Blog

ଖୁବଶୀଘ୍ର ପୁଣିଥରେ ନୟାଗଡକୁ ଗଡିବ ରେଳ

ନୟାଗଡ଼,(୧୨/୦୮):- ଭୁବନେଶ୍ୱରରୁ ନୟାଗଡ଼ ମହୀପୁର ପର୍ଯ୍ୟନ୍ତ ପୁନଃ ରେଳ ଚଳାଚଳ କରିବା ଆଶା ସଞ୍ଚାର ହୋଇଛି । ଏଥିପାଇଁ ପୂର୍ବତଟ ରେଳପଥ ଉପମୁଖ୍ଯ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନର ଡିଭିଜନାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ, ନୟାଗଡ଼ ଟାଉନ ଷ୍ଟେସନରୁ ସମସ୍ତ କର୍ମଚାରୀଙ୍କୁ କରୋନା ସମୟରେ ବାହାରକୁ ପଠାଇ ଦିଆଯିବା ସହ ରେଳ ଚଳାଚଳ ବାତିଲ କରାଯାଇଥିଲା । ଏନେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ନୟାଗଡ଼ ଷ୍ଟେସନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ରେଳ ଚଳାଚଳ ନିମନ୍ତେ ବାରମ୍ବାର ଚିଠି ଲେଖି ଆସୁଥିଲେ। ତତ୍ ସହିତ ନୟାଗଡ଼ ଜିଲ୍ଲା କଂଗ୍ରେସ ମଧ୍ୟ ନୟାଗଡକୁ ପୁନଃ ରେଳ ଚଳାଚଳ ନକଲେ ଜଟଣୀ ଠାରେ ରେଳରୋକ କରିବାକୁ ଚେତାବନୀ ଦେଇଥିଲା।

Read More

ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ନୟାଗଡ଼,(୧୨/୦୮):- ଶ୍ରମିକ ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପୁଅ ସୁରଜିତ(ବୁବୁନ)ର ୯ମ ଶ୍ରାଦ୍ଧ ବାର୍ଷିକରେ ଆଜି ନୟାଗଡ଼ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଅ ମୃତ୍ୟୁରେ ଭାଙ୍ଗି ନପଡ଼ି ପ୍ରତ୍ୟେକ ବର୍ଷ ଶ୍ରୀକାନ୍ତ ପଟ୍ଟନାୟକ ଏବଂ ତାଙ୍କ ଧର୍ମପତ୍ନୀ ଗୀତାରାଣୀ ପଟ୍ଟନାୟକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି । ଆଜିର ଏହି ଶିବିରରେ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମାଜସେବୀ ଦାମୋଦର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ପିତା ଶ୍ରୀକାନ୍ତ ପଟ୍ଟନାୟକ, ମା’ ଗୀତାରାଣୀ ପଟ୍ଟନାୟକଙ୍କ ସମେତ ୧୪ ଜଣ ରକ୍ତଦାନ କରିଥିବା ସୂଚନା ମିଳିଛି।

Read More

ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ, ପ୍ରମୋଦ ପଟ୍ଟନାୟକଙ୍କୁ ରାଜ୍ୟ ସଭାପତି ଦାୟିତ୍ଵ

ନୟାଗଡ଼,(12/08):- ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ. ଜିମୁତ ମଙ୍ଗରାଜଙ୍କ ଅକାଳ ବିୟୋଗ ପରେ କାର୍ଯ୍ୟକାରିଣୀ ବୈଠକରେ ସର୍ଵସମ୍ମତି କ୍ରମେ ନୂତନ ରାଜ୍ୟ ସଭାପତି ଭାବେ ମନୋନୀତ ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ। ଆଗାମୀ କର୍ମକର୍ତ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ଵ ତୁଲାଇବା ପାଇଁ କାର୍ଯ୍ୟକାରିଣୀ କମିଟିରେ ନିଷ୍ପପତି ନିଆଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ବିଭିର୍ଣ୍ଣ ଜିଲ୍ଲାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Read More

ନବ ବିବାହିତା ମହିଳା ନିଖୋଜକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ସରଣକୁଳ ଥାନା ଘେରାଉ

