Blog

ଦଶପଲ୍ଲା ପୋଲିସକୁ ବଡ଼ ସଫଳତା। ଡକାୟତ ଗ୍ୟାଙ୍ଗର ୭ସଦସ୍ୟ ଗିରଫ, ବନ୍ଧୁକ ଜବତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା-ଗଣିଆ ରାଜ୍ୟ ରାଜପଥରେ ପଥଚାରୀଙ୍କ ଠାରୁ ଦୈନିକ ଲୁଟପାଟ କରୁଥିବା ଏକ କୁଖ୍ୟାତ ଡ଼କାୟତ ଗ୍ୟାଙ୍ଗର ୭ସଦସ୍ୟ ଗିରଫ। ଦଶପଲ୍ଲା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ରାହାଜନୀ ବଢ଼ିବଢି ଚାଲିଥିବା ବେଳେ ଦଶପଲ୍ଲା ଥାନାରେ ନୂତନ କରି ଯୋଗଦେଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ମିଳିଛି ବଡ଼ ସଫଳତା। ଶ୍ରୀ ସାହୁ ଥାନାରେ ଯୋଗ ଦେଉଦେଉ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ସହ କିଛିଦିନ ହେବ ନିଜେ ଅହରହ ପାଟ୍ରୋଲିଂ ଚଳାଇଥିଲେ। ଏହି କ୍ରମରେ ଗତ ୨୦ତାରିଖ ବୁଧବାର ରାତ୍ରି ପ୍ରାୟ ୧୦ଘଣ୍ଟିକା ସମୟରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଦଶପଲ୍ଲା ନିକଟ ଘୋଳାହାଣ୍ଡି ନିକଟ ତାଲେରା ଠାରେ ଥିବା ଭୂଇଁଆଣୀ ମନ୍ଦିର ପାଖରେ ଚଢ଼ାଉ କରିଥିଲା। ସେଠାରେ ପୋଲିସକୁ ଦେଖି କିଛି ଯୁବକ ଛତ୍ରଭଙ୍ଗ ଦେଇଥିବାବେଳେ ଆଉ…

Read More

ପୁଣି ନୟାଗଡ଼ରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ଏସ.ଆଇ ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ନୟାଗଡ଼ ଶଗଡ଼ିଆ ସାହିରେ ଚଢ଼ାଉ କରି ୨ଜଣ ବ୍ରାଉନସୁଗାର ବେପାରୀ ଆଶୁତୋଷ ଦାସ ଓ ଅଭିଜିତ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଘରୁ ୮ ଗ୍ରାମ ୧୩୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ବୁଲେଟ ଗାଡ଼ି ଏବଂ ୭ହଜାର ୫୩୦ଟଙ୍କା ପୋଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ ନଂ– ୧୧୧/୨୨ରେ ଏକ ମାମଲା ରୁଜ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ସୁଚନା ଦେଇଛନ୍ତି।

Read More

ନୂଆଗାଁ ବ୍ଲକ୍ ଯୁବ ,ଛାତ୍ର ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ପଞ୍ଚାୟତ ମା’ ପେଟେଇ ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆହ୍ବାନ କ୍ରମେ ବ୍ଲକ୍ ଯୁବ ଛାତ୍ର ଜନତା ଦଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ବିଜେଡ଼ି ଉପସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ, ‘ଆତ୍ମା’ ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାମାନେ ଅତିଥି ଭାବେ ଯୋଗଦେଇ ଯୁବ, ଛାତ୍ର ସଂଗଠନକୁ ଅଧିକ ସୁଦୃଢ କରିବା, ତୃଣମୂଳ…

