ନୟାଗଡ଼,(ନୟାଗଡ଼ ଦର୍ପଣ): ଗାଁ’କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଯାହାକୁ ନେଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି, ହେଲପର୍ ରତ୍ନାକର ମହାନ୍ତି ଏବଂ ଇଏମ୍ଟି ସୁଧାଶୁଂ ଶେଖର ଜାନୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାରାକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଗାଡି ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭତ୍ତିର୍ କରିଥିଲେ। ମାତ୍ର ବଡକଥା ହେଉଛି ରାଜ୍ୟରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହୋଇ ଚାଲିଥିବା ବେଳେ ଏଭଳି ଆଦିବାସୀ ବହୁଳ ଅନେକ ଉପାନ୍ତ ଗ୍ରାମକୁ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁନି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାରୀ ଯୋଜନା ପ୍ରତି ବାସ୍ତବରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...