ସରଣକୁଳ,(୧୧/୦୮):- ନବ ବିବାହିତା ଜନୈକା ମହିଳା ନିଖୋଜ ହୋଇଥିବା ବେଳେ ମହିଳାଙ୍କ ହତ୍ୟା ସନ୍ଦେହରେ ପରିବାର ଓ ଗ୍ରାମବାସୀଙ୍କ ଦ୍ଵାରା ସରଣକୁଳ ଥାନା ଘେରାଉ। ଶରଣକୁଳ ଅଞ୍ଚଳର ଜଗବନ୍ଧୁ ସାହୁଙ୍କ ପୁଅ ସହିତ ରଣପୁର ଥାନା ଗୋଡ଼ିମଡ଼ା ଗ୍ରାମର ପ୍ରଫୁଲ ସାହୁଙ୍କ ଝିଅ ରୋଜାଲିନଙ୍କର ୨ମାସ ତଳେ ବିବାହ ହୋଇଥିଲା । ବିବାହ ପରେ ରୋଜାଲିନଙ୍କ ସହ ଆଉ ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଶଶୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ଗତ ରବିବାର ଦିନ ରୋଜାଲିନ ହଠାତ ନିଖୋଜ ହେବା ପରେ ଶଶୁର ପୁଣି ଏକ ଏତଲା ଥାନାରେ ଦେଇଥିବା ଜଣାଯାଇଛି । ନିଖୋଜ ଘଟଣାକୁ ନେଇ ଆଜି ରୋଜାଲିନଙ୍କ ପରିବାର ଏବଂ ଗୋଡିପଡ଼ା ଗ୍ରାମବାସୀ ରୋଜାଲିନଙ୍କୁ…

Read More

ଅଣସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ ହୋଇଯାଅନ୍ତୁ ସାଵଧନ

ନୟାଗଡ଼(୧୧/୦୮):- “ନୟାଗଡ଼ ଜିଲ୍ଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଂଘ” ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ତ୍ରିନାଥ ଛକସ୍ଥିତ ସତ୍ୟମ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କମ୍ପ୍ୟୁଟର ଶିଖିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ବେଆଇନ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ନପଢ଼ିବା ପାଇଁ ସୂଚନା ଦିଆଯାଇଛି । ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲା କମ୍ପ୍ୟୁଟର ସଙ୍ଘର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଉପସଭାପତି ଶିଶିର ରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ସହସମ୍ପାଦକ ନିର୍ମଳ କୁମାର ହୋତା ପ୍ରମ୍ମୁଖ ଯୋଗ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ବ ବେଆଇନ କମ୍ପ୍ୟୁଟର ତାଲିମ କେନ୍ଦ୍ର ଖୋଲିଛି। ଉକ୍ତ ଅନୁଷ୍ଠାନମାନଙ୍କ ଲାଗି ଅନେକ ଛାତ୍ରଛାତ୍ରୀ ଚାକିରୀ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଛନ୍ତି । ରାଜ୍ୟରେ ଏବେ…

Read More

ନୟାଗଡ଼ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଦେଖନ୍ତୁ ଭିଡ଼ିଓ…

ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାରି ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୫ଟି ଇନଡୋର ଷ୍ଟାଡିୟମ ପାଇଁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୟାଗଡ଼ ପୈାରାଞ୍ଚଳ ସହିତ ଓଡ଼ଗାଁ, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୫ଟି ଇନ୍ଡୋର ଷ୍ଟାଡିୟମ ନିର୍ମାଣ ହେବ।

Read More

କମ୍ପ୍ୟୁଟର ଶିଖୁଥିଲେ ଛାତ୍ରଛାତ୍ରୀ ହୋଇଯାନ୍ତୁ ସାଵଧାନ। ଶୁଣନ୍ତୁ କଣ କହୁଛନ୍ତି ଜିଲ୍ଲା ସଭାପତି

ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୦ରୁ ଉର୍ଦ୍ଧ୍ବ ଅଣସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ସେହି କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଯଦି ପଢ଼ୁଥିବେ ତେବେ ହୋଇଯାନ୍ତୁ ସାବଧାନ। କାରଣ ସେହି ଶିକ୍ଷାନୁଷ୍ଠାନରୁ ଆପଣ ପାଇଥିବା ସାର୍ଟିଫିକେଟର ମୂଲ୍ୟ କିଛି ନାହିଁ। ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ସଚେତନ କରିବା ପାଇଁ ଆଜି ନୟାଗଡ଼ ଜିଲ୍ଲା କମ୍ପୁଟର ଶିକ୍ଷାନୁଷ୍ଠାନ ସଙ୍ଘ ତରଫରୁ ନୟାଗଡ଼ ସହର ତ୍ରିନାଥ ଛକସ୍ଥିତ “ସତ୍ୟମ କମ୍ପ୍ୟୁଟର” ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Read More