Read More

ମେଧାବୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୩ରେ ମେଧା ସମ୍ମାନ-୨୦୨୨ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମେଟ୍ରିକରେ ପରୀକ୍ଷାରେ ଭଲ ନମ୍ବର ରଖୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଧା ସମ୍ମାନ-୨୦୨୨ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଧା ସମ୍ମାନ-୨୦୨୨ ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥ୍‌ ଭାବେ ଭିସି ଯୋଗଦେଇଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖ୍ କୃତକାର୍ଯ୍ୟ ହୋଇଥିବା ଏ-ୱାନ, ଏ-ଟୁ, ବି-ୱାନ ଓ ବି-ଟୁ ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ମାସ ୨୩ତାରିଖ ଶନିବାର ଦିନ ମେଧା ସମ୍ମାନରେ ସମ୍ମାନୀତ କରାଯିବ । ମେଧା ସମ୍ମାନ-୨୦୨୨ର ସମସ୍ତ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ…

Read More

ଗାଁକୁ ଗଲାନି ଆମ୍ବୁଲାନ୍ସ, ୨ କିମି ଭାରା କରି ବୋହିଲେ କର୍ମଚାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗାଁ’କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଯାହାକୁ ନେଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି, ହେଲପର୍ ରତ୍ନାକର ମହାନ୍ତି ଏବଂ ଇଏମ୍ଟି ସୁଧାଶୁଂ ଶେଖର ଜାନୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାରାକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା…

Read More

ବୋମାମାଡ଼ ସହ ବନ୍ଧୁକ ମୁନରେ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟିଲେ ଡକାୟତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡ଼ା ଫାଣ୍ଡି ଠାରୁ ମାତ୍ର ୧୦୦ ଫୁଟ୍ ଦୂରରେ ଡକାୟତି । ଦିନ ଦ୍ୱିପହରରେ ବୋମା ଫୁଟାଇ ମହାଲକ୍ଷ୍ମୀ ଜୁଏଲାରୀରୁ ଡକାୟତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଏକ ନୀଳ ରଙ୍ଗର ମଟର ସାଇକେଲରେ ପହଞ୍ଚି ହଠାତ୍‌ ସୁନା ଦୋକାନ ଉପରକୁ ବୋମା ମାଡ଼ କରିଥିଲେ । ଏହାପରେ ଦୋକାନ ମାଲିକ ହରିହର ସାହୁଙ୍କୁ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାହଗଣା ଲୁଟି ନେଇଥିଲେ । ତେବେ ଏତିକିରେ ସେମାନଙ୍କ ମନ ମାନି ନଥିଲା । ତେଣୁ ସେମାନେ ସୁନା ଦୋକାନର ସମ୍ମୁଖରେ ଥିବା ସୁନା ଦୋକାନର ୱାର୍କସପ୍ ଭିତରେ ପଶି ମଧ୍ୟ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ତେବେ ସେଠାରୁ କିଛି ମିିଳି ନଥିଲା ।…

Read More

ସାମ୍ବାଦିକ କଲ୍ୟାଣ ପାଣ୍ଠି ପାଇଁ କେଉଁ ବ୍ୟବସ୍ଥା ଅଛି ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ବିଧାନସଭା ର ମୌସୁମୀ ଅଧିବେଶନରେ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୨୦୭୫ ରେ ରାଜ୍ୟରେ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ କି କି ବ୍ୟବସ୍ଥା ଅଛି ଓ ଏ ବାବଦକୁ ଗତ ଦୁଇ ବର୍ଷ ମଧ୍ୟରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେ ଉପରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଏହି ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ଓଡ଼ିଶା ୱର୍କିଂ ଜର୍ନାଲିଷ୍ଟସ୍ ୱେଲ ଫେୟାର ଫଣ୍ଡ ରୁଲ୍ସ ୨୦୦୬ ନିୟମ ଅନୁଯାୟୀ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଗୋପବନ୍ଧୁ ୱାର୍କିଂ ଜର୍ନାଲିଷ୍ଟସ ହେଲଥ ବୀମା ୨୦୧୬ ମସିହାରେ ପ୍ରଣୟନ କରାଯାଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ…

