ମେଧାବୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୩ରେ ମେଧା ସମ୍ମାନ-୨୦୨୨ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମେଟ୍ରିକରେ ପରୀକ୍ଷାରେ ଭଲ ନମ୍ବର ରଖୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଧା ସମ୍ମାନ-୨୦୨୨ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଧା ସମ୍ମାନ-୨୦୨୨ ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥ୍‌ ଭାବେ ଭିସି ଯୋଗଦେଇଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖ୍ କୃତକାର୍ଯ୍ୟ ହୋଇଥିବା ଏ-ୱାନ, ଏ-ଟୁ, ବି-ୱାନ ଓ ବି-ଟୁ ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ମାସ ୨୩ତାରିଖ ଶନିବାର ଦିନ ମେଧା ସମ୍ମାନରେ ସମ୍ମାନୀତ କରାଯିବ । ମେଧା ସମ୍ମାନ-୨୦୨୨ର ସମସ୍ତ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମ୍ମିଳନୀ କକ୍ଷରେ ଆୟୋଜିତ କରାଯିବ।ତେଣୁ ଏହାକୁ ସୂଚାରୁ ରୂପେ ତୁଲାଇବା ସହ ମେଧା ସମ୍ମାନ-୨୦୨୨ ସମ୍ମାନରୁ ଯେମିତି ନୟାଗଡ଼ ବ୍ଲକ୍ ଓ ପୌର ପରିଷଦ ଅଞ୍ଚଳରେ ରଖିଥିବା ଏ-ୱାନ, ୧-ଟୁ, ବି-ୱାନ ଓ ବି-ଟୁ ଛାତ୍ରଛାତ୍ରୀମାନେ ମେଧା ସମ୍ମାନ-୨୦୨୨ ସମ୍ମାନରୁ ବାଦ୍ ନପଡ଼ିବେ ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକ ଡ଼. ସାହୁ ପରାମର୍ଶ ଦେଇଥିଲେ। ନୟାଗଡ଼ ପୌରପରିଷଦ ଏବଂ ବ୍ଲକ୍ ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ନୟାଗଡ଼ ପୌର ପରିଷଦର ପୌରାଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କଅଁର, କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ଆଶିଷ ଅଗ୍ରୱାଲ ଓ ସରୋଜ କୁମାର ରଣସିଂହ ମଞ୍ଚାସିନ ଥିବାବେଳେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts