାରା ମେଳା ମହୋତ୍ସବ ଜାନୀ…
Read More