“ଜୟ ବୋଲ ଲଡୁବାବା କି” ଭଜନ ଉନ୍ମୋଚିତ

ଶରଣକୁଳ,(୧୧/୦୮):- ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇଯାଇଛି। ଲୋକପ୍ରିୟ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର ତ୍ରିପାଠୀ ସଙ୍ଗୀତ ସହ କଣ୍ଠଦାନ କରିଥିବା ବେଳେ ସମୀର ରଥ ଗୀତ ରଚନା ଏବଂ ଅଶୋକ ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ କିଶୋର ଚନ୍ଦ୍ର କରଶର୍ମା, ସମୀର ରଥ, ସୁବାଷ ନାୟକ, ବିକ୍ରମ କୁମାର ଦାସ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, ପରମାନନ୍ଦ ସ୍ବାଇଁଙ୍କ ସମେତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ଗୀତଟି ମହାପ୍ରଭୁ ଶିବଙ୍କ ମହିମା ଉପରେ ରଚନା କରାଯାଇଥିବା ବେଳେ ଏହା…

Read More

ବନ୍ଧୁକଧାରୀ ଶିକାରୀ ଗିରଫ, ବନ୍ଧୁକ ଜବତ

ଖଣ୍ଡପଡ଼ା,(୧୧/୦୮):- ନୟାଗଡ଼ ବନଖଣ୍ଡ ଅଧିନ ଖଳିସାହି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ଯରେ ବୁଲୁଥିବା ବେଳେ ଖଣ୍ଡପଡ଼ା ବନବିଭାଗ କର୍ମଚାରୀଙ୍କ ଦ୍ବାରା ସୁଶାନ୍ତ କୁମାର ନାୟକ(୪୫) ଧରାପଡି ଜେଲ ଯାଇଥିବା ଜଣାଯାଇଛି। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଏବଂ କିଛି ଅଫୁଟା ଗୁଳି ଜବତ କରାଯାଇଛି। ଖଳିସହି ଗ୍ରାମ ପାଞ୍ଚଘରିଆ ସାହିର ଅଭିଯୁକ୍ତ ନିୟମିତ ଭାବେ ଜଙ୍ଗଲରୁ ଶିକାର କରୁଥିବାର ଅଭିଯୋଗ ପାଇଥିବା ଖଣ୍ଡପଡା ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

Read More

ଗଣିଆରେ ୟୁଥ୍ ଫର୍ ଆକ୍ସନ ଟିମ୍ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ

ଗଣିଆ,(୧୧/୦୮):- ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡ଼ା ପଂଚାୟତର ଗୋପିବଲ୍ଲଭପୁର ଓ କଳାଶିମିଳିର ୪୦ଜଣ ଯୁବକଙ୍କୁ ନେଇ ୟୁଥ ଫର୍ ଆକ୍ସନ ତରଫରୁ ମାସ୍କ ବଣ୍ଟନ, ମନ୍ଦିର ସଫେଇ, ବୃକ୍ଷରୋପଣ, ପୋଖରୀ ସଫେଇ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମସ୍ତଙ୍କୁ ମାସ୍କ୍ ବଣ୍ଟନ କରି ମନ୍ଦିର ପରିସର ଏବଂ ସେହି ଗ୍ରାମର ପୋଖରୀ ଚାରିପଟକୁ ପରିସ୍କାର ଭାବେ ସଫା କରାଯାଇଥିଲା। ପରେପରେ ଗ୍ରାମର କିଛି ସ୍ଥାନରେ ଅଁଳା, ଲେମ୍ବୁ, ଶିମିଳି, ଆମ୍ବ ଭଳି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁଥ୍ ଫର୍ ଆକ୍ସନର ନୟାଗଡ ଜିଲ୍ଲା ସଭାପତି ପରମେଶ୍ଵର ସାହୁ, ସାଧାରଣ ସମ୍ପାଦକ ଜୀବନ ଜ୍ୟୋତି ଘଡାଇ, ଉପସଭାପତି ଶୁଭାଶିଷ ମିଶ୍ର, ଯୁବ ସ୍ଵେଚ୍ଛାସେବୀ ପ୍ରିୟବ୍ରତ ମିଶ୍ର, ମଳୟ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ଆଗାମୀ…

Read More