Read More

ନୂଆଗାଁ ରେଳ ଷ୍ଟେସନକୁ ଦାସିଆ ଅଜାଙ୍କ ନାମରେ ନାମିତ ପାଇଁ ଦିଆଗଲା ପ୍ରସ୍ତାବ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନକୁ ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ନାମରେ ନାମିତ କରିବା ପାଇଁ ରେଳ ଷ୍ଟେସନ ଉଦ୍ଘାଟନ ଦିନ ଦଶପଲ୍ଲା ବିଧାୟକଙ୍କ ସମେତ ନୂଆଗାଁ ବ୍ଲକର ଜନ ସାଧାରଣ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ସାରଦ କୁମାର ଶ୍ରୀବାସ୍ତବଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦାଶରଥି ସଂଗ୍ରହାଳୟର ସମ୍ପାଦକ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ରେଳ ବିଭାଗର ବରିଷ୍ଠ ପବ୍ଲିକ ରିଲେସନ ଅଫିସର ନିରାକାର ଦାସ ସହଯୋଗ କରିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

Read More

ବିଶ୍ୱରେ ପ୍ରଥମ ଦଶପଲ୍ଲାର ଯୁବକ ଜ୍ୟୋତି ରଂଜନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆମେରିକାରେ ଚମକ ଦେଖାଇଛନ୍ତି ଦଶପଲ୍ଲାର ପୁଅ। ଆମେରିକାର ପୋର୍ଟଲ୍ୟାଣ୍ଡ ଠାରେ ପୃଥିବୀର ସମସ୍ତ ଦେଶର ଉଦ୍ଭିଦ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍‌ଏସି ଅଧୀନସ୍ଥ ଜରିପାଟଣା ଗ୍ରାମର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଂଜନ ବେହେରା(୨୬)। ଏବେ ସେ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭରସିଟିର ବାୟୋଲୋଜିକାଲ୍ ପିଏଚ୍ଡି ଗବେଷଣାରେ ଅଧ୍ୟୟନରତ ଅଛନ୍ତି। ଗତ ୯ ତାରିଖ ଠାରୁ ପୋର୍ଟଲ୍ୟାଣ୍ଡ ଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୃଥିବୀର ପ୍ରାୟ ଦେଶର ୧ହଜାର ୫ଶହ ବୈଜ୍ଞାନିକ ଭାଗ ନେଇଥିଲେ। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ହୋଇ ଚାଲିଥିବା ବେଳେ ଏହାକୁ କିଭଳି ପ୍ରତିକାର କରାଯାଇପାରିବ ତାହାରି ଉପରେ ସମାଧାନର…

Read More

ମହାମାରୀ ଡେଙ୍ଗୁ, ହଇଜା ଓ କରୋନାରୁ ରକ୍ଷା ପାଇବାକୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ନିକଟ ବଡପୁଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଡେଙ୍ଗୁ ଜ୍ୱର, ହଇଜା ଓ କରୋନା ଭୟାବହତାରୁ ରକ୍ଷା ପାଇବା ପାଇଁ ଦୈନଦିନ ବିଭିନ୍ନ ପ୍ରତିକାର ମୂଳକ ସଚେତନତା ଶିକ୍ଷା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ୱବାଧାନରେ ସ୍ୱାସ୍ଥ୍ୟକର୍ମୀ ରଶ୍ମିବାଳା ଜେନା, ଆଶାକର୍ମୀ ଶୁଭଶ୍ରୀ ପଟ୍ଟନାୟକ ଖାଇବା ପୂର୍ବରୁ ସବୁବେଳେ ହାତ ଧୋଇବା, ପ୍ରତିଦିନ ସୁଷମ ଓ ଗରମ ଖାଦ୍ୟ ଖାଇବା, ଶୋଇବା ବେଳେ ମଶାରୀ ଟାଙ୍ଗି ଶୋଇବା, ବାଡ଼ି ଘର ସବୁ ଆଡେ ସଫା ରଖିବା, ଚାରିଆଡେ ପଡିଥିବା ଅଦରକାରୀ ଜିନିଷକୁ ଫୋପାଡ଼ି ଦେବା ଓ ସମସ୍ତେ ମୁଂହରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷୟତ୍ରୀ ସୁଲୋଚନା ଦାସ ଓ ଅନୁସୟା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବିଦ୍ୟାଳୟରେ ପ୍ରତି ସମୟରେ…

Read More