ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ ଆଜି ପୂର୍ବାହ୍ନରେ ନୟାଗଡ଼ରେ ପହଁଚି ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ସହିତ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଡେପୁଟୀ କଲେକ୍ଟର(ନିର୍ବାଚନ) ଆୟୁଷୀ ମହାପାତ୍ର, ଦଶପଲ୍ଲା ଏବଂ ରଣପୁରର ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାର୍ଥୀମାନେ ଯେଭଳି କୋଭିଡ୍ କଟକଣା ଓ ନିର୍ବାଚନ ଆଚରଣ ବିଧି ଠିକ୍ ଭାବରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ସହିତ ସେମାନଙ୍କ ପ୍ରଚାର କାର୍ଯ୍ୟକ୍ରମ…
Read MoreBlog
ନାଟକ ସମାରୋହର ଅନ୍ତିମ ସଂଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ନିଧିବାବୁ ଘରେ ଅଛ?’
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ତୃତୀୟ ରାଜ୍ୟସ୍ତରୀୟ ନାଟକ ସମାରୋହର ଅଷ୍ଟମ ତଥା ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଲୋକପ୍ରିୟ ସାମାଜିକ ନାଟକ ‘ନିଧିବାବୁ ଘରେ ଅଛ?’ । ସ୍ଥାନୀୟ ନାଟ୍ୟାନୁଷ୍ଠାନ ଚମତ୍କାର,ନୟାଗଡ଼ ପକ୍ଷରୁ ପରିବେଷିତ ଏହି ସାମାଜିକ ନାଟକଟି ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରିଙ୍କୁ, ବିରୁ, ବାପି, ବାପୁ, ଲକି, ପ୍ରଦୀପ, ସିଂବାବୁ, ଖଟୁଆ, ନିଶିକାନ୍ତ, ଟୁନା, ବଣ୍ଟି, ମୀରା, ଟିକିଲି ଏବଂ ଶିଶୁ କଳାକାର ଦେବାଂଶୀ । ନାଟ୍ୟ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଅତିଥିଭାବେ ରାଜା ରାମେଶ୍ୱର ପ୍ରସାଦ ସିଂ ମାନଧାତା…
Read Moreନୟାଗଡ଼ ପୌର ପରିଷଦ ନିମନ୍ତେ ପ୍ରାର୍ଥପତ୍ର ଦାଖଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ଶେଷ ଦିନରେ ସମସ୍ତ ଓାର୍ଡ଼ର ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । ବିଜେଡି ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ନିରୁପମା ଖଟେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ତନୁଶ୍ରୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସ୍ୱାଗତିକା ନାୟକ ଏବଂ ସ୍ୱାଧୀନ ପ୍ରାର୍ଥିନୀ ଭାବେ ସସ୍ମିତା ଷଡ଼ଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ପୌର ପରିଷଦରେ ସମୁଦାୟ ୪୫ଜଣ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବିଜେଡିର ୧୬, ବିଜେପିର ୧୫ , ଭାରତୀୟ ଜାତୀୟ କଂଗ୍ରେସର ୯ଜଣ ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫ନମ୍ବର ଓାର୍ଡ଼ରୁ ବିଜେଡିର ଶ୍ରୀ ସନ୍ତୋଷ କୁମାର ମାହାର ପ୍ରାର୍ଥୀପତ୍ର ଦାଖଲ…
Read Moreନାଟକ ମହୋତ୍ସବର ୭ମ ସନ୍ଧ୍ୟାର ନାଟକ ‘ଶବବାହକ ମାନେ’ ମଞ୍ଚସ୍ଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଭାବପ୍ରବଣ କରିଦେଇଥିଲା ରଙ୍ଗଶାଳାର ପ୍ରସିଦ୍ଧ ନାଟକ ‘ଶବବାହକ ମାନେ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ସୋମବାର ସଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ରଙ୍କ ରଚିତ, ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶିତ ଏବଂ କୈଳାସ ଚନ୍ଦ୍ର ସେନାପତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ଏହି ସଚେତନଧର୍ମି ମଞ୍ଚ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲେ । ରଙ୍ଗଶାଳା, ପୁରୀ ନାଟ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ବିକ୍ରମ କୁମାର ସାହୁ ଯୋଗଦାନ କରିଥିଲେ । ବର୍ତ୍ତମାନ ସମୟ ଏତେ ବଦଳି ଯାଇଛି ଯେ ସାମାଜିକ…
Read Moreଅନନ୍ୟା ଫାଉଣ୍ଡେସନ୍ ତରଫରୁ ପକ୍ଷୀମାନଙ୍କ ପାଇଁ ଜଳ ପାନର ବ୍ୟବସ୍ଥା
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ସୁନାଖଳା, କୋଟଗଡ଼,ରମ୍ଭାବିଲର ବିଭିନ୍ନ ସ୍ଥାନ ତଥା ରାସ୍ତା କଡ଼ର ଉଭୟ ପାର୍ଶ୍ଵରେ ପଶୁପକ୍ଷୀମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି। ଆଗକୁ ବିଭିନ୍ନ ଜଳାଶୟ ଶୁଖି ଯିବାର ସମ୍ଭାବନା ଅଛି, ଏ ସବୁକୁ ନଜରରେ ରଖି ଆଜି ଆଜି ଅନନ୍ୟା ଫାଉଣ୍ଡେସନ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଏହା ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ କରାଯିବ ବୋଲି ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ, ବିନେଶ, ସନ୍ତୋଷ, ଉମେଶ, ଦେବାଶିଷ, ବେଣୁ ଲେଙ୍କା, ଅପର୍ଣ୍ଣା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।
Read Moreନାଟକ ମହୋତ୍ସବର ୬ଷ୍ଠ ସଂଧ୍ୟା: ମିରର ଥିଏଟରର ନାଟକ ‘ଦୂର ଆକାଶ’ ମଞ୍ଚସ୍ଥ
ନୟାଗଡ଼,( ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଦର୍ଶକ ମାନଙ୍କ ହୃଦୟ ଛୁଇଁଥିଲା ଲୋକପ୍ରିୟ ମଞ୍ଚ ନାଟକ ‘ଦୂର ଆକାଶ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ରବିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ବିଶିଷ୍ଟ ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏହି ସଚେତନଧର୍ମି ମଞ୍ଚ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲା । ମିରର୍ ଥିଏଟର, ବେଲପାହାଡର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ମୁଖ୍ୟ ଅତିଥିଭାବେ ଶିଳ୍ପପତି ତଥା ନାଟ୍ୟ କଳାକାର ସନ୍ତୋଷ କୁମାର ଶତପଥୀ, ନାଟ୍ୟ ବ୍ୟକ୍ତିତ୍ୱ ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ମିଛମାୟା ସଂସାରରେ ବାପାର ଅନୁପସ୍ଥିତିରେ ମାଆ ପୁଅ ସମ୍ପର୍କର ଅନାବିଳ ସ୍ନେହ,…
Read Moreଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି…
Read Moreସ୍ମରଣିକା “ଅଫେରା ତୁମେ” ଲୋକାର୍ପିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ଶିକ୍ଷକ, କବି, ପରିବେଶବିତ୍ ତଥା ସମାଜସେବୀ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ନିଜ ଗ୍ରାମ ଓଡ଼ଗାଁବ୍ଲକ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ପାଳିତ ହୋଇଯାଇଛି। ଏ ଅବସରରେ ଅନୁଷ୍ଠିତ ହୋଇଥିବା ସ୍ମୃତିସଭା କାର୍ଯ୍ୟକ୍ରମରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାରସ ମିଶ୍ର, ଗଣେଶ୍ୱର ସାହୁ, ଅର୍ଜୁନ ସାହୁ, ବରିଷ୍ଠ କବି ଲୋକନାଥ ମିଶ୍ର(ଭରଦ୍ୱ।ଜ), ଶିବ ମିଶ୍ର, ରଘୁନାଥ ପ୍ରଧାନ, ଅବକାଶ ସାହୁ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ବିଶିଷ୍ଟ ଶିଶୁସାହିତ୍ୟିକା ବସିରନ୍ ବିବି, ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ, ଶେଷଦେବ ସାହୁ, ଜଗନ୍ନାଥ ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ପରିଡ଼ା, ଦାଶରଥି ସାହୁ, ବ୍ରଜବନ୍ଧୁ ସାହୁ, ନବକିଶୋର ସାହୁ, ଘନଶ୍ୟାମ ସାହୁ, ରମାକାନ୍ତ ପ୍ରଧାନ ଆଦି ବହୁ…
Read Moreନାଟକ ମହୋତ୍ସବର ୫ମ ସଂଧ୍ୟା: ଦର୍ଶକଙ୍କୁ ବାନ୍ଧି ରଖିଲା ‘ଔରଙ୍ଗଜେବ’
ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ଲୋକପ୍ରିୟ ସାମାଜିକ୍ ନାଟକ ‘ଔରଙ୍ଗଜେବ୍’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଡ.ପ୍ରଦୀପ ଭୌମିକ୍ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ । ସୂତ୍ରଧର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକ ଯୋଗଦାନ କରିଥିଲେ । ଇତିହାସରେ ଔରଙ୍ଗଜେବ ଯେପରି ନିଜ ସ୍ୱାର୍ଥ ଏବଂ କ୍ଷମତା ଲୋଭ ପାଇଁ ନିଜର ବାପା ଭାଈଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ ଆଜିର ସ୍ୱାର୍ଥ…
Read Moreନାଟକ ମହୋତ୍ସବର ୩ୟ ସଂଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଲା ଚର୍ଚ୍ଚିତ ନାଟକ ‘ସାଉଁଟା କଇଁ’
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ନାଟକ ‘ସାଉଁଟା କଇଁ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟବ୍ରତ ଦାଶ । ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର, ନାଟ୍ୟ ଦିଗଦର୍ଶକ ରାଜୁ ପାଢ଼ୀଙ୍କ ସମେତ ନାଟ୍ୟଧାରା ପରିବାରର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର,…
Read More